ଭୁବନେଶ୍ୱର,: ୨୦୨୪ ନିର୍ବାଚନରେ ସବୁ ପୁରୁଣା ରେକର୍ଡ ଭାଙ୍ଗିବ ବିଜେଡି । ସିଟ୍ ସଂଖ୍ୟା ବୃଦ୍ଧି ପାଇବା ସହ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ । ବିକାଶ କାମରେ ଲୋକେ ଖୁସି ଓ ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଅତୁଟ ରହିଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓ । ପଶ୍ଚିମ ଓଡ଼ିଶାରେ ଉଭୟ ବିଧାନସଭା ଓ ସଂସଦୀୟ କ୍ଷେତ୍ରରେ ୨୦୧୯ ଅପେକ୍ଷା ଦଳ ଭଲ ପ୍ରଦର୍ଶନ କରିବ । ଅନ୍ୟପଟେ ବିଜେଡି ସଂଗଠନକୁ ତୃଣମୂଳସ୍ତରରୁ ମଜବୁତ କରି ଆଗକୁ ବଢି •ଲିଛି । ଏହା ଦଳକୁ ବଡ଼ ସଫଳତା ଦେବ ବୋଲି ଆକଳନ କରିଛନ୍ତି ବିଜେଡି ନେତା । ୨୦୨୪ ହେବ ରେକର୍ଡର ବର୍ଷ । ନିର୍ବାଚନୀ ରାଜନୀତିର ସବୁ ରେକର୍ଡ ଭାଙ୍ଗିବେ ନବୀନ । ବଡ଼ ବିଜୟ ହାସଲ କରିବ ବିଜେଡି । ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ । ଅନଙ୍ଗ କହିଲେ, ବିକାଶରେ ଲୋକେ ଖୁସି । ବିଜେଡି ପ୍ରତି ରହିଛି ଅତୁଟ ଆସ୍ଥାୟ ବିକାଶ ଦେବ ବିଜେଡିକୁ ବଡ଼ ବିଜୟ । ବିକାଶମୂଳକ କାମରେ ଖୁସି ଅଛନ୍ତି ଓଡ଼ିଶାବାସୀୟ ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ପୁଣି ନବୀନ, ପୁଣି ବିଜେଡି । ୨୦୨୪ରେ ବିଜେଡିର ସିଟ ସଂଖ୍ୟା ବୃଦ୍ଧି ହେବା ସହ ଭୋଟହାର ବି ବଢିବ ବୋଲି ଆକଳନ କରିଛନ୍ତି ବରିଷ୍ଠ ବିଜେଡି ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ । ନବୀନ ପଟ୍ଟନାୟକ ୨୪ରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ସହ ନିର୍ବାଚନୀ ରାଜନୀତିର ସବୁ ପୁରୁଣା ରେକର୍ଡ ଭାଙ୍ଗିବେ । ବିଜେଡି ପ୍ରତି ଲୋକଙ୍କ ଆସ୍ଥା ଅତୁଟ ରହିଥିବାରୁ ୨୦୦୦ମସିହାରୁ ବିଜୟ ଧାରା ଜାରି ରହିଛି ଓ ଆଗକୁ ବି ରହିବ ବୋଲି ଅନଙ୍ଗ କହିଛନ୍ତି । ଏହାସହ ୨୦୧୯ ଅପେକ୍ଷା ୨୦୨୪ରେ ପଶ୍ଚିମ ଓଡ଼ିଶାରେ ବିଜେଡି ଅଧିକ ସିଟ୍ ଜିତିବ ବୋଲି ସେ ଆକଳନ କରିଛନ୍ତି । ୨୦୧୯ରେ ବିଜେଡି ୧୨ଟି ସଂସଦୀୟ କ୍ଷେତ୍ର ସହ ୧୧୩ ବିଧାନସଭା ଆସନ ଦଖଲ କରିଥିଲା । ୨୪ରେ ନିଜର ଏହି ରେକର୍ଡ ଦଳ ଭାଙ୍ଗିବ ବୋଲି ବରିଷ୍ଠ ନେତା ଆକଳନ କରୁଛନ୍ତି । ୧୯୯୦ ମସିହାରେ ଜନତା ଦଳ ୧୨୩ ସିଟରେ ଦଖଲ କରିଥିଲା । ୨୦୨୪ ସାଧାରଣ ନିର୍ବାଚନରେ ଏହି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ବିଜେଡି ତୃଣମୂଳସ୍ତରରୁ କାମ ଆରମ୍ଭ କରିଦେଇଛି । ମିଶନ ୨୧ରୁ ୨୧ ସଂସଦୀୟ ସିଟ ଦଖଲ କରିବାକୁ ଦଳ ଟାର୍ଗେଟ ରଖିଛି । ଦଳର ବରିଷ୍ଠ ଓ ଯୁବନେତା ଦଳକୁ ବଡ଼ ବିଜୟ ଦେବାକୁ ଗ୍ରାଉଣ୍ଡରେ ସଂଗଠନ କାମକୁ ଜୋରଦାର କରିଛନ୍ତି । ଆଗକୁ ସବୁ କ୍ଷେତ୍ରରେ ଓଡ଼ିଶା ୧ନମ୍ବର ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ରୂପାନ୍ତରିତ ଓଡ଼ିଶା ପୂରା ଦେଶରେ ରାଜ୍ୟକୁ ନୂଆ ପରିଚୟ ଦେଇଛି । ବିଜେଡି ସାଂସଦ, ବିଧାୟକ, ବରିଷ୍ଠ ରାଜନେତାଙ୍କ ସହ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ସର୍ଭେ ରିପୋର୍ଟରେ ୨୪ ନିର୍ବାଚନରେ ବିଜେଡି ବଡ଼ ସଫଳତା ପାଇବା ନେଇ ଆକଳନ କରିଛନ୍ତି ।