ଭୁବନେଶ୍ବରରୁ ବିଶାଖାପାଟଣା ବହିରାଜ୍ୟ ସୁପର ପ୍ରିମିୟମ ବସ୍ ସେବାକୁ ଜିଲ୍ଲାପାଳ ଶୁଭାରମ୍ଭ କଲେ

0 83
ଖୋର୍ଦ୍ଧା ତା : ରିଖ ଆଜି ଅପରାହ୍ନରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଭାସିରେ ଜିଲ୍ଲାପାଳ ମାନଙ୍କ ସହ ଯୋଡ଼ି ହୋଇ ରାଜ୍ୟ ସରକାରଙ୍କ ଇଣ୍ଟର ଷ୍ଟେଟ ସୁପର ପ୍ରିମିୟମ ବସ୍ ସେବାକୁ ରିମୋଟ ଦବାଇ ଭୁନେଶ୍ବର ବିଶାଖା ପାଟନମ ,ପୁରୀ ଅଯୋଧ୍ୟା, ପୁରୀ ଉଜ୍ଜୟିନୀ, ପୁରୀ ତିରୁପତି, ପୁରୀ ହାଇଦ୍ରାବାଦ , ପୁରୀ ଭିଲାଇ,ଭବାନୀପାଟଣା ହାଇଦ୍ରାବାଦ ଏବଂ ରାଇଘର ହାଇଦ୍ରାବାଦ ଉଦ୍ଘାଟନ କରିଥିଲେ l ପରେ ଭୁବନେଶ୍ୱର ବିଶାଖା ପାଟନମ ସୁପର ପ୍ରିମିୟମ ଭଲ୍ଭୋ ବସ୍ ସେବାକୁ , ମାନ୍ୟବର ବିଧାୟକ, ଜଟଣୀ, ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଆମ୍ବେଦକର ମାର୍ଗରେ ଶ୍ରିଫଳ ବାଡାଇ ଉକ୍ତ ଯାତ୍ରୀ ପରିବହନ ବସ୍ ସେବାର ଶୁଭାରମ୍ଭ କରିଥିଲେ l ପ୍ରକାଶ ଥାଉକି ରାଜ୍ୟ ସରକାର ଆଜି ଠାରୁ “ଶୁନ ଦୁର୍ଘଟଣା ଦିବସ ‘” ଅଭିଯାନ ଶୁଭାରମ୍ଭ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ଅତ୍ୟାଧୁନିକ ଯୁଗାନ୍ତକାରୀ ଯୋଜନା ଓ ପ୍ରକଳ୍ପରର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ୨୭.୦୩ କୋଟି ଶ୍ରୀ ଜଗନ୍ନାଥ ଇଣ୍ଟର୍ ଷ୍ଟେଟ ସୁପର ପ୍ରିମିୟମ ବସ୍ ଏକ୍ସପ୍ରେସ ସେବାକୁ ଉଦ୍ଘାଟନ କରି ଶୁନ ଦୁର୍ଘଟଣା ବିକଶିତ ଓଡ଼ିଶା ଗଠନରେ ଆମ ସମସ୍ତଙ୍କ ପାଇଁ ଏକ ପ୍ରତିବଦ୍ଧତା ବୋଲି ଆହ୍ୱାନ ଦେବାସହ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବ୍ରାଣ୍ଡ ଆମ୍ବାସାଡ଼ାର ମାନ୍ୟବର ବିଧାୟକ,ଦିଗପହଣ୍ଡି ତଥା ଓଲିଉଡ ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ ପୁରସ୍କାର ଉପାଧି ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅଟୋମେଟଡ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ (ଏ ଡି ଟି ଏସ), ଗାଉଣ୍ଡ ବ୍ରେକିଂ ଅଟୋମେଟେଡ ଟେଷ୍ଟିଁ ଷ୍ଟେସନ, ରେଜିଷ୍ଟେଣ୍ଡ ଭେହିକିଲ ସ୍କାର୍ପିଂ ଫାସିଲିଟୀ (ଆର ଭି ଏସ ଏଫ୍), ଭୁବନେଶ୍ୱର -୨ କୁ ନେଇ ୨୧ ଗୋଟି ଏ ଟି ଏସ କେନ୍ଦ୍ର ର ଉଦ୍ଘାଟନ, ଆର ଭି ଏସ ଏଫ୍ ଉଦ୍ଘାଟନ, ଦିଷା ଉଦ୍ଘାଟନ, ଅଟଳ ବସ୍ ଷ୍ଟାଣ୍ଡ, ଷ୍ଟିମୁଲେଟର , କ୍ରିଉ ଟ୍ରେନିଙ୍ଗ, ମାରିଟାଇମ୍ ଏକାଡେମୀ ଗୁଡ ସମରିଟାନ ମାନଙ୍କୁ ସମ୍ବର୍ଦ୍ଧିତ କରିବା ଅତ୍ୟାଧୁନିକ ପ୍ରକଳ୍ପ କାର୍ଯ୍ୟ ଉଦ୍ଘାଟନ ଓ ଶିଳାନ୍ୟାସ କରି ରାଜ୍ୟବାସୀଙ୍କ କଲ୍ୟାଣରେ ଲାଗୁ କରିଛନ୍ତି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭର୍ଚୁଆଲ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା,ମାନ୍ୟବର ସାଂସଦ, ଭୁବନେଶ୍ୱରଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ହୋତା, ଶ୍ରୀ ନିକୁଞ୍ଜ ପଟ୍ଟନାୟକ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅରବିନ୍ଦ ନାୟକ, ଜିଲ୍ଲା ପରିଚାଳକ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ, ଲିଜାରାନି ସାହୁ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ପରିବହନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇଥିଲେ l
Leave A Reply

Your email address will not be published.