ସମ୍ବଲପୁର,: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦେବଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ କେନ୍ଦୁପତ୍ର ତୋଳାଳୀ, କର୍ମଚାରୀ ଓ ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାରେ କେନ୍ଦୁପତ୍ରର ଲାଭାଂଶ ରୁ ୪୧ କୋଟି ୧୭ ଲକ୍ଷ ପ୍ରଦାନ କରାଯାଇଛି । ଏଥିରେ ଚପଳ ପାଇଁ ୧୬୦ ଟଙ୍କା, ପତ୍ର ସଂଗ୍ରହ କପଡା ପାଇଁ ୨୦୦ ଟଙ୍କା, ଟୋପି ପାଇଁ ୧୦୦ ଟଙ୍କା ଏବଂ ବନ୍ଧେଇ ଶ୍ରମିକ ପାଇଁ କମ୍ବଳ ଓ ମଶାରୀ ପାଇଁ ୭୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି ଘୋଷଣା ଦ୍ୱାରା ୯ ଲକ୍ଷ୍ୟ ତୋଳାଳୀ ଓ କର୍ମଚାରୀ ଲାଭବାନ ହେବେ । ଏହି ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀଙ୍କୁ ୱେଲଫ୍ୟାର ବୋର୍ଡ ପୂର୍ବତନ ଉପଦେଷ୍ଟା ସଂଜିତ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଛନ୍ତି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଲଗାତାର ଲଢେଇ ଓ ଆନ୍ଦୋଳନ ପରେ ଜଙ୍ଗଲ ଅଧିକାର ଆଇନ୍ ଅନୁଯାୟୀ ୨୦୧୪ ମସିହାରୁ ଏହି କେନ୍ଦୁପତ୍ର ବ୍ୟବସାୟରୁ ହେଉଥିବା ଲାଭାଂଶକୁ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ଆର୍ଥିକ ସାହାଯ୍ୟ
ପ୍ରଦାନ କରାଯାଉଛି । ଦେବଗଡ଼ରେ କରାଯାଇଥିବା ଘୋଷଣାକୁ ସଂଜିତ ମହାନ୍ତି ସ୍ୱାଗତ ଜଣାଇବା ସହ ଚଳିତ ବର୍ଷ କିଛି ଭୁଲ ନିଷ୍ପତ୍ତି ଯୋଗୁଁ ବିଭିନ୍ନ ଡିଭିଜନରେ ପତ୍ର ସଂଗ୍ରହ ପରିମାଣ କମିବା ଯୋଗୁଁ ଉଦ୍ବେଗ ପ୍ରକାଶ କରିଛନ୍ତି । କନ୍ୟା ବିବାହ ସହାୟତା ବନ୍ଦ ହେବା ଏବଂ ବୋନସ ପରିମାଣ ହ୍ରାସ ଯୋଗୁଁ ନବରଙ୍ଗପୁର୍, ଜୟପୁର, ଭବାନୀପାଟଣା ଆଦି ଡିଭିଜନରେ ସାମୟିକ ଭାବରେ ଘରୋଇ କମ୍ପାନୀମାନେ ଅଧିକ ଦରରେ ପତ୍ର କିଣିବାରୁ ସରକାରୀ ଫଡ଼ିରେ ପତ୍ର ସଂଗ୍ରହ କମିଛି । ଝାରସୁଗୁଡ଼ା, ରାଉରକେଲା ଆଦି ଡିଭିଜନରେ ଅତ୍ୟଧିକ ଶିଳ୍ପାୟନ ଓ ପ୍ରଦୂଷଣ ଯୋଗୁଁ ମଧ୍ୟ ପତ୍ର ସଂଗ୍ରହ କମିଛି । ସେହିପରି ୧୮ ଜୁଲାଇ ୨୦୨୪ରୁ ସର୍ବନିମ୍ନ ମଜୁରୀ ବୃଦ୍ଧି ସେôବ ଋତୁକାଳୀନ କର୍ମଚାରୀଙ୍କ ଦରମା ବୃଦ୍ଧି ନ ହେବା କର୍ମଚାରୀ ଶୋଷଣର ଉଦାହରଣ ହୋଇଛି । କନ୍ୟା ବିବାହ ସହାୟତା ବାତିଲ ଓ ବୋନସ ପରିମାଣରେ ହ୍ରାସ ଯୋଗୁଁ ତୋଳାଳୀ ସଂଖ୍ୟା କମିବା ମଧ୍ୟ ଆଶଙ୍କା ଅଛି । ଏହି ସଂସ୍ଥାରେ ଘରୋଇ କରଣ ପାଇଁ କରାଯାଉଥିବା ଷଡ଼ଯନ୍ତ୍ରକୁ ବନ୍ଦ କରିବା ଓ ୧ କୋଟି ଶ୍ରମ ଦିବସ ସୃଷ୍ଟି କରୁଥିବା ଏହି ସଂସ୍ଥା ପ୍ରତି ସରକାର ଆହୁରି ଯତ୍ନଶିଳ ହେବା ପାଇଁ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ଆର୍ଥିକ ସହାୟତା ଘୋଷଣାକୁ ସ୍ୱାଗତ
Next Post