ଜାମ୍ମୁ-କାଶ୍ମୀରରେ ବିକାଶ ପରିଯୋଜନା ଏବଂ ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଅମିତ୍ ଶାହ

0 75

ଶ୍ରୀନଗର,: କେନ୍ଦ୍ର ଗୃହମନ୍ତ୍ରୀ ଜାମ୍ମୁ-କାଶ୍ମୀରର ତିନିଦିନିଆ ଗସ୍ତର ଶେଷ ଦିନ ମଙ୍ଗଳବାର ଦିନ କେତେକ ବିକାଶ ପରିଯୋଜନା ଏବଂ ଉପସ୍ଥିତ ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ଦୁଇଟି ବୈଠକ କରିଛନ୍ତି । ବିକାଶ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ଜାମ୍ମୁ-କାଶ୍ମୀର ପ୍ରଶାସନର ଶୀର୍ଷ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । ଏହିପରି ସୁରକ୍ଷା ସମୀକ୍ଷା ବୈଠକରେ ପୋଲିସ୍‌ ଏବଂ ସେନା ସହିତ ଅନ୍ୟ ସୁରକ୍ଷାବଳ ଏଜେନ୍ସିଂର ଶୀର୍ଷ ଅଧିକାରୀମାନେ ଭାଗ ନେଇଛନ୍ତି । କେନ୍ଦ୍ରଶାସିତ ପ୍ରଦେଶର ନିଜ ତିନିଦିନିଆ ଯାତ୍ରାର ସମାପ୍ତରେ ଶ୍ରୀ ଶାହ ଏଠାରେ ରାଜଭବନରେ ବିକାଶ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ଉପ ରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଉମର ଅବଦୁଲା ଉପସ୍ଥିତ ଥିଲେ, ଯେଉଁଥିରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ଜାମ୍ମୁ-କାଶ୍ମୀର ପ୍ରଶାସନର ଶୀର୍ଷ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । ଦୁଇଘଣ୍ଟାର ବିକାଶ ସମୀକ୍ଷା ବୈଠକ ପରେ କେନ୍ଦ୍ରଶାସିତ ପ୍ରଦେଶରେ ସୁରକ୍ଷା ସ୍ଥିତିର ଯାଂଚ କରିବା ପାଇଁ ଆଉ ଏକ ବୈଠକ ହୋଇଛି । ଦ୍ୱିତୀୟ ବୈଠକ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ତେବେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ସୁରକ୍ଷା ସମୀକ୍ଷା ବୈଠକର ଅଂଶ ନଥିଲେ, କିନ୍ତୁ ପୋଲିସ ଏବଂ ସେନା ସହିତ ଅନ୍ୟ ସୁରକ୍ଷାବଳ ଏଜେନ୍ସିର ଶୀର୍ଷ ଅଧିକାରୀ ସାମିଲ୍ ହୋଇଥିଲେ । ଗୃହମନ୍ତ୍ରୀ ଜାମ୍ମୁ-କାଶ୍ମୀରରେ ଶାନ୍ତି ବନାଇ ରଖିବାରେ ସୁରକ୍ଷା ଏଜେନ୍ସିର କାମର ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ସତର୍କତା ବଢ଼ାଇବାକୁ କହିଥିଲେ ।

Leave A Reply

Your email address will not be published.