ଜାମୁଝରି ପରିସରରେ ଆଇନ ସହାୟତା ପ୍ରକୋଷ୍ଠ ଉଦ୍‌ଘାଟିତ

Legal Aid Office inaugurated in Jamujhari area

0 149

ଭୁବନେଶ୍ୱର,: ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ ପରିସରରେ ଅନ୍ତେବାସୀମାନଙ୍କ ପାଇଁ ଆଇନ ସହାୟତା ପ୍ରକୋଷ୍ଠ ଏବଂ ଗାଡ଼ି •ଳନା ପ୍ରଶିକ୍ଷଣ କେନ୍ଦ୍ର ଶୁଭାରମ୍ଭ ହୋଇଛି । ଏହାକୁ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବି•ରପତି-ତଥା- ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଉଦ୍‌ଘାଟନ କରିଛନ୍ତି । ଉକ୍ତ ଆଇନସେବା ସହାୟତା ପ୍ରକୋଷ୍ଠ ମାଧ୍ୟମରେ ଅନ୍ତେବାସୀମାନେ ବିନାମୂଲ୍ୟରେ ଆଇନଗତ ସେବା, ସାହାଯ୍ୟ ଓ ପରାମର୍ଶ ପାଇପାରିବେ । ସେମାନଙ୍କୁ ସହାୟତା କରିବା ପାଇଁ ଆଇନଜୀବୀ ଓ ଆଇନ ସହାୟତା କର୍ମୀଙ୍କୁ ପ୍ରାଧିକରଣ ପକ୍ଷରୁ ନିଯୁକ୍ତି ଦିଆଯାଇଛି । ପ୍ରକାଶଯୋଗ୍ୟ ଯେ, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ, କଟକ ଏବଂ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ, ଖୋର୍ଦ୍ଧାଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିସହ ଅନ୍ତେବାସୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏକ ମାଗଣା ଗାଡ଼ି•ଳନା ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ଉଦ୍‌ଘାଟିତ ହୋଇଛି । ବନ୍ଦୀ ଜୀବନ ଅତିବାହିତ ପରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ଏକ ସମ୍ମାନଜନକ ଜୀବନଯାପନ ପାଇଁ ଅନ୍ତେବାସୀମାନଙ୍କ ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟାର ଜେନେରାଲ୍‌ ପ୍ରତାପ କୁମାର ପାତ୍ର, ଆଇନ ବିଭାଗ ମୁଖ୍ୟ ଶାସନ ସଚିବ ମାନସ ରଞ୍ଜନ ବାରିକ, କାରା ମହାନିର୍ଦ୍ଦେଶକ ଅମ୍ରିତ୍‌ ମୋହନ ପ୍ରସାଦ, ଅତିରକ୍ତ କାରା ମହାନିର୍ଦ୍ଦେଶକ ଅମିତାଭ ଠାକୁର, କାରା ଡିଆଇଜି ଗରିବ ସାହୁ, ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ସୁଦୀପ୍ତ ଆ•ର୍ଯ୍ୟ, ସହସଚିବ ସୃଜନ ସାରସ୍ୱତ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୌଦାମିନୀ ସିଂ, ପ୍ରୋଟୋକଲ ଅଫିସର ସୂର୍ଯ୍ୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.