ଆମ ଓଡ଼ିଶା ନବୀନ ଓଡ଼ିଶା : ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ

0 160

ଭୁବନେଶ୍ୱର,୨ା୧୧(ଡିକେ ନୁ୍ୟଜ): ରାଜ୍ୟସରକାରଙ୍କର ଗ୍ରାମାଭିମୁଖୀ ମହତ୍ୱକାଂକ୍ଷୀଯୋଜନା “ଆମ ଓଡିଶା ନବୀନ ଓଡିଶା’ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା
ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁଆରମ୍ଭ ହୋଇଛି ଅଭିଯାନ । ଏହିକାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ,ପ୍ରତି ଗାଁ । ଆଜି ଭୁବନେଶ୍ୱରରୁ ଆଭାସୀ
ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକାର୍ଯ୍ୟକ୍ରମର ଅଷ୍ଟମ ଦିନରେ ଗଞ୍ଜାମ ଓସୁବର୍ଣ୍ଣପୁର ଜିଲ୍ଲାରେ ଏହି ଯୋଜନାରଶୁଭାରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲାର
୧୨ଟି ନିର୍ବାନମଣ୍ଡଳୀକୁ ମିଳିଛି୨୫୧.୫୦ କୋଟି ଟଙ୍କା । ଏହିନିର୍ବାଚନମଣ୍ଡଳୀ ଗୁଡିକ ହେଲା -ଭଞ୍ଜନଗର, ଛତ୍ରପୁର, ଖଲିକୋଟ,ଦିଗପହଣ୍ଡି, ସୋରଡା, ସାନଖେମୁଣ୍ଡି,
ଗୋପାଳପୁର, ଆସ୍କା, ଚିକିଟି, ହିଞ୍ଜିଳିକାଟୁ,ପୋଲସରା ଓ କବିସୂର୍ଯ୍ୟନଗର । ଏହିସବୁନିର୍ବାଚନମଣ୍ଡଳୀର ୨୨ଟି ବ୍ଲକ୍ର ୫୦୩ଟିଗ୍ରାମ ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପ
ହେବ । ସୁବର୍ଣ୍ଣପୁର ଜିଲ୍ଲାର ୨ଟିନିର୍ବାଚନମଣ୍ଡଳୀ ପାଇଁ ୫୪.୫୦କୋଟିଟଙ୍କା ମଞ୍ଜୁର ହୋଇଛି । ଏହିନିର୍ବାଚନମଣ୍ଡଳୀ ଗୁଡିକ ହେଲା -ସୁବର୍ଣ୍ଣପୁର ଓ ବୀରମହାରାଜପୁର । ଏଥିରେ
୬ଟି ବ୍ଲକ୍ର ୧୦୯ଟି ଗ୍ରାମପଞ୍ଚାୟତରେ୧୪୧୯ଟି ପ୍ରକଳ୍ପ କରାଯିବ । ଆଜିରକାର୍ଯ୍ୟକ୍ରମ ପାଇଁ ଗଞ୍ଜାମ ଜିଲ୍ଲାର ୧୨ଟି ଓସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ
ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳଜନସମାଗମ ହୋଇଥିଲା । କେବଳ ଗଞ୍ଜାମଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଲୋକ ସାମିଲହୋଇଥିଲେ । “ଆମ ଓଡିଶା ନବୀନ ଓଡିଶା’
କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ପ୍ରବଳଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହିକାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ
ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀରବିକାଶ ଜରିଆରେ ଓଡିଶାର ସଂସ୍କୃତିରମୂଳଭିତ୍ତିକୁ ସୁଦୃଢ କରାଯିବାସହିତଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ
କରାଯିବ । ଏକ ଆକାଂକ୍ଷୀ ଓଡିଶା ଗଠନପାଇଁ ଏହା ହେବ ମୂଳ ଭିତ୍ତି । ଏହିଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀକହିଥିଲେ ଯେ ସଂସ୍କୃତିର ପ୍ରସାର ଓ
ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମରଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ ।ବିକାଶର ଏହି ନୂଆ ଚେହେରା ଗାଁ ଲୋକଙ୍କମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବ
ବୋଲି ସେ କହିଥିଲେ । ସେ ପୁଣି କହିଲେଯେ ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତଦିଗ୍ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା
ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆଶିଖରରେ ପହଞ୍ଚିବ ଏବଂ ଆମେ ଗଢିବାନୂଆ ଓଡିଶା ନବୀନ ଓଡିଶା । ନବୀନଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ
ବିକାଶର ମାର୍ଗରେ ଆଗକୁ ବଢିବ ବୋଲିମୁଖ୍ୟମନ୍ତ୍ରୀ କହିଥିଲେ । ସବୁ ଗାଁର ବିକାଶଆମର ଲକ୍ଷ୍ୟ । ଗାଁରେ ସମସ୍ତଙ୍କୁ ମିଳିବବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ
ଶିକ୍ଷା ଓ ସ୍ୱାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ । ଗାଁଗାଁରେ ସଂସ୍କୃତିର ସୁରକ୍ଷା ହେବ ଓଆଧୁନିକତାର ବିକାଶ ହେବ । ବିକଶିତ ଗାଁହେବ ଆଧୁନିକ ଓଡିଶାର ପରିଚୟ । ଓଡିଶା
ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ୱ ପ୍ରେମ,ଶାନ୍ତି, ସଦ୍ଭାବ, ସମାନତା ଓ ସେବାହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି,ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା
ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶାନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣକରାଯିବ । ପ୍ରତି ପୂଜାସ୍ଥଳୀର ବିକାଶ
କରାଯିବ । ଐତିହ୍ୟ ସ୍ଥଳୀ ଗୁଡିକରସଂରକ୍ଷଣ କରାଯିବ । ଆମର ଭବିଷ୍ୟତବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତିଓ ଐତିହ୍ୟସ୍ଥଳୀ ଗୁଡିକର ସଂରକ୍ଷଣ ଓ
ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀକହିଥିଲେ । ଗାଁରେ ଡିଜିଟାଲ ଭିତ୍ତିଭୂମିରବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ ।ଗାଁରେ ଇଣ୍ଟରନେଟ୍ ସଂଯୋଗ ମିଳିବ ।
ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ରହେବ । ୱର୍କସ ହବ୍ ହେବ । ବ୍ୟାଙ୍କିଂ ସୁବିଧାମିଳିବ । ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକସ୍କୁଲଗୁଡିକ ମଧ୍ୟ ସାମିଲ ହେବ । ଏହା
