କାର ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରିବାର ଲୋକ ଗୁରୁତର, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ସାମାନ୍ୟ ଆହତ

0 41

ଆଠମଲ୍ଲିକ: ଅନୁଗୁଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ହଣ୍ଡପା ନିକଟରେ ଏକ ବଡ଼ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସ୍ତ୍ରୀ ଉର୍ମିଳା ବିଶ୍ବାଳ ଗୁରୁତର ହୋଇଥିବା ବେଳେ ତାଙ୍କ ଝିଅ ଅନିତା ବିଶ୍ବାଳ ଓ ନାତୁଣୀ ଅମ୍ବିକା ବିଶ୍ବାଳ ଆହତ ହୋଇଛନ୍ତି। ଦୁର୍ଘଟଣାରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ସାମାନ୍ୟ ଆହତ ହୋଇଛନ୍ତି।ରବିବାର ସନ୍ଧ୍ୟାରେ ପ୍ରଭାତ ତ୍ରିପାଠୀ ଓ ଅମର ଶତପଥୀ ଏକ ଇନୋଭା କାରରେ ସମ୍ବଲପୁରରୁ ଅନୁଗୁଳ ଯାଉଥିବା ବେଳେ ହଣ୍ଡପା ଛକ ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସ୍ତ୍ରୀ, ଝିଅ ଓ ନାତୁଣୀକୁ ନେଇ ଯାଉଥିବା ଏକ ଏକ୍ସୟୁଭି ଗାଡ଼ି ପଛରୁ ଧକ୍କା ଦେଇଥିଲା। ଫଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସ୍ତ୍ରୀ ଉର୍ମିଳା ବିଶ୍ବାଳ ଗୁରୁତର ହୋଇଥିବା ବେଳେ ତାଙ୍କ ଝିଅ ଅନିତା ବିଶ୍ବାଳ ଓ ନାତୁଣୀ ଅମ୍ବିକା ବିଶ୍ବାଳ ଆହତ ହୋଇଥିଲେ। ଦୁର୍ଘଟଣାରେ ବାଙ୍କୀ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।ଖବର ପାଇ ହଣ୍ଡପା ପୁଲିସ ତୁରନ୍ତ ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଅନ୍ୟପଟେ ବିଧାୟକ ତ୍ରିପାଠୀ ହଣ୍ଡପାରେ ପ୍ରାଥମିକ ଚିକିତ୍ସା କରାଇଥ‌ିବା ସୂଚନା ମିଳିଛି।

Leave A Reply

Your email address will not be published.