ଭୁବନେଶ୍ୱର,: ଭାରତର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସ ଓ ଭାରତର ଅଗ୍ରଣୀ ସ୍ୱଛ ଶକ୍ତି ସମାଧାନ ପ୍ରଦାନକାରୀ ଏବି ଏନର୍ଜି ସଲ୍ୟୁସନସ ପ୍ରାଇଭେଟ ଲମିଟେଡ ଓଡ଼ିଶାର ଯାଜପୁରଠାରେ ଜିନ୍ଦଲ ଷ୍ଟେନଲେସ ଉତ୍ପାଦନର ଅଂଶ ହୋଇ ସୌର ପ୍ରକଳ୍ପ ସ୍ଥାପନ ଓ ଏହାର ସଫଳ କାର୍ଯ୍ୟାନ୍ୱୟନ ଘୋଷଣା କରିଛି । ଏହି ଭୂମି ପୂଜନ ପଦକ୍ଷେପର କ୍ରମାଗତ କ୍ଷମତା ୩୦ଏମପିଡବଲ୍ୟୁପିରୁ ଅଧିକ ଯାହା ଓଡ଼ିଶାର ଶିଳ୍ପ କ୍ୟାମ୍ପସ ମଧ୍ୟରେ ସର୍ବବୃହତ ଅଟେ । ଏବି ଏନର୍ଜି ସହିତ ସହଭାଗୀ ହୋଇ ଜିନ୍ଦଲ ଷ୍ଟେନଲେସ ଦ୍ୱାରା ଏହାର ଯାଜପୁରସ୍ଥିତ ୟୁନିଟରେ ସ୍ଥାପିତ ସୌରଶକ୍ତି ପ୍ଲାଣ୍ଟରେ ଏକ ୭.୩୨୪ ଏମଡବଲ୍ୟୁପି ସୌର ପ୍ଲାଣ୍ଟ ଓ ୨୩.୦୨ ଏମଡବଲ୍ୟୁପି ଛାତ ଉପରେ ସୌର ପ୍ରଣାଳୀ ଅନ୍ତର୍ଭୁକ୍ତ । ଏହି ଅତ୍ୟାଧୁନିକ ପ୍ଲାଣ୍ଟରେ ବାର୍ଷିକ ପ୍ରାୟ ୪୪.୩ ନିୟୂତ ସବୁଜ ଶକ୍ତି ଉତ୍ପାଦିତ ହେବ, ଯାହା ପାରମ୍ପାରିକ ଗ୍ରୀଡ ବିଦ୍ୟୁତ ଶକ୍ତି ଦ୍ୱାରା ପରିଚାଳିତ ହେଉଥିଲା । ଏହା ୧୨,୦୦୦-୧୫,୦୦୦ ପରିବାରକୁ ବିଦ୍ୟୁତ ପ୍ରଦାନ କରିବ ଓ ବାର୍ଷିକ ୩୨,୨୦୮ ମେଟ୍ରିକ ଟନ ସିଓ୨ ନିର୍ଗମନ ହ୍ରାସ କରିବା ସହ ସମାନ ହେବ । ପ୍ରମୁଖ ବିଷୟ: ଓଡ଼ିଶାର ବୃହତ କ୍ୟାପଟିଭ ସୋଲାର ପ୍ଲାଣ୍ଟ: ଜିନ୍ଦଲ ଷ୍ଟେନଲେସର ଯାଜପୁର ୟୁନିଟ ଏବେ ଓଡ଼ିଶାର ସର୍ବବୃହତ ଉତ୍ପାଦନ ପ୍ଲାଣ୍ଟ ହେବାକୁ ଯାଉଛି । ଅଭିନବ ସ୍ଥାପନ: ଭାସମାନ ସୌର ପ୍ଲଣ୍ଟଟି ଏକ ଆଭ୍ୟନ୍ତରୀଣ ଜଳଭଣ୍ଡାରରେ ସ୍ଥାପିତ ହୋଇଛି ଅନ୍ୟପକ୍ଷରେ ଛାତ ଉପରେ ସୌର ପ୍ରଣରଳୀ ୨୨ରୁ ୩୨ ମିଟର ଉଚ୍ଚତାରେ ୧୦ଟି ଶିଳ୍ପକୁ ଛାତ ଉପରେ ସ୍ଥାପନ କରାଯାଇଛି । ଅଭିନବ ପରିବେଶ ପ୍ରଭାବ: ଜିନ୍ଦଲ ଷ୍ଟେନଲେସର ଯାଜପୁର ୟୁନିଟ ଏବେ ବାର୍ଷିକ ୩୨,୨୦୮ ମେଟ୍ରିକ ଟନ୍ ସିଓ ୨ ନିର୍ଗମନ ହ୍ରାସ କରିବ, ଯାହା ପ୍ରତିବର୍ଷ ୧୨୮୮ଟି ଗଛ ଲଗ।।