୧୭ ବର୍ଷ ପରେ ସୈଫ୍‌, ଅକ୍ଷୟ ଏକାଠି

0 46

ମୁମ୍ବାଇ, : ବଲିଉଡର ୨ ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଏବଂ ସୈଫ୍‌ ଅଲୀ ଖାନ୍ ୧୭ ବର୍ଷର ଲମ୍ବା ଅପେକ୍ଷା ପରେ ପୁଣିଥରେ ବଡ଼ ପରଦାରେ ଏକାଠି ନଜରକୁ ଆସିବେ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୧୬ରେ ରିଲିଜ୍ ହୋଇଥିବା ଅଭିନେତା ମୋହନଲାଲଙ୍କ ସୁପରହିଟ ମାଲୟାଲମ ଫିଲ୍ମ \”ଓପ୍ପମ\’ର ହିନ୍ଦୀ ରିମେକରେ ଉଭୟ ଅକ୍ଷୟ ଏବଂ ସୈଫ୍‌ଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅକ୍ଷୟ ଖଳନାୟକ ଭୂମିକାରେ ଏବଂ ସୈଫ୍ ମୁଖ୍ୟ ଭୂମିକାରେ ନଜରକୁ ଆସିବେ । ଏହା ଏକ ସସ୍‌ପେନ୍ସ ଥ୍ରୀଲର ଫିଲ୍ମ ହୋଇଥିବା ବେଳେ ଏଥିରେ ସୈଫ୍ ଏବଂ ଅକ୍ଷୟଙ୍କ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ ବୋଲି ରିପୋର୍ଟରେ କୁହାଯାଇଛି । ପ୍ରସିଦ୍ଧ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁଥିବା ଏହି ଫିଲ୍ମର ଶୁଟିଂ ଆସନ୍ତା ଅଗଷ୍ଟରୁ ଆରମ୍ଭ ହେବ । ୨୦୨୬ରେ ଏହି ଫିଲ୍ମକୁ ରିଲିଜ୍ କରାଯିବା ନେଇ ଯୋଜନା ରହିଛି । ପ୍ରକାଶ ଯେ, ୨୦୦୮ରେ ରିଲିଜ୍ ହୋଇଥିବା \”ଟଶନ\’ ଫିଲ୍ମରେ ଶେଷଥର ପାଇଁ ଉଭୟ ଅକ୍ଷୟ ଏବଂ ସୈଫ୍ ଏକାଠି ନଜରକୁ ଆସିଥିଲେ ।

Leave A Reply

Your email address will not be published.