ମେ’ ମାସରେ ଜିଏସ୍‌ଟି ସଂଗ୍ରହ ୨ ଲକ୍ଷ କୋଟି ଟପିଲା

0 43

ନୂଆଦିଲ୍ଲୀ,: ନିକଟରେ ସମାପ୍ତ ମେ’ ମାସରେ ଦେଶର ଜିଏସଟି ରାଜସ୍ୱ ୧୬.୪ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୧ ହଜାର ୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହା ୨ୟ ସର୍ବାକାଳୀନ ମାସିକ ଜିଏସଟି ସଂଗ୍ରହ । ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ରେକର୍ଡ ୨ ଲକ୍ଷ ୩୬ ହଜାର କୋଟିକୁ ବୃଦ୍ଧି ପାଇଥିଲା । ମେ’ ମାସରେ ଓଡ଼ିଶାର ଜିଏସଟି ସଂଗ୍ରହ ୨ ପ୍ରତିଶତ ବୃଦ୍ଧି ପାଇ ୫୧୦୮ ଟଙ୍କାରେ ପହଞ୍ଚିଛି । ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ ୨.୧୦ ଲକ୍ଷ କୋଟି ଟଙ୍କା ଥିଲା । ୧ ଜୁଲାଇ ୨୦୧୭ରୁ ଦେଶରେ ଜିଏସଟି ଲାଗୁ ହେବା ପରେ ଏହା ଦ୍ୱିତୀୟ ସର୍ବାଧିକ ସଂଗ୍ରହ ଥିଲା । ମାର୍ଚ୍ଚ ୨୦୨୫ ରେ ଜିଏସଟି ସଂଗ୍ରହ ୧.୯୬ ଲକ୍ଷ କୋଟି ଟଙ୍କା ଥିଲା । ସେହି ସମୟରେ, ମାର୍ଚ୍ଚ ମାସରେ ମୋଟ ଜିଏସ୍‌ଟି ସଂଗ୍ରହ ୯.୯ ପ୍ରତିଶତ ବୃଦ୍ଧି ପାଇ ୧.୯୬ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି । ଘରୋଇ କାରବାରରୁ ଜିଏସଟି ରାଜସ୍ୱ ମାର୍ଚ୍ଚ ମାସରେ ୮.୮ ପ୍ରତିଶତ ବୃଦ୍ଧି ପାଇ ୧.୪୯ ଲକ୍ଷ କୋଟି ଟଙ୍କା ହୋଇଛି । ଯେତେବେଳେ ଆମଦାନୀ ସାମଗ୍ରୀରୁ ରାଜସ୍ୱ ୧୩.୫୬ ପ୍ରତିଶତ ବୃଦ୍ଧି ପାଇ ୪୬୯୧୯ କୋଟି ଟଙ୍କା ହୋଇଛି ।

Leave A Reply

Your email address will not be published.