ୱାଟ୍‌କୋ ପକ୍ଷରୁ ଲାଗୁହେଲା ପାଣି ପାଇଁ ‘ମିଟର ଭଡ଼ା

0 68

ଖରାଦିନରେ ନଦୀ ଓ କଳଭଣ୍ଡାର ସବୁକିଛି ଶୁଖୁଲା ପଡିଛି। ଜଳଉସରେ ଜଳର ଅଭାବ ଯୋଗୁଁ ଲୋକଙ୍କୁ ଦୈନିକ ଦୁଇଓଳା ପାଣି ଯୋଗାଇବା ସମ୍ଭବପର ହେଉନାହିଁ I ଏକ୍ଷେତ୍ରରେ ଦୈନିଜ ମାତ୍ର ଗୋଟିଏ ଥର ଜଳଯୋଗାଣ କରି ହାତ ଟେକିଦେଉଛି ୱାଟକୋ। ଏଭଳି ପରିସ୍ଥିତିରେ ଘାଟକୋ ପକ୍ଷରୁ ଲାଗୁ କରାଯାଇଥିବା ମିଟର ରେଣ୍ଟ’ ବା ‘ମିଟର ଉଡ଼ା’ ଭଳି ଆଉଏକ ଅତିରିକ୍ତ ଶୁକ୍ଳ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିନ୍ଧା ସଦୃଶ ହୋଇଛି। ଏପ୍ରିଲ ମାସର ଜଳକର ବା ପାଣି ବିଲ ସହିତ ପ୍ରତ୍ୟେକ ଗ୍ରାହକଙ୍କ ବିଲରେ ଅଧିକ ୫୦ଟଙ୍କା ଯୋଡାଯାଇଛି। ମିଟର ଭଡା ବାବଦରେ ଜଣେ ଗ୍ରାହକଙ୍କଠାରୁ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ବାର୍ଷିକ ୬ଶହ ଟଙ୍କା ହିସାବରେ ମୋଟ ୩ହଜାର ଟଙ୍କା ଆଦାୟ କରାଯିବ ବୋଲି ଜଣାପଡିଛି! ତେବେ ରାସନକାର୍ଡଧାରା ଗ୍ରାହକଙ୍କ ପାଇଁ ମିଟର ରହାରେ ଶତକଡା ୫୦ପ୍ରତିଶତ କୋହଳ କରାଯାଇଛି । ଗରୀବ ଶ୍ରେଣୀର ଲୋକଙ୍କ ଠାରୁ ମିଟର ରେଣ୍ଟ ବାବଦରେମାସିନ ୨୫ଟଙ୍କା ଲେଖାଏଁ ୫ବର୍ଷରେ ଦେଳଶହ ଟଙ୍କ ଆଦାୟ କରାଯିବ ବୋଲିଜଣାପଡିଛି। ବ୍ରହ୍ମପୁର ସହରରେ ଅନେକ ଅଞ୍ଚଳରେ ୨୪ଘଣ୍ଟିଆ ପାଇପ ସଂଯୋଗ ବା ତ୍ରିଙ୍କ ପ୍ରମ ଟ୍ୟାପ ହୋଇ ନଥିବା ବେଳେ ଅନେକ ସ୍ଥାନରୁ ମିଟର ଭାଙ୍ଗିଯାଇଛି ଅଥବା ତୋରି ହୋଇଯାଇଛି | ଏଭଳି ପରିସ୍ଥିତିରେ ଲୋକଙ୍କଠାରୁ ମିଟର ରେଣ୍ଟ ଆଦାୟ କରିବାକୁ ସହରବାସୀ ସହଜରେ ଗ୍ରହଣ କରିପାରି ନାହାନ୍ତି। ଏଥିପାଇଁ ଲୋକଙ୍କମଧ୍ୟରେ ଅସନ୍ତୋଷର ଦାନା କୁହୁଳୁଥିବା ଜଣାପଡିଛି। କେବଳ ମିଟର ରେଣ୍ଟ ବାବଦରେ ଅଧୂକ ୫୦ଟଙ୍କା ନୁହେଁ ବଙ୍ଗ ଦୈନିକ ଗ୍ରାହକଙ୍କୁ ଲିଟର ଟା ୧ଗ୍ୟାଲେନ ପାଣିର ଦିଆଯାଉଥିବା ୧ହକାର ମୂଲ୍ୟରେ ମଧ୍ୟ ବାର୍ଷିକ ଶତକଡା ୫ ପ୍ରତିଶତ ବୃଦ୍ଧି କରାଯାଇଛି। ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ୟୁନିଟ ପିଛା ପାଣିର ମୂଲ୍ୟ ୫ଟଙ୍କା ୮୩ପଇସ ଥିବା ଦେନେ ଗତ ଜୁଲାଇରେ ଏହା ବୃଦ୍ଧି ପାଇ ୬ଟଙ୍କା ୧୨ପଇସା ହୋଇସାରିଛି। ସେହିଭଳି ବ୍ୟବସାୟିକ ପ୍ରତିଷ୍ଠା ଗୁଡିକ ପାଇଁ ୟୁନିଟ ପିଛା ପାଣିର ମୂଲ୍ୟ ୧୯ଟଙ୍କା ୨୪ ପଇସାରୁ ୨୦ଟଙ୍କା ୨୦ପଇସାକୁ ବୃଦ୍ଧି ପାଇସାରିଛି | ବର୍ତ୍ତମାନ ପୁଣି ଜୁଲାଇ ମାସରେ ଏହି ମୂଲ୍ୟ ଶତକଡା୫ ପ୍ରତିଶତ ବୃଦ୍ଧି ପାଇବ ବେ ଲି ଜଣାପଡିଛି। ସହରରେ ଜଳସାଥୀଙ୍କ ଜରିଆରେ ପାଣି ମିଟର ବାବଦ ଲଜ୍ଜା ଆଦାୟ ଆରମ୍ଭହୋଇଥିଲେ ହେଁ ଅଧୁକାଂଶ ସହରବାସୀ ଏସମ୍ପର୍କରେ ଆଦୌ ଅବଗତ ନାହାନ୍ତି। ସହରରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ୬ହଜାର ଅର୍ଥାତ୍ ଶତକତା ୬୦ଭାଗ ଗ୍ରାହକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ କରିଆରେ ୨୪ଘଣ୍ଟିଆ ଜଳଯୋଗଣ ବ୍ୟବସ୍ଥା କରାଯାଇଥିବା ଦେବେ ସମଗ୍ର ସହରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଆହୁରି ସମୟ ଲାଗିବ। ଏନେଇ ୱ ଟବୋ ମହାପ୍ରବନ୍ଧକ ଇଂ ବିକାଶ ପାଢୀଙ୍କ ସହ ଯୋଗାଯୋଗ କରାଯିବାରେ ସେ ଏହା ରାଜ୍ୟ ସରକାରଙ୍କ ନିଷ୍ପରି ଏବଂ ରାଜ୍ୟବ୍ୟାପୀ ସବୁ ସହରରେ ଓ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରାଯାଇଥିବା ସୂଚନା ଦେଇଛନ୍ତି । ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ସୁଯୋଗ’ ପୋର୍ଟାଲ ଜରିଆରେ ଲୋକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି। ସେହି ପୋର୍ଟାଲ ଜରିଆରେ ଏନେଇ ସୂଚନା ମିଳିବା ସହିତ ବ୍ରହ୍ମପୁର ସହରରେ ଏପ୍ରିଲ ଦିଲରେ ମିଟର ରେଣ୍ଟ ୫୦ଟଙ୍କା ଯୋଡ଼ା ଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.