ଜୁନାଗଡ଼ ରୋଡ- ନବରଙ୍ଗପୁର ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ଼ ଷ୍ଟେସନ ସହରରୁ ଅଳ୍ପ ଦୂରରେ ସ୍ଥାପନ ହେବ।

0 48
ଧର୍ମଗଡ଼ : ଜୁନାଗଡ଼ ରୋଡ- ନବରଙ୍ଗପୁର ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ଼  ଷ୍ଟେସନ  ସହରରୁ ଅଳ୍ପ ଦୂରରେ ସ୍ଥାପନ କରିବା ପାଇଁ  ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀ ସୁଧିର ପଟ୍ଟଯୋଷି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଙ୍କ ହସ୍ତକ୍ଷେପ ଲୋଡ଼ିବା ଓ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନ ବୈଷ୍ଟବଙ୍କ ସହ ନିକଟରେ ପୁରୀ ଠାରେ ଆଲୋଚନା କରିବା ଫଳବତୀ ହୋଇଛି।  ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝିଙ୍କ ବୈଷୟିକ ମାର୍ଗ ଦର୍ଶନରେ ବିଧାୟକ ଶ୍ରୀ ସୁଧୀର ପଟ୍ଟଯୋଷି ନିକଟରେ  ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବାଇ ର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ମୁଖ୍ୟ ପ୍ରଶାସନିକ ଅଧକାରୀ ଶ୍ରୀ ଶ୍ରୀନିବାସ ରାଓଙ୍କ ଭେଟି ଏ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ।  ମାନ୍ୟବର ବିଧାୟକଙ୍କ ତ୍ୱରିତ ଉଦ୍ୟମ ଫଳରେ ଏହି ପ୍ରକଳ୍ପ ଦାୟିତ୍ୱରେ ଡେପୁଟି ଚିଫ୍ ଇଂଜିନିୟର ଶ୍ରୀ ମିନେକେଶ୍ୱର୍ ରାଓ ଆଜି ଧର୍ମଗଡ଼ ରେ ପହଞ୍ଚି ବିଧାୟକ ଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ, ଓକିଲ ସଂଘ ର କର୍ମକର୍ତା, ବିଜେପି ଜିଲ୍ଲା ସଭପତି ଶ୍ରୀ ଯୁଗଳ କିଶୋର ପୋଡ଼, ପୂର୍ବତନ ସଭାପତି ଶ୍ରୀ ଧନୁଞ୍ଜୟ ପାତ୍ର, ଶ୍ରୀ ଦେବେନ୍ଦ୍ର ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତି ରେ ପ୍ରସ୍ତାବିତ ଧର୍ମଗଡ଼ ରେଳ ଷ୍ଟେସନ୍ ସହରରୁ ପାଞ୍ଚ କିଲୋମିଟର ଦୂର ରେ ହେଉଥିବା ମ୍ୟାପ ଦେଖାଇଥିଲେ।  ମାନ୍ୟବର ବିଧାୟକ ଶ୍ରୀ ସୁଧିର ପଟ୍ଟଯୋଷିଙ୍କୁ ପ୍ରସ୍ତାବିତ ଧର୍ମଗଡ଼ ରୋଡ଼ ଷ୍ଟେସନ୍ ଅଞ୍ଚଳକୁ ନେ଼ଇ ବୁଲି ଦେଖାଇଥିଲେ।  ଖୁବ୍ ଶିଘ୍ର ଏହି ଅଞ୍ଚଳକରେ ସର୍ଭେ କାର୍ଯ୍ୟ ଆରମ୍ଭ ହେବ ବୋଲି ରେଳବାଇ ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀ ରାଓ ପ୍ରକାଶ କରିଥିଲେ। କ୍ଷେତ୍ର ପରିଦର୍ଶନ ସମୟରେ ଧର୍ମଗଡ଼ ରେଳ ଯାତ୍ରୀ ସଂଘ ସଭାପତି ଶ୍ରୀ ହୃଷିକେଶ ମିଶ୍ର, ସାଧାରଣ ସମ୍ପାଦକ ଶ୍ରୀ ଇଙ୍ଗିତ ପଣ୍ଡା, ଜଗନ୍ନାଥ ସେବା ସମିତି ସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ , ବିଜେପି ଯୁବନେତା ହିମାଂଶୁ ପଣ୍ଡା ଙ୍କ ଅନେକ କର୍ମକର୍ତା ଉପସ୍ଥିତ ଥିଲେ।ମାନ୍ୟବର ବିଧାୟକଙ୍କ ଉଦ୍ୟମ ରେ ଧର୍ମଗଡ଼ ରୋଡ଼ ଷ୍ଟେସନ୍ ସହରର ଅତି ନିକଟ ରେ ହେଉଥିବାରୁ ସମାଜ ର ସବୁ ବର୍ଗ ର ଲୋକଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।
Leave A Reply

Your email address will not be published.