ଆଠମଲ୍ଲିକ: ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ଓ ଆଠମଲ୍ଲିକ ବ୍ଲକ ରେ ୨0୨୪-୨୫ ବର୍ଷ ମାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚ ମାର୍କ ରଖିଥିବା ୨ ଛାତ୍ରୀଙ୍କୁ ବୁଧବାର ଆଠମଲ୍ଲିକ ଓକିଲସଂଘ ପକ୍ଷରୁ ସଂଘ ବାରହଲ ଠାରେ ଏକ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି l ଆଠମଲ୍ଲିକ ଉପଖଣ୍ଡ ରେ ସର୍ବୋଚ୍ଚ ନମ୍ବର ରଖି ଗୌରବ ଅର୍ଜନ କରି ପ୍ରଥମ ସ୍ଥାନ ଗ୍ରହଣ କରିଥିବା କିଶୋନଗର ବ୍ଲକ ଅଙ୍ଗପଡା ପଞ୍ଚାୟତି ରାଜ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ଲୋପାମୁଦ୍ରା ସାହୁ ସମୁଦାୟ ୬୦୦ ନମ୍ବର ରୁ ୫୬୫ ନମ୍ବର ରଖି ବ୍ଲକ ରେ ପ୍ରଥମ ହୋଇଥିବା ବେଳେ ଉପଖଣ୍ଡ ରେ ମଧ୍ୟ ପ୍ରଥମ ସ୍ଥାନ ଅଳଙ୍କୃତ କରି ମାଟ୍ରିକ ଟପର ଆଖ୍ୟା ଅର୍ଜନ କରିଛନ୍ତି l ସେହିଭଳି ଆଠମଲ୍ଲିକ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ପ୍ରଧାନ ସମୁଦାୟ ୬୦୦ ନମ୍ବର ରୁ ୫୪୨ ନମ୍ବର ରଖି ମାଟ୍ରିକ ପରୀକ୍ଷା ରେ ଆଠମଲ୍ଲିକ ବ୍ଲକ ପାଇଁ ପ୍ରଥମ ସ୍ଥାନ ଗ୍ରହଣ କରି ଟପର ହୋଇଛନ୍ତି l ଉଭୟ ଙ୍କୁ ଆଠମଲ୍ଲିକ ଓକିଲସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରିବାପାଇଁ ବୁଧବାର ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା l ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ବର୍ଦ୍ଧନାରେ ୨ କୃତି ଛାତ୍ରୀଙ୍କୁ ଓକିଲସଂଘ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ସହ ଉଚ୍ଚ ଶିକ୍ଷା ପାଇଁ ୨ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଥିଲା l ସଭାପତି ଶ୍ରୀ ମହାପାତ୍ର ଉକ୍ତ ମାନପତ୍ର ୨ଟି କୁ ପଢି ସମସ୍ତଙ୍କୁ ଶୁଣାଇଥିଲେ l ଓକିଲସଂଘର ବରିଷ୍ଠ ଆଇନଜୀବୀ ତଥା ଅତିରିକ୍ତ ପବ୍ଲିକ ପ୍ରସିକ୍ୱିଟର ଅସିତ ରଞ୍ଜନ ଦେଓ ଉପଖଣ୍ଡ ସ୍ତରରେ ପ୍ରଥମ ହୋଇଥିବା ସୁଶ୍ରୀ ଲୋପାମୁଦ୍ରା ସାହୁ ଙ୍କୁ ଓ ଅନ୍ୟତମ ବରିଷ୍ଠ ଆଇନଜୀବୀ ଜିତେନ୍ କୁମାର ମିଶ୍ର ଆଠମଲ୍ଲିକ ବ୍ଲକ ରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ସୁଶ୍ରୀ ପ୍ରିୟଦର୍ଶିନୀ ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ୨ କୃତି ଛାତ୍ରୀ ଙ୍କୁ ସଭାପତି ଶ୍ରୀ ମହାପାତ୍ର ଙ୍କ ସମେତ ଉପସଭାପତି ବିଦ୍ୟୁତ କୁମାର ପାଣିଗ୍ରାହୀ, ସମ୍ପାଦକ ଅର୍ଜୁନ ରାଉଳ,ଆଇନଜୀବୀ ଅସିତ ରଞ୍ଜନ ଦେଓ, ଜିତେନ୍ କୁମାର ମିଶ୍ର, ଗଣେଶ ଚନ୍ଦ୍ର କର୍ମୀ ଓ ସୁଶାନ୍ତ ରାଉଳ ପ୍ରମୁଖ ଭବିଷ୍ୟତ ରେ ଆହୁରି କଠିନ ପରିଶ୍ରମ କରି ପାଠ ପଢିବା ସହ ନିଜକୁ ସମାଜରେ ପ୍ରତିଷ୍ଠିତ କରାଇ ଆଠମଲ୍ଲିକ ର ତଥା ପିତାମାତା ଙ୍କ ନାମକୁ ସାର୍ଥକ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବାମନ କୁମାର ମିଶ୍ର, ସରକାରୀ ଓକିଲ ଅନ୍ତର୍ଯ୍ୟାମୀ ରାଉଳ, ଅବନୀ କୁମାର ଆଚାର୍ଯ୍ୟ ଓ ଦୀନେଶ କୁମାର ସିଂହ,ସଂଘ କୋଷାଧ୍ୟକ୍ଷ ବିଶ୍ୱସୁନ୍ଦର ଶତପଥି ଆଇନଜୀବୀ ରାଜେଶ କୁମାର ମିଶ୍ର, ସୁନୀଲ କୁମାର ଶାସନି,ଉଗ୍ରସେନ ସେଠି, ଜିତେନ୍ଦ୍ର କୁମାର ମୁଖି, ନାରାୟଣ ଦାଶ, ଅଶୋକ କୁମାର ମହାପାତ୍ର,ପ୍ରଭାକର କହଁର ଓ ୨ ଛାତ୍ରୀ ଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ l
