ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ୨୦ଟି କୋଚ୍ ସହିତ ଚଳାଚଳ କରିବ

0 40

ଭୁବନେଶ୍ୱର, : ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବର୍ଦ୍ଧିତ ଚାହିଦା ଏବଂ ନିରନ୍ତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତ ମଇ ମାସ ୧୬ ତାରିଖ ଠାରୁ ୨୨୮୯୫/୨୨୮୯୬ ପୁରୀ-ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନରେ ଚାରିଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯାଇ ୨୦ଟି କୋଚ୍ ସହିତ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଅତିରିକ୍ତ କୋଚ୍ ସଂଯୋଗ ଦ୍ୱାରା ଏହାର ଗଠନରେ ବୃଦ୍ଧି ପରେ ଏହାର ରେକ୍ କମ୍ପୋଜିସନରେ ୧୬ଟି ଏସି ଚେୟାର କାର୍ କୋଚ୍‌, ୨ଟି ଏକଜିକ୍ୟୁଟିଭ୍ ଚେୟାର କାର୍ କୋଚ୍ ଏବଂ ୨ଟି କ୍ରିୟୁ ଏବଂ ଏସି ଚେୟାର କାର୍ କୋଚ୍ଉ ପଲବ୍ଧ ରହିବ । ପୁରୀ ଓ ହାଓଡ଼ା ମଧ୍ୟରେ ଚଳାଚଳ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ସେମି-ହାଇ-ସ୍ପିଡ୍ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହାର ଗଠନରେ ଚାରୋଟି ଏସି ଚେୟାର କାର୍ କୋଚ୍‌ ଯୋଡାଯିବାର ଲକ୍ଷ୍ୟ ଅଟେ । ଯାତ୍ରୀଙ୍କ ଚାହିଦା ଏବଂ ଟ୍ରେନ ଯାତ୍ରା ପରିଚାଳନାର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଉଭୟ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ଅଧିକ ପସନ୍ଦିତ ଟ୍ରେନମାନଙ୍କ ମଧ୍ୟରୁ ଗୋଟିଏ । ଏହି ବର୍ଦ୍ଧିତ କୋଚ କ୍ଷମତା ଯାତ୍ରା ସୁବିଧାରେ ଉନ୍ନତି ଆଣିବ ଯାହା ଦ୍ୱାରା ପ୍ରତୀକ୍ଷା ତାଲିକା ହ୍ରାସ ପାଇବା ସହ ଏହି ପ୍ରିମିୟମ୍ ଟ୍ରେନ୍ ସେବାକୁ ଆହୁରି ଲୋକପ୍ରିୟ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.