ରାଜସ୍ୱ ବଳକା କ୍ଷେତ୍ରରେ ଓଡ଼ିଶା ନମ୍ବର ୱାନ

Odisha is number one in terms of revenue surplus

0 178

ଭୁବନେଶ୍ୱର,୧୫ା୧୧ : ସାରା ଦେଶରେ ରାଜସ୍ୱ ବଳକା ଭାବେ ଏକ ନମ୍ବର ରାଜ୍ୟ ହୋଇଛି ଓଡ଼ିଶା । ୨୦୨୧-୨୨ ଆର୍ଥିକ ବର୍ଷକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶା ୧ ନମ୍ବର ରାଜ୍ୟ ଭାବେ ୪୩ ହଜାର ୪୭୧ କୋଟି ଟଙ୍କାର ରାଜସ୍ୱ ବଳକା ପାଇଛି । ମହାରାଷ୍ଟ୍ର, ତାମିଲନାଡ଼ୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା, ଆସାମ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ଆର୍ଥିକ ପରିଚାଳନାରେ ଏବେ ଓଡ଼ିଶା ସାରା ଦେଶ ପାଇଁ ଉଦାହରଣ ପାଲଟିଛି । ୨୦୨୧-୨୨ ଆର୍ଥିକ ବର୍ଷକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶା ୧ ନମ୍ବର ରାଜ୍ୟ ଭାବେ ୪୩ହଜାର ୪୭୧ କୋଟି ଟଙ୍କାର ରାଜସ୍ୱ ବଳକା ପାଇଛି । ଏଥି ସହ ନୂଆ ଓଡ଼ିଶା, ରୂପାନ୍ତରିତ ଓଡ଼ିଶା, ନବୀନ ଓଡ଼ିଶାର ଆଉ ଏକ ସଫଳତା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତା ଓ ୫-ଟି ସଂସ୍କାରର ଫଳ ସ୍ୱରୂପ ଏହା ସମ୍ଭବ ହୋଇପାରିଛି । ରାଜସ୍ୱ ବଳକାରେ ଓଡ଼ିଶା ପଛକୁ ରହିଛି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ କଂଗ୍ରେସ ଶାସିତ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ । ମହାରାଷ୍ଟ୍ର, ତାମିଲନାଡ଼ୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା, ଆସାମ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ରାଜସ୍ୱ ରାଜସ୍ୱ ନିଅଣ୍ଟରେ ·ଲୁଛନ୍ତି । ଓଡ଼ିଶା ସରକାର ନିଜସ୍ୱ ସମ୍ବଳରେ ଅନେକ କିଛି ଜନ ହିତକର ଯୋଜନା କରିବାରେ ସକ୍ଷମ ହୋଇପାରିଛନ୍ତି । ରାଜ୍ୟର ରୂପାନ୍ତରଣରେ ଏହାର ବଳିଷ୍ଠ ଯୋଗଦାନ ରହିଛି । ସଂସ୍କୃତି ପ୍ରାଣକେନ୍ଦ୍ର, ସ୍କୁଲ, ପାନୀୟ ଜଳ, ଜଳସେଚନ, ଚାଷୀ, ମିଶନ ଶକ୍ତି, ସ୍ୱାସ୍ଥ୍ୟସେବା, ଗ୍ରାମାଞ୍ଚଳର ବିକାଶ ଇତ୍ୟାଦିରେ ବ୍ୟାପକ ଉନ୍ନତି ଆସିପାରିଛି । ଏଥି ସହ ପ୍ରାୟ କେନ୍ଦ୍ରୀୟ ସ୍କିମ୍‌ରେ ନିଜ ଭାଗ ଅର୍ଥ ଖର୍ଚ୍ଚ କରିବା ସହିତ ଜମି ଓ ପ୍ରଶାସନିକ ଖର୍ଚ୍ଚ ବାବଦରେ ଅର୍ଥ ଖର୍ଚ୍ଚ କରୁଛନ୍ତି ଓଡ଼ିଶା ସରକାର । ଏମିତିରେ ଅର୍ଥନୈତିକ ବିଶେଷଜ୍ଞଙ୍କ କହିବା କଥା ୧୯୯୯ରେ ଓଡ଼ିଶା ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲା । ହେଲେ ନବୀନ ସରକାରଙ୍କ ୨୩ବର୍ଷର ଶାସନ କାଳରେ ରାଜ୍ୟର ବଜେଟ୍‌ ୨ଲକ୍ଷ ୩୦ହଜାର କୋଟି ଟଙ୍କା ଟପିଛି । ଆଗେ ଓଡ଼ିଶା କନଜ୍ୟୁମିଂ ଷ୍ଟେଟ୍‌ ଥିଲା ଏବେ ପ୍ରଡ୍ୟୁସିଂ ଷ୍ଟେଟ୍‌ରେ ପରିଣତ ହୋଇଛି । ଓଡ଼ିଶାର ଋଣ ଭାର ଲଗାତର ଭାବେ କମି ଚାଲିଛି । ରାଜସ୍ୱ ବଳକା ହେବାରୁ ରାଜ୍ୟରେ ଗରିବ କଲ୍ୟାଣ ଯୋଜନା ଏବଂ ଲୋକାଭୀମୁଖୀ ଯୋଜନା ହୋଇପାରୁଛି । ରାଜ୍ୟର ଜିଏସ୍‌ଡିପି ବଢ଼ିଛି । ସେହିଭଳି ରାଜ୍ୟରେ ଖଣି ରାଜସ୍ୱ ବଢ଼ିଛି । ଜିଏସ୍‌ଟିରୁ ଆୟ ଅଧିକ ହେଉଛି । ଫିକ୍ସଡ୍‌ ଏକ୍ସପେଣ୍ଡଚରକୁ ରାଜ୍ୟ ସରକାର ନିୟନ୍ତ୍ରଣରେ ରଖିପାରିଛନ୍ତି । ସେହିଭଳି କ୍ୟାପିଟାଲ ଏକ୍ପପେଣ୍ଡିଚର କରିବାରେ ଆଗୁଆ ରହିଛନ୍ତି ରାଜ୍ୟ ସରକାର । ରାଜ୍ୟର ବିତ୍ତୀୟ ନିଅ ରାଜ୍ୟର ବିତ୍ତୀୟ ନିଅଣ୍ଟକୁ ତିନି ପ୍ରତିଶତ ଭିତରେ ରଖିବାରେ ସଫଳ ହୋଇଛନ୍ତି ସରକାର ୟରାଜ୍ୟ ସରକାରଙ୍କ ଏଭଳି ଆର୍ଥିକ ପରି·ଳନା ଯୋଗୁଁ ଓଡ଼ିଶା ରାଜସ୍ୱ ବଳିକା ରାଜ୍ୟ ହୋଇପାରିଛି । ଇକୋନୋମିକ୍‌ ଇଣ୍ଡିକେଟରରେ ଏହା ଏକ ଭଲ ସଂକେତ ବୋଲି କହିଛନ୍ତି ଅର୍ଥନୀତି ସମୀକ୍ଷକ ।

Leave A Reply

Your email address will not be published.