ସୋରଡ଼ା : ସୋରଡା ଆଇନଜୀବୀ ସଂଘ ଆନୁକୁଲ୍ୟରେ ବିଚାର ବିଭାଗ ପରିସରସ୍ଥ ଆଇନଜୀବି ସଂଘ ସମ୍ମିଳନୀ କକ୍ଷରେ ନୂତନ ଭାବେ ଯୋଗ ଦେଇଥିବା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଜନାବ ମହମ୍ମଦ ଶେଖ୍ କୈସ ଙ୍କୁ ସୋରଡ଼ା ଆଇନଜୀବୀ ସଂଘ ତରଫରୁ ପୁଷ୍ପଗୁଚ୍ଛ ସହ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସୋରଡା ଆଇନଜୀବୀ କଲ୍ୟାଣ ପାଣ୍ଠିର ଅଧ୍ୟକ୍ଷ ତଥା ବରିଷ୍ଟ ଆଇନଜୀବୀ ଶ୍ରୀ ପ୍ରଭାତ କୁମାର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସୋରଡ଼ା ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ୍ ଶ୍ରୀ ଲୋକନାଥ ମିଶ୍ର,ଆଇନଜୀବୀ ସଂଘ ସଭାପତି ଶ୍ରୀ କାଳି ଚରଣ ପାଢୀ, ସମ୍ପାଦକ ଶ୍ରୀ ନୀଳାଞ୍ଚଳ ବିଶୋୟୀ, ଆଇନଜୀବୀ ଶ୍ରୀ ଶିବ ପ୍ରସାଦ ବାହିନୀପତି, ଶ୍ରୀ ମଧୁସୂଦନ ସ୍ଵାଇଁ,ଶ୍ରୀ ଭବାନୀ ଶଙ୍କର ଦାସ, ଶ୍ରୀ ମନୋଜ କୁମାର ପାତ୍ର,ଶ୍ରୀ ଭଗବାନ ମୁନି,ଶ୍ରୀ ମହେଶ୍ଵର ବେହେରା,ଶ୍ରୀ ନିମାଇଁ ଚରଣ ପଶୁପାଳକ,ଶ୍ରୀ ରଜନୀ କୁମାର ପଟ୍ଟନାୟକ, ଜନାବ ମହମ୍ମଦ ଆସଲମ୍ ଶରିଫ, ଅନଜୀବୀ ସଙ୍ଘର ବରିଷ୍ଟ ଶ୍ରୀ ଅରୁଣ କୁମାର ଦାସ, ଶ୍ରୀ ଜିତେନ୍ଦ୍ର କୁମାର ଧଳ, ଶ୍ରୀବତ୍ସ କୁମାର ସାହୁ, ଶ୍ରୀ ରବୀନ୍ଦ୍ରନାଥ ବେବର୍ତ୍ତା ପଟ୍ଟନାୟକ, ଓ ଭଞ୍ଜନଗର ଆଇନଜୀବୀ ସଂଘର ବରିଷ୍ଠ ଆଇନଜୀବି ଶ୍ରୀ ରବି ନାରାୟଣ ଦାସ,ଶ୍ରୀ ଉଷାକାନ୍ତ ପଟ୍ଟନାୟକ ଯୋଗଦାନ କରିଥିଲେ । ପୁନଶ୍ଚ ପୃଥିବୀ ଓ ପରିବେଶ ସୁରକ୍ଷା ଅନିର୍ଵାର୍ଯ୍ୟ ତଥା ବିଶ୍ଵ ଉତପ୍ତିକରଣରୁ ରକ୍ଷା ପାଇବା ପାଇଁ ବୃକ୍ଷ ହିଁ ଭରଷା ଏବଂ ବୃକ୍ଷ ଆମର ଜୀବନ ସାଥୀ ଏହି ବାର୍ତ୍ତା ସହ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏବଂ ସହକାରୀ ଦୌରାଜଜ୍ ଙ୍କୁ ଆଇନଜିବି ସଂଘ ତରଫରୁ ଦୁଇଟି ଚାରା ଗଛ ପ୍ରଦାନ କରାଯାଇଥିଲା।