ଭାରତୀୟ ଷ୍ଟେଟ ବ୍ୟାଙ୍କରେ ପ୍ରବାସୀ ଭାରତୀୟ ଦିବସ ପାଳିତ

0 69

ଭୁବନେଶ୍ୱର,: ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଜାନୁୟାରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛି । ଏହି ଉପଲକ୍ଷେ, ଆଜି (ଜାନୁୟାରୀ ୭ ତାରିଖ) ପୂର୍ବାହ୍ନରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଷ୍ଟେଟ ବ୍ୟାଙ୍କ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ଦ୍ୱାରା ପ୍ରବାସୀ ଭାରତୀୟ ଦିବସ ସନ୍ଦର୍ଭରେ ଆୟୋଜିତ ଏକ ବାଲୁକା
କଳାକୁ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସହିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପରୁଥି, ମହାପ୍ରବନ୍ଧକ ପୋତ୍ତମବଲମ ଏମ, ମହାପ୍ରବନ୍ଧକ କୌଶଳ କିଶୋର ସିଂ, ଉପ ମହାପ୍ରବନ୍ଧକ ଆଲୋକ କୁମାର ସିହ୍ନା ପ୍ରମୁଖ ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରାଜପଥରେ ଏକ ପଥପ୍ରାନ୍ତ ନାଟକ ମଧ୍ୟ ଆୟୋଜିତ ହୋଇଥିଲା ଓ ବହୁ
ସଂଖ୍ୟକ ଜନସାଧାରଣ ଏହାକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.