ହୋମଗାର୍ଡଙ୍କ ଦ୍ୱାରା ଚାଲିଛି ନାକା ପଏଣ୍ଟ

0 65

ପାରଳାଖେମୁଣ୍ଡି, ୨୧ା୪ : ଗଜପତି ଜିଲ୍ଲାରେ କରୋନାର ଦ୍ୱିତୀୟ ଲହରୀ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ନାକା ପଏଣ୍ଟ ଖୋଲାଯାଇଛି । ଜିଲ୍ଲା ମଧ୍ୟକୁ ପ୍ରବେଶ କରିବାପାଇଁ କେତେକ କଟକଣା ଜାରି କରାଯାଇଛି । ଯେଉଁ ମାନେ ୭୨ ଘଣ୍ଟା ମଧ୍ୟରେ କରୋନା ପରୀକ୍ଷଣ କରି ନେଗେଟିଭ୍ ରିପୋର୍ଟ ରହିଥିବା ଆବଶ୍ୟକ କିମ୍ବା ଜଣେ ବ୍ୟକ୍ତି କୋଭିଡ୍ ଟିକା ଦୁଇଟି ଡୋଜ୍ ନେଇଥିଲେ ହିଁ ଜିଲ୍ଲା ମଧ୍ୟକୁ ପ୍ରବେଶ କରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ରହିଛି । ଏହା ସହ ଯଦି ଓ ଏହି ଦୁଇ ଗୋଟି ପ୍ରମାଣପତ୍ର ନଥାଏ ତେବେ ସେ ବ୍ୟକ୍ତି ଜଣକ ଘରୋଇ ସଙ୍ଗରୋଧରେ ରହିବେ ବୋଲି ନିର୍ଦ୍ଦେଶ ରହିଛି । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ରହିଥିଲେ ହେଁ ବିଶେଷ କରି ଆନ୍ଧ୍ର ସୀମାନ୍ତରେ ଏହାକୁ କଡାକଡି ଭାବେ ଯାଞ୍ଚ କରାଯାଉଥିବାର କୁହାଯାଉଛି । ହେଲେ ଆନ୍ଧ୍ର ସୀମାନ୍ତ ତଥା ଓଡିଶାର ଲାବାଣ୍ୟଗଡ ନାକା ପଏଣ୍ଟରେ ହୋମଗାର୍ଡଙ୍କ ଦ୍ୱାରା ନାକା ପଏଣ୍ଟ ପରିଚାଳିତ ହେଉଥିବାର ଦେଖିବାକୁ ମିଳୁଛି । ଏପରି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅନ୍ତତଃ ଏଏସ୍ଆଇ କିମ୍ବା ଏସ୍ଆଇଙ୍କ ର୍ୟାଙ୍କର ଅଧିକାରୀଙ୍କ ଉପସ୍ଥିତିରେ ଏପରି ଯାଞ୍ଚ କାର୍ଯ୍ୟ କରାଯିବା କଥା ହେଲେ ଏଠାରେ ହୋମଗାର୍ଡଙ୍କ ଦ୍ୱାରା ଚାଲୁ ରହିଛି । ଯଦି କୌଣସି ସମୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ହେଲେ ଏମାନେ କଣ ନିଷ୍ପତ୍ତି ନେଇପାରିବେ କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.