ଆମର ଯୁବ ସମାଜ ପାଇଁ, ମା’ମାନଙ୍କପାଇଁ, ·ଷୀ ଭାଇ ଭଉଣୀମାନଙ୍କ ପାଇଁ ଓଛାତ୍ରଛାତ୍ରୀମାନଙ୍କ ପାଇଁ ଅମାପ ସୁଯୋଗଆଣିବ ଏବଂ ଏକ ଆଧୁନିକ, ସଶକ୍ତ,
ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳକରିବ । ଏହି ନୂଆ ଓଡିଶାରେ ଆମରଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ
ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶକରିବା ସହ ଆମ ଓଡିଶା ନବୀନ ଓଡିଶାକାର୍ଯ୍ୟକ୍ରମର ସଫଳ ରୂପାୟନରେ
ସମସ୍ତଙ୍କର ସହଯୋଗ କାମନା କରିଥିଲେ ।୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନାକରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ
ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ । ସେକହିଥିଲେ ଯେ, ଗଞ୍ଜାମ ଜିଲ୍ଲା ଦେଶରସମସ୍ତ ଜିଲ୍ଲାମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକରି ଏକ ନମ୍ବର ଜିଲ୍ଲା ଭାବରେ ଭାରତ
ସରକାରଙ୍କ ଠାରୁ ପୁରସ୍କାର ପାଇଛି ।ସେହିପରି ହିଞ୍ଜିଳି ବ୍ଲକ ମଧ୍ୟ ଦେଶର ସମସ୍ତବ୍ଲକମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଏକ ନମ୍ବର ବ୍ଲକ ଭାବରେ ଭାରତ
ସରକାରଙ୍କଠାରୁ ପୁରସ୍କାର ପାଇଛି ।ଏଥିପାଇଁ ସେ ଗଞ୍ଜାମବାସୀଙ୍କୁ ଧନ୍ୟବାଦଦେଇଥିଲେ । ଗଞ୍ଜାମ ସାରା ଭାରତବର୍ଷକୁବିକାଶର ରାସ୍ତାରେ ପ୍ରେରିତ କରିଛି ବୋଲି
ସେ କହିଥିଲେ । ୫-ଟି ତଥା ନବୀନ ଓଡିଶାଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେଅଂଶଗ୍ରହଣ କରି କହିଲେ ଯେ “ଆମଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ
ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବାମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ଆମର ରୂପାନ୍ତର ଅନ୍ୟରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେକହିଥିଲେ । ଗାଁ ଗାଁରେ ସବୁ କାମକୁ ଆମେ
ଠିକ୍ ସମୟରେ ସ୍ୱଚ୍ଛତାର ସହ କରିରୂପାନ୍ତର ଆଣିବା ବୋଲି ସେ କହିଥିଲେ ।ଗ୍ରାମାଞ୍ଚଳର ନୂଆ ରୂପ ଓଡିଶା ରୂପାନ୍ତରରହେବ ପ୍ରକୃତ ଚିତ୍ର ବୋଲି ୫-ଟି ଓ ନବୀନ
ଓଡ଼ିଶା ଅଧ୍ୟକ୍ଷ କହିଥିଲେ । ସେ କହିଥିଲେଯେ ଓଡିଶାରେ ଏବେ ରୂପାନ୍ତରର ଯୁଗଲିଛି । ବିକାଶକୁ ଏବେ ଦେଖି ହେଉଛି,ଅନୁଭବ ମଧ୍ୟ କରି ହେଉଛି । ସେ କହିଥିଲେ
ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତପରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
ଏହା ମଧ୍ୟରେ ରହିଛି ଜଗନ୍ନାଥ ମନ୍ଦିର, ମା’ବ୍ୟାଘ୍ରଦେବୀ ମନ୍ଦିର ଓ ଗୋଚ୍ଛାବାଡୀଜଗନ୍ନାଥପ୍ରସାଦ ଠାରେ ଥିବା ଧବଳେଶ୍ୱରମନ୍ଦିର । ଏହା ସହିତ କବିସମ୍ରାଟ
ଉପେନ୍ଦ୍ରଭଞ୍ଜ ଡିଗ୍ରୀ ଓ ଜୁନିଅର କଲେଜଏବଂ ସାବିତ୍ରୀ ମହିଳା ଡିଗ୍ରୀ ଓ ଜୁନିଅରକଲେଜ ମଧ୍ୟ ସାମିଲ ଅଛି । ଛତ୍ରପୁର
ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣପ୍ରକଳ୍ପ ପାଇଁ ୯.୨୦ କୋଟି ଟଙ୍କା ମଞ୍ଜୁରକରାଯାଇଛି । ଏହା ମଧ୍ୟରେ ରହିଛି ମା’
ରାମଚଣ୍ଡୀ ମନ୍ଦିର, ସୁନ୍ଦରେଶ୍ୱର ମନ୍ଦିର ଓବଟେଶ୍ୱର ମହାଦେବ ମନ୍ଦିର । ଏହା ସହିତ୨ଟି ଡିଗ୍ରୀ ଓ ଜୁନିଅର କଲେଜ ମଧ୍ୟ ସାମିଲଅଛି । ଖଲିକୋଟ ନିର୍ବାଚନ ମଣ୍ଡଳୀରେ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେରହିଛି ନାରାୟଣୀ ମନ୍ଦିର ଓ ତୁମ୍ବେଶ୍ୱର ମନ୍ଦିର । ଏହା ସହିତ କେଶପୁରଡିଗ୍ରୀ ଓ ଜୁନିଅର କଲେଜ, ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ଡିଗ୍ରୀ ଓ ଜୁନିଅରକଲେଜ ସାମିଲ ରହିଛି । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣପ୍ରକଳ୍ପ ପାଇଁ ୬.୬୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ
ରହିଛି ମା’ ନିଜ ବାଙ୍କେଶ୍ୱରୀ ମନ୍ଦିର, ମହୁରୀ କାଳିଆ ମନ୍ଦିର । ଏହା ସହିତ୨ଟି କଲେଜ ସାମିଲ ରହିଛି । ସୋରଡା ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ
ପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେରହିଛି ୨ଟି ମନ୍ଦିର ଓ ୨ଟି କଲେଜ । ଏହା ସହିତ ସୋରଡାର ଜଳଭଣ୍ଡାରବିସ୍ଥାପିତ ଲୋକଙ୍କ ଦୀର୍ଘ ଦିନର ଜମି ସମସ୍ୟା ସମ୍ପର୍କରେ ଆଲୋକପାତକରି ଶ୍ରୀ ପାଣ୍ଡିଆନ କହିଲେ ଯେ ଏହି ସବୁ ସମସ୍ୟାର ସମାଧାନ ପାଇଁନିଷ୍ପତ୍ତି କରାଯାଇଛି । ବିସ୍ଥାପିତଙ୍କୁ ·ଷଜମି ଘରଡିହ ଯୋଗାଇ ଦିଆଯିବ ।
୯୬୧ ଘରଡିହ ଜମି ସମସ୍ୟାର ସମାଧାନ କରାଯାଇଛି ଏବଂ ୧୭ ଏକର୬୨୮ ଡେସିମିଲ ଜମି ଘରଡିହ ଆକାରରେ ଖୁବ ଶିଘ୍ର ଦିଆଯିବ । ଏହା
ସହିତ ·ଷଜମି ପାଇଁ ୩୦୦ ଆବେଦନର ସମାଧାନ ହୋଇସାରିଛି, ବାକିଖୁବ ଶିଘ୍ର ସମାଧାନ ହେବ । ସେହିପରି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ
୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।ଏହା ମଧ୍ୟରେ ରହିଛି ମା’ ରତନେଇ ମନ୍ଦିର, ଧରାକୋଟ ଜଗନ୍ନାଥ ମନ୍ଦିର
ଏବଂ ୨ଟି କଲେଜ । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣପ୍ରକଳ୍ପ ପାଇଁ ୮.୫୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେରହିଛି ନୂଆଗଡ ଧବଳେଶ୍ୱର ମନ୍ଦିର, ରଙ୍ଗେଇଲୁଣ୍ଡା ପଞ୍ଚମା ଗଣେଶ ମନ୍ଦିର,ରଙ୍ଗେଇଲୁଣ୍ଡା ସିଦ୍ଧଭୈରବୀ ମନ୍ଦିର ଏବଂ ଗୋପାଳପୁର କଲେଜ ଓରାମନାରାୟଣ କଲେଜ । ଆସ୍କା ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେରହିଛି ମା’ ଖମ୍ବେଶ୍ୱରୀ ମନ୍ଦିର ଓ ଶାଳବଣ ସିଦେ୍ଧଶ୍ୱର ମନ୍ଦିର ଏବଂ ଆସ୍କାବିଜ୍ଞାନ କଲେଜ ଓ ନିରଞ୍ଜନ ସରକାରୀ ମହିଳା କଲେଜ । ଚିକିଟି ନିର୍ବାଚନମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୮୫ କୋଟି ଟଙ୍କା ମଞ୍ଜୁରକରାଯାଇଛି । ଏହା ମଧ୍ୟରେ ରହିଛି ଭୈରବୀ ଚଞ୍ଚଡ ମନ୍ଦିର ଓ ବାଳକୁମାରୀ
ମନ୍ଦିର ଏବଂ ୨ଟି କଲେଜ । ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣପ୍ରକଳ୍ପ ପାଇଁ ୩୮.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେରହିଛି ବୁରୁପଡା ମା’ ଶ୍ୟାମଳାଇ ମନ୍ଦିର ଓ ଖରିଡା ମା’ କୋରେଇଶୁଣି ମନ୍ଦିର ।ଏହା ସହିତ ସମରଝୋଳ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ସହିତ ବୋଟିଂ ସୁବିଧା,ହିଞ୍ଜିଳିକାଟୁ ସ୍ୱୟଂ·ଳିତ ବିଜ୍ଞାନ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ହିଞ୍ଜିଳିକାଟୁ ବିଜ୍ଞାନ କଲେଜର ନୂଆ ଏକାଡେମିକ୍ ବ୍ଲକ ନିର୍ମାଣ, ଉଦୟପ୍ରତାପବିଜ୍ଞାନ କଲେଜର ଉନ୍ନତୀକରଣ ଓ ନୂଆ ଏକାଡେମିକ୍ ବ୍ଲକ ଏବଂ ସରକାରୀ
ଆଇ.ଟି.ଆଇ । ସେହିପରି ପୋଲସରା ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣପ୍ରକଳ୍ପ ପାଇଁ ୯.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି
ପୋଲସରା ଜଗନ୍ନାଥ ମନ୍ଦିର, ବୁଗୁଡା ବୁଦ୍ଧଖୋଲ ମନ୍ଦିର, ବୁଗୁଡା ସାଙ୍କୁଳେଇମନ୍ଦିର ଏବଂ ବୁଗୁଡା ଓ ପୋଲସରାର ୨ଟି କଲେଜ । କବିସୂର୍ଯ୍ୟନଗର ନିର୍ବାଚନ
ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୧୪ କୋଟି ଟଙ୍କା ମଞ୍ଜୁରକରାଯାଇଛି । ଏହା ମଧ୍ୟରେ ରହିଛି କବିସୂର୍ଯ୍ୟନଗର ଆଠଗଡ ଜଗନ୍ନାଥ ମନ୍ଦିର,ପୁରୁଷୋତ୍ତମପୁର ଗୁପ୍ତେଶ୍ୱର ମନ୍ଦିର, ବେଗୁନିଆପଡା ସିଦେ୍ଧଶ୍ୱର ମନ୍ଦିର ଏବଂକବିସୂର୍ଯ୍ୟ ବଳଦେବ ବିଜ୍ଞାନ କଲେଜ । ଏହି ପରି ଗଞ୍ଜାମ ଜିଲ୍ଲାର ୧୨ଟିନିର୍ବାଚନ ମଣ୍ଡଳୀରେ ସମୁଦାୟ ୫୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୨.୧୮କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଭି.କେ ପାଣ୍ଡିଆନ ସୂଚନା ଦେଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରଜିଲ୍ଲା ଗସ୍ତ ପରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ।ଏହା ମଧ୍ୟରେ ରହିଛି ଗୋଧନେଶ୍ୱର ଓ ଖଇରମାଲଠାରେ ୨ଟି ଇନଷ୍ଟ୍ରିମଷ୍ଟୋରେଜ ଷ୍ଟ୍ରକଚର । ଗୋଧନେଶ୍ୱର ଆଇଏସଏସ ପାଇଁ ୧୦୨୪ କୋଟିଟଙ୍କା ମଞ୍ଜୁର ହୋଇଥିବେ ବେଳେ, ଏଥିରେ ୧.୮୦ ଲକ୍ଷ ଲୋକ ଉପକୃତହେବେ । ସେହିପରି ଖଇରମାଲ ଆଇଏସଏସ ପାଇଁ ୯୨୫.୫୯ କୋଟିଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ୧.୭୦ ଲକ୍ଷ ଲୋକ ଉପକୃତହେବେ । ଏହି ସହିତ ଗୁରୁତ୍ୱପୂର୍ଣ୍ଣ ପାତାଳି ଶ୍ରୀକ୍ଷେତ୍ରର ଉନ୍ନତୀକରଣ ପାଇଁ୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାର ବର୍ଷକୁ ୧ ଲକ୍ଷ ୩୦ହଜାର ଲୋକ ଆସିବାର ସମ୍ଭାବନା ସୃଷ୍ଟି ହେବ । ଏହ ସହିତ ପାପକ୍ଷୟ ଘାଟ,
ମା’ ମେଟାକାଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ବୀରମହାରାଜପୁର ଡିଗ୍ରୀ କଲେଜ,ହାଏର ସେକେଣ୍ଡାରୀ କଲେଜ, ଉଲୁଣ୍ଡାରୁ କୋଟସମଲାଇ ପର୍ଯ୍ୟନ୍ତ ରାସ୍ତାରପ୍ରଶସ୍ତିକରଣ ଓ ସାନ ସାମୁରାରୁ ଭୀମଟିକରା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣରହିଛି । ଏହି ୨ଟି ସଡକ ଯୋଗୁ ୮୦ ହଜାର ଲୋକ ଉପକୃତ ହେବେ ।ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୭.୩୨କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ସୁବର୍ଣ୍ଣମେରୁ ମନ୍ଦିର,ସୁରେଶ୍ୱରୀ ମନ୍ଦିର । ଏହି ୨ଟି ମନ୍ଦିରକୁ ବର୍ଷକୁ ୧ ଲକ୍ଷ ଲୋକ ଆସିବେ ।
ସେହିପରି ଭୀମଭୋଇ ସମାଧୀ ପୀଠର ଉନ୍ନତିକରଣ ପରେ ବର୍ଷକୁ ୩୦ହଜାର ଭକ୍ତ ଆସିବାର ସମ୍ଭାବନା ରହିଛି । ଏହା ସହିତ ସୁବର୍ଣ୍ଣମେରୁରାମେଶ୍ୱର-
ସୁରେଶ୍ୱରୀ ଟେମ୍ପୁଲ ସର୍କିଟର ମଧ୍ୟ ବିକାଶ କରାଯିବ । ଏଥିପାଇଁ୫.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଉନ୍ନତିକରଣ ପରେ ବର୍ଷକୁ ୧.୨୦ ଲକ୍ଷ ଲୋକ ପରିଦର୍ଶନ କରିବାର ସମ୍ଭାବନା ରହିଛି । ଡୁଙ୍ଗୁରିପାଲ୍ଲିରପୂଜାଡୁଙ୍ଗୁରି, ତରଭାର ବରପାହାଡ ପୀଠ ଆଦି ସ୍ଥାନର ଉନ୍ନତିକରଣ ରହିଛି ।ଏହିପରି ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୯ଟିଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦୫୯.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛିବୋଲି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ସୂଚନା ଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା ହସ୍ପିଟାଲ ରାଜ୍ୟର ଏକ ନମ୍ବର ହସ୍ପିଟାଲ ହେବ ବୋଲି ସେ କହିଥିଲେ । ଏହିପରି୨ଟି ଜିଲ୍ଲାରେ ସମୁଦାୟ ୭୬ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧୮୧.୫୦ କୋଟିଟଙ୍କା ମଞ୍ଜୁର ହୋଇଛି ବୋଲି ୫-ଟି ଅଧ୍ୟକ୍ଷ ସୂଚନା ଦେଇଥିଲେ । ଏହି
କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଅତନୁ ସବ୍ୟସଚି ନାୟକ,ମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଉଷା ଦେବୀ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ
