ପାକିସ୍ତାନ ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିବା ୟୁପି ଯୁବକ ଗିରଫ

0 61

ନୂଆଦିଲ୍ଲୀ,: ପାକିସ୍ତାନକୁ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଆଉ ଜଣେ ଭାରତୀୟ ବ୍ୟକ୍ତି ଗିରଫ ହୋଇଛନ୍ତି । ପାକିସ୍ତାନର ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପାଇଁ ଗୁପ୍ତଚର କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍‌) ଗିରଫ କରିଥିବା ସୂଚନା ରହିଛି । ରାମପୁର ଜିଲ୍ଲାର ବାସିନ୍ଦା ଅଭିଯୁକ୍ତ ଜଣକ ଶେହଜାଦ୍‌ ଭାବେ ପରିଚିତ । ତାଙ୍କୁ ଶନିବାର ମୋରାଦାବାଦରୁ ହେପାଜତକୁ ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଶେହଜାଦଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପୂର୍ବରୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର୍ ଏବଂ ୟୁଟ୍ୟୁବର୍ସ ସମେତ ଅନେକ ଲୋକଙ୍କୁ ଗିରଫ କରାଯାଇଛି । ଏଟିଏସ୍ ଦ୍ୱାରା ଜାରି ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, ଇସଲାମାବାଦର ଗୁଇନ୍ଦା ସଂସ୍ଥା ସହ ଶେହଜାଦଙ୍କ ସମ୍ପୃକ୍ତି ରହିଛି । ଭାରତ-ପାକିସ୍ତାନ ସୀମା ଦେଇ ଚୋରା ଚାଲାଣରେ ଶେହଜାଦଙ୍କ ହାତ ରହୁଥିଲା । ବିଶ୍ୱସ୍ତ ଗୁଇନ୍ଦା ସୂଚନା ପରେ ତାଙ୍କ ଉପରେ ନଜର ରଖାଯାଇଥିଲା । ଏବେ ତାଙ୍କ ବିରୋଧରେ ପ୍ରମାଣ ବି ମିଳିଛି । ତଦନ୍ତରୁ ଜଣାପଡିଛି ଯେ ସେ ବହୁବାର ପାକିସ୍ତାନ ଯାତ୍ରା କରିଥିଲେ ଏବଂ ପ୍ରସାଧନ ସାମଗ୍ରୀ, ପୋଷାକ, ମସଲା ଏବଂ ଅନ୍ୟାନ୍ୟ ସାମଗ୍ରୀର ଅବୈଧ ସୀମାପାର ବାଣିଜ୍ୟରେ ଲିପ୍ତ ଥିଲେ ।

Leave A Reply

Your email address will not be published.