୫ା୧୧(ଡିକେ ନୁ୍ୟଜ): ଗାଁମୁହାଁ ଆଉ ଏକ ବାଘ । ନୂଆପଡ଼ାରେ ସରୁନି ବାଘ ଆତଙ୍କ । ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦପାଲି ଗାଁରେ
ବାଘ ଆତଙ୍କ ଦେଖାଦେଇଛି । ଗତକାଲିଏକ କଲରାପତରିଆ ବାଘ ଗାଁରୁଧରାପଡ଼ିଥିବା ବେଳେ ଆଜି ଆଉ ଏକ ବାଘ ଗାଁ ମୁହାଁ ଆସୁଥିବା ଲୋକେ
ଦେଖିବାକୁ ପାଇଛନ୍ତି । ଏହା ପରେ ଗାଁରେ ଆତଙ୍କ ଖେଳିଯାଇଛି । ପ୍ରଥମେ ନାବାଳକ ପରେ ଗତକାଲି ଜଣେ ମହିଳାଙ୍କୁ ମାରି ଖାଇଲା ବାଘ । ନୂଆପଡ଼ା ସଦର ରେଞ୍ଜ
ଧରମବନ୍ଧା ସେକ୍ସନର ସିଲିଆରିବାହାଲ ଗାଁ ଜଙ୍ଗଲରେ ବାଘ ଜଣେ ମହିଳାଙ୍କୁ ମାରି ଖାଇଛି । ମୃତକ ହେଲେ ରାମେଶ୍ୱରୀ ବାଇ । ମହିଳା ଜଣକ ଶୌଚ ପାଇଁ ଜଙ୍ଗଲକୁ
ଯାଇଥିବା ବେଳେ ବାଘ ଆକ୍ରମଣ କରିଥିଲା । ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ । ପୂର୍ବରୁ ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗୋଧସପଡ଼ାରେନାବାଳକଙ୍କୁ ବାଘ ଝାମ୍ପି ନେଇଥିଲା ।ତଙ୍କ ସେପଟେ, ନୂଆପଡ଼ାରେ ଆତଙ୍କଖେଳାଇଥିବା ଅନ୍ୟ ଏକ କଲରା ପତରିଆବାଘକୁ ଗତକାଲି କାବୁ କରିଥିଲାବନବିଭାଗ । ନୂଆପÿଡ଼ା ରେଞ୍ଜ ଅଫିସକୁ
ଆସିବା ପରେ ତାର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ତାକୁ ସୁରକ୍ଷିତ ରଖାଯାଇଥିବାକହିଛନ୍ତି ଖଡ଼ିଆଳ ଡିଏଫ୍ଓ ।
ଗୋଟିଏ କାବୁ ଆଉ ଗୋଟିଏ ବୁଲୁଛି ନୂଆପଡ଼ରେ ଥମୁନି ବାଘ ଆତଙ୍କ
Prev Post