ବିକଶିତ ଗାଁ, ବିକଶିତ 7ଓଡିଶା କୁ ନେଇ କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ସମିତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଇଯାଇଛି l ବ୍ଲକ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶ୍ରୀ ବିକ୍ରମ କୁମାର ଦୋରା ଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ପ୍ରତିନିଧି ରାମେଶ୍ୱର ଜେନା, କୋଟପାଡ଼ ବିଧାୟକ ପ୍ରତିନିଧି ବିନାୟକ ଆଚାର୍ଯ୍ୟ, ବ୍ଲକ ଅଧକ୍ଷା କମଳା ଭତରା, ବ୍ଲକ ଉପାଧ୍ୟାକ୍ଷା ତପନ ପାଣିଗ୍ରାହୀ, ଜୋନ ୧ ଜିଲ୍ଲା ପରିଷଦ ଅଧକ୍ଷ ତ୍ରିପତି ଚାଲାଣ,ଜୋନ ୨ ଜିଲ୍ଲାପରିଷଦ ଅଧକ୍ଷା ଗୀତା ମାଝୀ ଙ୍କ ସହ ସମସ୍ତ ୧୭ ଗୋଟି ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟସଭ୍ୟା ଉପସ୍ଥିତ ଥିଲେ l ବୈଠକରେ ୨0୨୪-୨୫ ଓ ୨0୨୫-୨୬ ଆର୍ଥିକ ବର୍ଷରେ ପଞ୍ଚାୟତ ଗୁଡ଼ିକରେ ସରକାରୀ ନିୟମାବଳୀ ଓ ବଜେଟ ଉପସ୍ଥାପନା କରାଯିବା ସହ କିଭଳି ବିଭିନ୍ନ ଉର୍ନ୍ନତି ମୂଳକ କାର୍ଯ୍ୟ କରାଯିବ ସେ ବିଷୟରେ ସମସ୍ତଙ୍କ ମତାମତ ଲୋଡ଼ାଯାଇଥିଲା l ସମସ୍ତଙ୍କ ସହମତି ଓ ସହଯୋଗ ରହିଲେ ହିଁ ଏକ ବିକଶିତ ଗାଁ ସହ ବିକଶିତ ଓଡିଶା ଗଠନ ହୋଇପାରିବ ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ l