ଭୁବନେଶ୍ୱର, : ଏଣିକି ନବରଙ୍ଗପୁର ଜିଲ୍ଲା ମକା •ଷୀମାନେ ସେମାନଙ୍କ ଉତ୍ପାଦିତ ମକା ଉଚିତ ଦରରେ ସିଧାସଳଖ ବଡ଼ ଘରୋଇ ସଂସ୍ଥାକୁ ବିକ୍ରି କରିପାରବେ । ଏପରିକି ଅମଳ ମକା ସଂଗ୍ରହ, ଷ୍ଟୋରେଜ ଏବଂ ପରିବହନ ଆଦି ଦିଗ ପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯିବ । ଏ ନେଇ ଆଜି ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଏସ୍ଆଇଆରଡି ଏବଂ ପଞ୍ଚାୟତିରାଜ କ୍ୟାମ୍ପସ ପରିସରରେ ଥିବା ମନରେଗା ସମ୍ମିଳନୀ କକ୍ଷରେ ଆୟୋଜିତ ମୁଖ୍ୟମନ୍ତ୍ରୀ ମକା ମିଶନ ଅନ୍ତର୍ଗତ କ୍ରେତା-ବିକ୍ରେତା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଓରମାସ୍ ତରଫରୁ ଆନ୍ଧ୍ରପ୍ରଦେଶର ବିଜୟନଗର ବାୟୋଟେକ୍ ଏବଂ ବିହାର ପାଟନାର ଡିହାଟ୍ ସଂସ୍ଥା ସହିତ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା । ଓରମାସ ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଏହି ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ଏହି ଅବସରରରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଓ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ କ୍ଷେତ୍ରୀୟ ଯୋଜନା ଜରିଆରେ ଓରମାସ୍ ନବରଙ୍ଗପୁର ଜିଲ୍ଲାରେ ମକା ଉତ୍ପାଦନ, ସଂଗ୍ରହ ଏବଂ ବିକ୍ରି ପାଇଁ ମହିଳା ନେତୃତ୍ୱାଧୀନ ୧୪ଟି ଉତ୍ପାଦକ ସଂଗଠନ ପ୍ରତିଷ୍ଠା ଏବଂ ବିକଶିତ କରିବା ସହ ଗୋଟିଏ ମିଳିତ କୃଷକ ଉତ୍ପାଦକ ସଂଗଠନ ଗଠନ କରିଛି । ସେଥିମଧ୍ୟରୁ ୧୨ଟି କୃଷକ ଉତ୍ପାଦକ ସଂଗଠନ ପଞ୍ଜୀକୃତ ହୋଇସାରିଥିବା ବେଳେ, ୭ଟି ଏଗ୍ରିମଲ୍ ଏବଂ ୧ ଉତ୍ପାଦକ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି । ଏହି ଚୁକ୍ତିନାମ ଅନୁସାରେ, ବିଜୟନଗର ବାୟୋଟେକ ଏବଂ ଡିହାଟ୍- ଏହି ଦୁଇଟି ସଂସ୍ଥା, ନବରଙ୍ଗପୁର ଜିଲ୍ଲାରେ ଓରମାସ ଦ୍ୱାରା ଗଠିତ ଏବଂ ପରି•ଳିତ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ ଗୁଡ଼ିକଠାରୁ ଉଚିତ ଦର ଦେଇ ମକା ସଂଗ୍ରହ କରିବେ । ଏ ଦିଗରେ ଉଭୟ ସଂସ୍ଥା ଏବଂ ଉତ୍ପାଦକ ସଂଗଠନଗୁଡ଼ିକୁ ଓରମାସ୍ ତରଫରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ । ଏହି ବୁଝାମଣାପତ୍ର ନବରଙ୍ଗପୁର ଜିଲ୍ଲାର •ଷୀମାନଙ୍କୁ, କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ସେମାନଙ୍କ ଉତ୍ପାଦିତ ମକାକୁ ଉଚିତ ଦରରେ ପ୍ରତିଷ୍ଠିତ ସଂସ୍ଥାକୁ ବିକ୍ରି କରିବାକୁ ସୁଯୋଗ ପ୍ରଦାନ କରିବ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଏ ଦିଗରେ କ୍ରମାଗତ ଦକ୍ଷତା ବୃତ୍ତି, ଆବଶ୍ୟକ ସହାୟତା ପ୍ରଦାନ, ମକା ସଂଗ୍ରହ ଆଦି କାର୍ଯ୍ୟଗୁଡ଼ିକୁ ଓରମାସ ଦ୍ୱାରା ନିୟମିତ ତଦାରଖ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଷ୍ଠିତ ଘରୋଇ ସଂସ୍ଥା, ବିଜୟନଗର ବାୟୋଟେକ୍ ଡି-ହାଟ, ସୁଗୁନା, ଟି. ଫାର୍ମ ପ୍ରାଇଭେଟ ଲିମିଟେଡ, ଜାପଫା କମଫିଡ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଭେଙ୍କଟେଶ୍ୱର ହ୍ୟାଚେରିଜ୍, ଗୋ-ଗ୍ରୀନ ୱେୟାର ହାଉସେସ୍ ପ୍ରାଇଭେଟ୍ ଲିମିଟେଡ ଏବଂ ସେଣ୍ଟ୍ରାଲ ୱେୟାର ହାଉସିଂ କର୍ପୋରେସନର ପ୍ରତିନିଧିଙ୍କ ସହିତ ଆଇସିଏଆର ଅଧୀନସ୍ଥ-ଭାରତୀୟ ମକା ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଶଙ୍କର ଲାଲ୍ ଜାଠ୍, ନବରଙ୍ଗପୁର ଜିଲ୍ଲାର ୧୪ଟି କୃଷକ ଉତ୍ପାଦକ ସଂଗଠନର ବୋର୍ଡ ଅଫ୍ ଡାଇରେକ୍ଟର୍ସ ସଦସ୍ୟା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଓରମାସ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।