ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ବିରେନ୍ଦ୍ର ବାଗଙ୍କ ଆବାହକତ୍ୱରେ ତଥା ଦେବାନନ୍ଦ ସାହୁଙ୍କ ସଭାପତିତ୍ବରେ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୮ ତାରିଖ ଦିନ ନୂତନ ପିସିସି ସଭାପତି ଶ୍ରୀ ଭକ୍ତ ଦାସଙ୍କ ନେତୃତ୍ୱରେ ଭୁବନେଶ୍ୱର ଠାରୁ ପୁରୀ ଯାଏଁ ସଂକଳ୍ପ ପଦ ଯାତ୍ରା କରିବ ଓଡିଶା କଂଗ୍ରେସ ଦଳ,, ଦଳକୁ ସଂଗଠିତ ତଥା ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା କରାଯିବ। ସେଥିପାଇଁ ସମସ୍ତ କଂଗ୍ରେସ ପ୍ରେମୀ ଏକଜୁଟ ହେବା ସହ ସେହି ପଦଯାତ୍ରାରେ ବହୁ ମାତ୍ରାରେ ସାମିଲ ହେବାକୁ ଆହ୍ଵାନ ଦିଆଯାଇଥିଲା। ଏହି ବୈଠକରେ ଶିବ ପରିଡା, ଦୀପକ ସମାଦ୍ଦ।ର, ନିତ୍ୟାନନ୍ଦ ମାଝୀ, ଯତୀନ ମହାନ୍ତି, ସୁମନ ବେହେରା, ଶଶି ସୁନାଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ପ୍ରେମୀ ଯୋଗ ଦେଇଥିଲେ।