ମହମ୍ମଦ ଶାମିଙ୍କୁ ହତ୍ୟା ଧମକ

0 65

ନୂଆଦିଲ୍ଲୀ, : ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କୁ ହତ୍ୟା ଧମକ ଦିଆଯାଇଛି । ୧ କୋଟି ଟଙ୍କା ନ ଦେବାରୁ ଶାମିଙ୍କୁ ଏହି ଧମକ ମିଳିଛି । ଏହି ଭାରତୀୟ କ୍ରିକେଟରଙ୍କୁ ଇ-ମେଲ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି । ଏହା ଜଣାପଡ଼ିବା ମାତ୍ରେ, ଅମରୋହା କ୍ରାଇମ୍ ବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି । ଧମକ ପାଇବା ପରେ, ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଅମରୋହା ପୋଲିସକୁ ଏହି ବିଷୟରେ ଜଣାଇଥିଲେ । ଶାମି କହିଛନ୍ତି ଯେ, ସେ ପ୍ରଥମେ ୪ ମଇ ସନ୍ଧ୍ୟାରେ ଏକ ଇମେଲ୍ ପାଇଥିଲେ । ଏହା ପରେ, ସୋମବାର ୫ ମଇ ସକାଳେ ଦ୍ୱିତୀୟ ଇମେଲ୍ ଆସିଥିଲା । ଶାମିଙ୍କ ଭାଇ ମହମ୍ମଦ ହସିବ ପୋଲିସକୁ ଏ ବିଷୟରେ ଲିଖିତ ସୂଚନା ଦେଇଛନ୍ତି । ମହମ୍ମଦ ଶାମି ଅମରୋହା ପୋଲିସରେ ଅଭିଯୋଗ କରିବା ମାତ୍ରେ, ଅମରୋହା କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି । ପୋଲିସକୁ ମିଳିଥିବା ଅଭିଯୋଗ ଅନୁଯାୟୀ, ର୍ଣ୍ଣାଟକର ପ୍ରଭାକର ନାମକ ଜଣେ ବ୍ୟକ୍ତି ମହମ୍ମଦ ଶାମିଙ୍କୁ ଏକ ମେଲ୍‌ ପଠାଇଛନ୍ତି, ଯେଉଁଥିରେ ସେ ୧ କୋଟି ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.