ଜମ୍ମୁ-କଶ୍ମୀରରେ ଏବେ ସୁଦ୍ଧା ହୁରିୟତ ସହିତ ଜଡିତ ୧୨ ସଙ୍ଗଠନ ଛାଡିଲେଣି ବିଚ୍ଛିନ୍ନତାବାଦ ରାସ୍ତା

0 81

ନୂଆଦିଲ୍ଲୀ, : ଜମ୍ମୁ କଶ୍ମୀରରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ବଡ ଝଟକା ଦେଇ ଆଉ ଏକ ଗ୍ରୁପ ଜମ୍ମୁକଶ୍ମୀର ଗଣ ମୁଭଭେଂଟ ବି ଅଲ୍ ପାର୍ଟି ହୁରିୟତ କନଫରେନ୍ସ ସହ ତାର ସମସ୍ତ ସଂପର୍କ ଛିନ୍ନ କରିଛି । ଏହାସହିତ ଜମ୍ମୁକଶ୍ମୀରରେ ବିଚ୍ଛିନ୍ନତାବାଦର ରାସ୍ତା ଛାଡିଥିବା ସଙ୍ଗଠନର ସଂଖ୍ୟା ୧୨ରେ ପହଂଚିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । ଅମିତ ଶାହ କହିଛନ୍ତି ଯେ, ମୋଦି ସରକାର ଅନ୍ତର୍ଗତ ଜମ୍ମୁ କଶ୍ମୀରରେ ଏକତାର ଭାବନା ବ୍ୟାପ୍ତ ହୋଇଛି । ହୁରିୟତ ସହିତ ଜଡିତ ଅନ୍ୟ ଏକ ସଙ୍ଗଠନ ଜମ୍ମୁ କଶ୍ମୀର ଗଣ ମୁଭମେଂଟ ବିଚ୍ଛିନ୍ନତାବାଦକୁ ଖାରଜ କରି ଭାରତର ଏକତା ପ୍ରତି ପୂର୍ଣ୍ଣ ପ୍ରତିବଦ୍ଧତା ଘୋଷଣା କରିଛି । ମୁଁ ସେମାନଙ୍କ ଏହି ପଦକ୍ଷେପକୁ ହୃଦୟରୁ ସ୍ୱାଗତ କରୁଛି । ଏବେ ସୁଦ୍ଧା ହୁରିୟତ ସହିତ ଜଡିତ ୧୨ ସଙ୍ଗଠନ ବିଚ୍ଛିନ୍ନତାବାଦରୁ ଭିନ୍ନ ହୋଇସାରିଛନ୍ତି ଏବଂ ଭାରତର ସଂବିଧାନଉପରେ ଭରସା ବ୍ୟକ୍ତ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନର ବିଜୟ ଅଟେ ।

Leave A Reply

Your email address will not be published.