ସୁବାଷ ଚନ୍ଦ୍ର ବେହେରା, ବିଧାୟିକା ସୂର୍ଯ୍ୟମଣୀ ବୈଦ, ବିଧାୟିକା ମଞ୍ଜୁଳାସ୍ୱାଇଁ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବିଧାୟକ ଶ୍ରୀକାନ୍ତ ସାହୁ, ବିଧାୟିକା ଲତିକାପ୍ରଧାନ, ବିଧାୟକ ପଦ୍ମନାଭ ବେହେରାଙ୍କ ସମେତ ଜିଲ୍ଲାପରିଷଦ ସଭାପତି,ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲିମତପ୍ରକାଶ କରିଥିଲେ । ଭଞ୍ଜନଗରରେ ଉପସ୍ଥିତ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖକହିଥିଲେ ସାରା ଭାରତରେ ନୂତନ ଯୋଜନା ଆରମ୍ଭ କରିବାରେ ଇତିହାସ
ରଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । କବିସୂର୍ଯ୍ୟନଗର ବେଗୁନିଆ ପଡାରେ ଉପସ୍ଥିତବିଧାୟିକା ଲତିକା ପ୍ରଧାନ କହିଲେ ଯେ ଆମର ପ୍ରସ୍ତାବ ସବୁକୁ ୭ ଦିନ ମଧ୍ୟରେ
ମଞ୍ଜୁର କରିବା ପାଇଁ ୫-ଟି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମାତ୍ର ୫ ଦିନମଧ୍ୟରେ ଆମର ପ୍ରକଳ୍ପ ସବୁ ମଞ୍ଜୁର ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନବୀନ ଓଡିଶାର
ସ୍ୱପ୍ନକୁ କାର୍ଯ୍ୟକାରୀ କରିବାରେ ୫-ଟି ଅଧ୍ୟକ୍ଷଙ୍କ ଦକ୍ଷତାର ତୁଳନା ନାହିଁ ବୋଲିଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା କହିଥିଲେ । ସୁବର୍ଣ୍ଣପୁରର
ଡୁଙ୍ଗୁରିପାଲ୍ଲିରେ ଉପସ୍ଥିତ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ ଯେ ଆମ ଓଡିଶାନବୀନ ଓଡିଶା କାର୍ଯ୍ୟକ୍ରମ ଯୋଗୁ ଜଗନ୍ନାଥ ସଂସ୍କୃତି ସହ ଆମ ସ୍ଥାନୀୟ ସଂସ୍କୃତିର
ମଧ୍ୟ ବିକାଶ ହେବ । ସବୁ ମନ୍ତ୍ରୀ ଓ ବିଧାୟକ କହିଥିଲେ ଯେ ପ୍ରକଳ୍ପ ମଞ୍ଜୁରି ଓକାର୍ଯ୍ୟକାରିତାରେ ଏଭଳି କ୍ଷୀପ୍ରଗତି ସେମାନେ କେବେ ଆଗରୁ ଦେଖି ନାହାନ୍ତି ।
ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓଦିଗଦର୍ଶନରେ ଓଡିଶାରେ ·ଲିଛି ନିରନ୍ତର ବିକାଶ । ଆଜି ଓଡିଶାରେ ବିକାଶର
ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳିଯାଇଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କକାର୍ଯ୍ୟାଳୟର ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ୱରାନ୍ୱିତ ହେବା ସହିତ ଅନେକ
ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି । ବିକାଶର ଏହିକାର୍ଯ୍ୟକ୍ରମ ଆମ ଗାଁଗୁଡିକୁ ସହର ସହିତ ସମାନ କରିବ ଏବଂ ଆମ ଭଳି
ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଧାରାରେ ଆଣିବ ବଡ ପରିବର୍ତ୍ତନ ବୋଲି ସେମାନେକହିଥିଲେ । କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.