ଦୀପିକାଙ୍କୁ ଲିଭର କ୍ୟାନସର୍‌: ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କଲେ

0 100

ମୁମ୍ବାଇ, : ଟିଭି ଅଭିନେତ୍ରୀ ଦୀପିକା କକ୍କର ଆଜିକାଲି ତାଙ୍କ ଜୀବନର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ଦୀପିକାଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲିଭର କ୍ୟାନସର ହୋଇଛି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ସମସ୍ତ ପ୍ରଶଂସକଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି । ଦୀପିକା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି- ଯେପରିକି ଆପଣମାନେ ସମସ୍ତେ ଜାଣନ୍ତି, ଗତ କିଛି ସପ୍ତାହ ଆମ ପାଇଁ ବହୁତ କଷ୍ଟକର । ପେଟର ଉପର ଭାଗରେ ଯନ୍ତ୍ରଣା ଯୋଗୁ ହସ୍ପିଟାଲ ଯିବା ଏବଂ ପରେ ଜାଣିବାକୁ ପାଇଲି ଯେ ଏହା ଲିଭରରେ ଏକ ଟେନିସ ବଲ ଆକାରର ଟ୍ୟୁମର ଏବଂ ତାପରେ ଜାଣିବାକୁ ପାଇଲି ଯେ ଟ୍ୟୁମର ଦ୍ୱିତୀୟ ପର୍ଯ୍ୟାୟ ମାଲିଗ୍ନାଣ୍ଟ (କ୍ୟାନସର) । ପୋଷ୍ଟରେ ଦୀପିକା ଆହୁରି ସାହସ ଦେଖାଇ ଲେଖିଛନ୍ତି- ଏହା ସବୁଠାରୁ କଷ୍ଟକର ସମୟ । କିନ୍ତୁ ମୁଁ ସମ୍ପୂର୍ଣ୍ଣ ପଜିଟିଭ୍ ଅଛି । ଏହି ଅବସ୍ଥାର ସମ୍ମୁଖୀନ ହେବାକୁ ଏବଂ ଏଥିରୁ ଆହୁରି ଶକ୍‌ତିଶାଳୀ ହେବାକୁ ନିଷ୍ପତ୍ତି ନେଇଛି । ଇନଶାଆଲ୍ଲାହ! ମୋର ପୂରା ପରିବାର ମୋ ସହିତ ଅଛି ଏବଂ ମୁଁ ଆପଣ ସମସ୍ତଙ୍କଠାରୁ ପ୍ରେମ ଏବଂ ଆଶୀର୍ବାଦ ପାଉଛି, ମୁଁ ମଧ୍ୟ ଏହି ପରିସ୍ଥିତିରୁ ବାହାରି ଆସିବି ।

Leave A Reply

Your email address will not be published.