“ଧୂମ୍‌-୪\’ରେ ନଜର ଆସିବେ ରଣବୀର କପୁର

0 62

ମୁମ୍ବାଇ,: \”ଧୂମ୍‌୪\’ରେ ନଜର ଆସିବେ ରଣବୀର କପୁର । ଫିଲ୍ମରେ ତାଙ୍କ ଲୁକ୍‌ ପୂରାପୂରି ନୂଆ ଓ ଅଲଗା ହେବ । ଏହାର ପ୍ରସ୍ତୁତି ସେ ଏବେଠୁ ଆରମ୍ଭ କରିଦେଇଛନ୍ତି । ସଦ୍ୟ ରିପୋର୍ଟ ଅନୁସାରେ, \”ଧୂମ୍‌-୪\’ ଏପର୍ଯ୍ୟନ୍ତ ମୁକ୍ତିପ୍ରାପ୍ତ ସବୁ \”ଧୂମ୍‌\’ ଫିଲ୍ମଠୁ ଦମ୍‌ଦାର ହେବ । ଏଥିରେ ଭରପୂର ଆକ୍ସନ୍ ରହିବ । ରିପୋର୍ଟ ଅନୁସାରେ, ଆଦିତ୍ୟ ଚୋପ୍ରା \”ଧୂମ୍‌୪\’ର କାହାଣୀ ଲେଖିଛନ୍ତି । ଏହି କାହାଣୀ ପୁରୁଣା ଫ୍ରାଞ୍ଚାଇଜିକୁ ନୂଆ ରୂପ ଦେବ । ଦର୍ଶକଙ୍କ ଆଶା ଅନୁସାରେ ଏହା ମନୋରଞ୍ଜନର ଖୋରାକ ଦେବ । ରଣବୀର ଏହି ଭୂମିକା ପାଇଁ ପୂରାପୂରି ଫିଟ୍ ବୋଲି ରିପୋର୍ଟ ସ୍ପଷ୍ଟ କରିଛି । ତାଙ୍କ ବ୍ୟକ୍ତିତ୍ୱ ହିସାବରେ ତାଙ୍କର ଭୂମିକା ସ୍ଥିର ହୋଇଛି । ଫିଲ୍ମର କାହାଣୀ ଓ ଆକ୍ସନ୍ ବିଶ୍ୱର ସର୍ବୋତ୍କୃଷ୍ଟ ଆକ୍ସନ୍ ଫିଲ୍ମ ମଧ୍ୟରେ ଅନ୍ୟତମ ହେବ ବୋଲି ଗଣମାଧ୍ୟମ ସ୍ପଷ୍ଟ କରିଛି । ଫିଲ୍ମର ଅନ୍ଦାଜ୍ ପୂର୍ବର ୱାଇଆର୍‌ଏଫ୍ ସ୍ପାଇ ୟୁନିଭର୍ସ ଫିଲ୍ମଠୁ ସମ୍ପୂର୍ଣ୍ଣ ଅଲଗା ହେବ । ୨୦୨୬, ଖରାଦିନେ \”ଧୂମ୍‌୪\’ର ସୁଟିଂ ଆରମ୍ଭ ହେବ । ଏହି ଘୋଷଣା ପରେ ଫ୍ୟାନ୍‌ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କିଛି ରଣବୀରଙ୍କ କାଷ୍ଟିଂକୁ ନେଇ ଉତ୍ସାହିତ ଅଛନ୍ତି । ଆଉ କିଛି ହ୍ରିତିକ ରୋଶନଙ୍କୁ କାଷ୍ଟ୍‌ କରିବାକୁ ଦାବି କରିଛନ୍ତି । ଅଦ୍ୟାବଧି \”ଧୂମ୍‌\’ ଫ୍ରାଞ୍ଚାଇଜିର ୩ ଫିଲ୍ମ ରିଲିଜ୍‌ ହୋଇସାରିଛି । ପ୍ରଥମ ଫିଲ୍ମରେ ଅଭିଷେକ ବଚ୍ଚନ, ଜନ୍ ଆବ୍ରାହମ୍‌, ଉଦୟ ଚୋପ୍ରା ଅଭିନୟ କରିଥିଲେ । \”ଧୂମ୍‌-୨\’ରେ ଅଭିଷେକ ବଚ୍ଚନ,
ହ୍ରିତିକ ରୋଶନ ଓ ଐଶ୍ୱର୍ଯ୍ୟା ରାୟ ମୁଖ୍ୟ ଭୂମିକାରେ ଥିଲେ । \”ଧୂମ୍‌୩\’ରେ ଆମିର ଖାନ୍ ଡବଲ୍ ରୋଲ୍‌ କରିଥିଲେ । ତାଙ୍କ ସହ ସ୍କ୍ରିନ୍ ଶେୟାର କରିଥିଲେ କ୍ୟାଟ୍ରିନା କୈଫ୍ । ତେବେ ଆଗାମୀ ଦିନରେ ରଣବୀର ଏକାଧିକ ବଡ଼ ପ୍ରୋଜେକ୍ଟରେ ନଜର ଆସିବେ । ଏବେ ତାଙ୍କ ହାତରେ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ମେଗାବଜେଟ୍ ଫିଲ୍ମ \”ରାମାୟଣ\’ ରହିଛି । ଏଥିରେ ସେ ଶ୍ରୀରାମ ଭୂମିକା ନିର୍ବାହ କରିଛନ୍ତି । ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ \”ଆନିମଲ୍‌ ପାର୍କ\’ରେ ବି ସେ ନଜର ଆସିବେ । କିଛି ଦିନ ତଳେ ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ \”ଲଭ୍ ଆଣ୍ଡ ୱାର୍‌\’ ସାଇନ୍ କରିଛନ୍ତି । ଏଥିରେ ସେ ଭିକି ଓ ଆଲିୟାଙ୍କ ସହ ନଜର ଆସିବେ \”ବ୍ରହ୍ମାସ୍ତ୍ର-୨\’ରେ ମଧ୍ୟ ତାଙ୍କୁ କାଷ୍ଟ୍ କରାଯାଇଛି ।

Leave A Reply

Your email address will not be published.