ମୁରିବାହାଲ : ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟତ ବାରବନ୍ଧ ଗ୍ରାମ ରେ ପାଞ୍ଚ ଦିନ ଧରି ଚାଲୁଥିବା ଚନ୍ଦନ ଯାତ୍ରା ମହୋତ୍ସବ୍ ଆରମ୍ବ ହୋଇଥିବା ବେଳେ ଆଜି ଚନ୍ଦନ ପୁର୍ଣିମା ତଥା ବୃଦ୍ଧ ପୁର୍ଣିମା ରେ ହେବା ସହ ବୈଶାଖ ବ୍ରତ ସମାପ୍ତ ହେବ! ଏହି ମହୋତ୍ସବ୍ ରେ ପ୍ରତିଦିନ ମହାଭାରତ ର ବିରାଟ ପର୍ବ ପୂରାଣ ପଠନ ନାବକେଳି ସାଙ୍ଗକୁ ପ୍ରତିଦିନ ଗୁପ୍ତ ବନବାଶ କିଚକ ବୋଧ ଗୋଧନ ହରଣ ଅଭୀମନ୍ୟୁ ଉତ୍ତରାବାଳି ବିଭାହ ପ୍ରଭୁତି ବିରାଟ ପର୍ବ ର ପୌରାଣିକ ନାଟକ ଗୁଡିକ ମଞ୍ଚସ୍ଥ ହେବ ପୂର୍ବଦିନ ପ୍ରତେକ ଗ୍ରାମ ଠାରେ ଭବ୍ୟକଳଶ ଶୋଭାଯାତ୍ରା ମଧ୍ୟ ହୋଇଥିଲା ବେଳେ ବାରବନ୍ଧ ଗ୍ରାମ ଠାରେ ଦୀର୍ଘ 62 ବର୍ଷ ଚନ୍ଦନ ଯାତ୍ରା ରେ ନରେନ୍ଦ୍ର ନାଏକ ଓ ତାଙ୍କ ଧର୍ମ ପତ୍ନୀ ମେନକା ନାଏକ କର୍ତ୍ତା ଥିବା ବେଳେ ଘାଶିରାମ ପାଣିଗ୍ରାହୀ, ପୂଜକ ଦାୟିତ୍ୱରେ ଥିବା ବେଳେ ଆୟୋଜକ କମିଟି ର ବଳବନ୍ତ ଭୋଇ,ଦେବାରଚନ ନାଏକ ଦୁରଭାଷା ସାହୁ ଲୋକନାଥ ବଘାର ଅଭି ଖର୍ଷେଲ, ଗିରଧାରୀ ସାହୁ ମକୁନ୍ଦ ଭୋଇ ଦେବରାଜ ପଧାନ ବାଶୁଦେବ ଭୋଇ ସୁଦର୍ଶନ ଭୋଇ ପୁରଷୋତ୍ତମ ସାହୁ,ଗୋବିନ୍ଦ ଭୋଇ ଙ୍କ ସମେତ ସମସ୍ତ ଗ୍ରାମ ବାଶୀ ସମ୍ପୂର୍ଣ ସହଯୋଗ କରୁଥିଲେ !ସେହି ପରି ମୁରିବାହାଲ ବ୍ଲକ ଅଂଚଳ ର ଅନେକ ଗୁଡ଼ି ଗ୍ରାମ ରେ ଚନ୍ଦନ ଯାତ୍ରା ମହୋତ୍ସବ୍ ଅନୁଷ୍ଠିତ ହୋଇଯାଇଛି !