ଇବା ସହ ସମାନ । ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି ଯେ : ଜିନ୍ଦଲ ଷ୍ଟେନଲେସରେ ଆମେ ରଣନୀତିକ ସହଭାଗିତା ଜରୀଆରେ ଆମର ନେଟ ଜିରୋ କାର୍ବନ ଲକ୍ଷ୍ୟ ହାସଲ ଓ ସ୍ଥାୟୀ ଭତିଭୂମି ନିବଶେ କରିବା ଦିଗରେ ଆଗକୁ ବଢୁଛୁ । ଆମର ଯାଜପୁରର ଏହି ପ୍ଲାଣ୍ଟ ସର୍ବବୃହତ କ୍ୟାପଟିଭ ସୌର ପ୍ଲାଣ୍ଟ ଭାବରେ କାର୍ଯ୍ୟକ୍ଷମ ହେବ । ଏହି ଯାତ୍ରାରେ ଆମେ ନବସୃଜନ ସହ
ନବୀକରଣୀୟ ଶକ୍ତି ଉତ୍ସକୁ ସମନ୍ୱିତ କରି ଏକ ବିଶ୍ୱସ୍ତରୀୟ ସ୍ଥାୟିତ୍ୱ ମାନଦଣ୍ଡ ପ୍ରତିଷ୍ଠା ପ୍ରତି ଉତରଦାୟୀ ରହି ଭାରତରେ ଷ୍ଟେନଲେସ ଷ୍ଟିଲ ଉତ୍ପାଦନର ଭବିଷ୍ୟତକୁ ପୁନଃଭାଷିତ କରୁଛୁ । ଆମେ ଏହି ଐତିହାସିକ ପଦକ୍ଷେପ ଜରିଆରେ ଶକ୍ତି ସମାଧାନ ଉଦ୍ଦେଶ୍ୟରେ ଆଗକୁ ପାଦେ ବଢୁଥିବା ହେତୁ ଆନନ୍ଦିତ । ଜିନ୍ଦଲ ଷ୍ଟେନଲେସ ସହିତ ଆମର ଏହି ସହଯୋଗ ପ୍ଳ୍ କାର୍ଯ୍ୟକୁ ପରିବର୍ତ୍ତନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଏବି ଏନର୍ଜିର ସିଇଓ ସିଦ୍ଧାର୍ଥ ଭାଟିଆ କହିଛନ୍ତି । ଏହି ମାଇଲ ଖୁଣ୍ଟ ଏକ ସବୁଜ ଭବିଷ୍ୟତ ଆଡକୁ ଏକ ଗରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସୂଚାଏ ଓ ସ୍ଥାୟୀ ଅଭିବୃଦ୍ଧି ପାଇଁ ଜିନ୍ଦଲ ପ୍ରତିବଦ୍ଧତାକୁ ପୁନଃଭାଷିତ କରେ । କମ୍ପାନୀ ବିଭିନ୍ନ ସ୍ଥାୟୀ ପଦକ୍ଷେପ ଲାଗି ୨୦୫୦ ସୁଦ୍ଧା ଏହାର ନେଟ ଜିରୋ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରୁଛି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଡିକାର୍ବନାଇଜେସନ ପ୍ରକଳ୍ପରେ ୭୦୦ କୋଟି ନିବେଶ କରିବାକୁ ଲକ୍ଷ୍ୟ ରଖିଛି ।
Prev Post