ନୀଳକଣ୍ଠନଗର ସରସ୍ବତୀ ବିଦ୍ୟାମନ୍ଦିର କ୍ରମାଗତ 33 ବର୍ଷ ସତ ପ୍ରତିଶତ ସଫଳତା A1 ଗ୍ରେଟ 77 ଛାତ୍ରଛାତ୍ରୀ

0 134

 

ବ୍ରହ୍ମପୁର:   ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ଦଶମ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ରାଜ୍ୟସ୍ତରରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । କ୍ରମାଗତ 33 ବର୍ଷ ଧରି ଶତ ପ୍ରତିଶତ କୃତକାର୍ଯ୍ୟ ହେଉଥିବା ଏହି ବିଦ୍ୟାଳୟର ଚଳିତ ବର୍ଷ 363ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ A1 ଗ୍ରେଡ୍‌ରେ 77 ଜଣ, A2 ଗ୍ରେଡ୍‌ରେ 132 ଜଣ, B1 ଗ୍ରେଡ୍‌ରେ 96 ଜଣ ଏବଂ B2 ରେ 50 ଜଣ ଉଭିର୍ଣ୍ଣ ହୋଇ ରାଜ୍ୟରେ ରେକର୍ଡ ସୃଷ୍ଟି କରିଛନ୍ତି । ଛାତ୍ର ଆଶୁତୋଷ ସେଠି ଏବଂ ଛାତ୍ରୀ ଅର୍ପିତା ଆଚାଯ୍ୟ ଦୁଇ ଜଣ ମୋଟ 582 ମାର୍କ ରଖ୍ ପ୍ରଥମ ସ୍ଥାନ ଅଧୁକାର କରିଥିବା ବେଳେ ବେଳେ ଦ୍ବିତୀୟ ସ୍ଥାନରେ ପ୍ରିୟ ରଞ୍ଜନ ପାଣିଗ୍ରାହୀ 575 ମାର୍କ ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି । ଶିଶୁମାନଙ୍କର ଏହି ସଫଳତା ପରିଚାଳନା ସମିତିର ସଭାପତି ଜିବାନନ୍ଦ ତ୍ରିପାଠୀ, ସମ୍ପାଦକ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦକ ନିଳକଣ୍ଠ ସାହୁ, କୋଷାଧ୍ୟକ୍ଷ ସୋମନାଥ ନନ୍ଦ, ସଦସ୍ୟା ପ୍ରଣତି ସାମଲ ଓ ବାସତି ବହେରା, ଉପଦେଷ୍ଟା ଡ.ଶ୍ରୀକାର ମହାପାତ୍ର, ଡ. ହରିକୃଷ୍ଣ ନାୟକ, ମମତା ପାଇଁ ଗ୍ରାହୀ, ଧର୍ମରାଜ ସାହୁ, ପୂର୍ଣଚନ୍ଦ୍ର ପଣ୍ଡା, ନରସିଂହ ଚୌଧୁରୀ, ସୁଦର୍ଶନ ପାଢ଼ୀ, ବି.ଗଜପତି ରାଓ ଓ ହରିକୃଷ୍ଣ ପାଢ଼ୀ, ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଏସ୍. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ଆଚାର୍ଯ୍ୟ, ବିଦ୍ୟାଳୟ ଶୈକ୍ଷିକ ପ୍ରଶାସକ ଉମାଧବ ମହାପି, ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ଅଭିଭାବକ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
Leave A Reply

Your email address will not be published.