“ପାଣି ଏବଂ ରକ୍ତ ଏକାଠି ବହିବ ନାହିଁ’: ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନରେ ବଲିଉଡ୍ ତାରକା

0 40

ନୂଆଦିଲ୍ଲୀ, : ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬
ଜଣ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ, ଭାରତୀୟ ସଶସ୍ତ୍ର ବାହିନୀ ମଧ୍ୟ ମଇ ୭ ତାରିଖରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲେ ଏବଂ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଜବାବରେ
ପାକିସ୍ତାନ ଏବଂ ପିଓକେରେ ପ୍ରବେଶ କରି ନଅଟି ଆତଙ୍କବାଦୀ ଆ‡ାକୁ ଧ୍ୱଂସ କରିଥିଲେ । ଏହା ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁତ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ଦେଖାଯାଇଥିଲା । ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପ୍ରଥମଥର ପାଇଁ ଦେଶକୁ ସମ୍ବୋଧିତ କରିଥିଲେ ଏବଂ ଆତଙ୍କବାଦ ବିରୁଦ୍ଧରେ ଏକ କଡ଼ା ବାର୍ତ୍ତା ଦେଇଥିଲେ । ସେହି ସମୟରେ ସୁନୀଲ ଶେଟ୍ଟୀଙ୍କଠାରୁ ଆମିର ଖାନଙ୍କ ପର୍ଯ୍ୟନ୍ତ ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେହିପରି ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ, ବିଜେପି ସାଂସଦ ଏବଂ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦେଶ ଉଦେ୍ଦଶ୍ୟରେ ସମ୍ବୋଧନ ଉପରେ ପ୍ରତିକ୍ରିୟା ଦେଇଛନ୍ତି । କଙ୍ଗନା ତାଙ୍କ
ଇନଷ୍ଟା ଷ୍ଟୋରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦେଶକୁ ସମ୍ବୋଧିତ କରିବାର ଏକ ଭିଡିଓ ସେୟାର କରିଛନ୍ତି ଏବଂ ଲେଖିଛନ୍ତି “ଦେଶକୁ ଚମକ୍ରାର ସମ୍ବୋଧନ ।’ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ତୁରନ୍ତ, ଅଭିନେତ୍ରୀ କଙ୍ଗନା ରାଣାୱତ ଏକ୍ସ
ଆକାଉଣ୍ଟରେ ତାଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ । ସେ ଲେଖିଥିଲେ ଯେ, ପ୍ରିୟ ପ୍ରଧାନମନ୍ତ୍ରୀ, ଆପଣ ଆମକୁ ଅତୁଳନୀୟ ସାହସ, ଜ୍ଞାନ ଏବଂ ଦେଶ ପ୍ରତି ଅଟଳ ପ୍ରତିବଦ୍ଧତା ଏବଂ କରୁଣା ସହିତ ନେତୃତ୍ୱ ଦେଇଛନ୍ତି । ପ୍ରତ୍ୟେକ ଦୃଷ୍ଟିରୁ ଜଣେ ମହାନ ନେତା ମୋଦି । ଏହି ସମୟରେ, ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ
ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, “ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହେବ ନାହିଁ ।’ ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ପରେ ଆମିର ଖାନ ଇନଷ୍ଟାରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ, ‘ଅପରେସନ ସିନ୍ଦୁର’ର ନାୟକମାନଙ୍କୁ ସଲାମ । ଆମ ସଶସ୍ତ୍ର ବାହିନୀଙ୍କ ସାହସ, ବାହାଦୁରୀ ଏବଂ ଆମ ଦେଶକୁ ସୁରକ୍ଷା ଦେବା ପାଇଁ ଅଟଳ ପ୍ରତିବଦ୍ଧତା ପାଇଁ ହୃଦୟରୁ କୃତଜ୍ଞତା । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ସଂକଳ୍ପ ପାଇଁ
ଧନ୍ୟବାଦ । ଜୟ ହିନ୍ଦ । ତେବେ ତେଲୁଗୁ ଅଭିନେତାରୁ ରାଜନେତା ହୋଇଥିବା ପବନ କଲ୍ୟାଣ ‘ଅପରେସନ ସିନ୍ଦୂର’ର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶ ଉଦେ୍ଦଶ୍ୟରେ ଅଭିଭାଷଣକୁ ପ୍ରଶଂସା କରିଛନ୍ତି । ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏହି ଭାଷଣକୁ ଏକ ଶକ୍ତିଶାଳୀ ବାର୍ତ୍ତା ଭାବରେ ବର୍ଣ୍ଣନା କରିଛନ୍ତି ଯାହା ପ୍ରଧାନମନ୍ତ୍ରୀଙ୍କ
ନେତୃତ୍ୱକୁ ପ୍ରତିଫଳିତ କରେ । ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ପବନ କଲ୍ୟାଣ ଲେଖିଛନ୍ତି ଯେ, ବାଃ! “ଅପରେସନ୍ ସିନ୍ଦୂର’ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କଠାରୁ ସମଗ୍ର ଭାରତ ଏବଂ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ କି ଶକ୍ତିଶାଳୀ ବାର୍ତ୍ତା । ଆତଙ୍କବାଦ ଏବଂ ଆଲୋଚନା ଏକାଠି ·ଲେ ନାହିଁ, ଆତଙ୍କବାଦ ଏବଂ ବ୍ୟବସାୟ ଏକାଠି ·ଲେ ନାହିଁ, ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୁଏ ନାହିଁ – ମୋଦି ଜୀ ଭାରତ ମାତା କି ଜୟ! ସେହିପରି ଏହି ସମୟରେ ଟିଭିର ରାମ ଅର୍ଥାତ ଅରୁଣ ଗୋଭିଲ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟିଭିରେ ଦେଶକୁ ସମ୍ବୋଧିତ କରୁଥିବାର ଦେଖୁଛନ୍ତି । ଏହି ଫଟୋ ସହିତ ଅରୁଣ ଗୋଭିଲ କ୍ୟାପସନରେ ଲେଖିଛନ୍ତି, ଆତଙ୍କବାଦ ଏବଂ ଆଲୋଚନା ଏକାଠି ହୋଇପାରିବ ନାହିଁ । ଆତଙ୍କବାଦ ଏବଂ ବାଣିଜ୍ୟ ଏକାଠି ହୋଇପାରିବ ନାହିଁ । ପାଣି ଏବଂ ରକ୍ତ ଏକାଠି ·ଲିପାରିବ ନାହିଁ ।

Leave A Reply

Your email address will not be published.