ନୂଆ ଫିଚର ଫୋନ ୟୁଜରଙ୍କ ପାଇଁ ଫୋନପେ ଚାଲୁ କରିବ ୟୁପିଆଇ ପେମେଣ୍ଟ

0 74

ଭୁବନେଶ୍ୱର,: ଫୋନପେ ଲିମିଟେଡ (“ଫୋନପେ”), ଫିଚର ଫୋନଗୁଡ଼ିକ ପାଇଁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଚାଲୁ କରିବାକୁ ବାର୍ତାଳାପଭିତିକ ଯୋଗାଯୋଗର ପ୍ଲାଟଫର୍ମ ଗପସପର ମାଲିକାନାରେ ଥିବା ‘ଜିଏସପପେ’ ଟେକ୍ନୋଲୋଜି ଷ୍ଟାକରୁ ଏକ ଆଇପି କିଣିବା ବିଷୟରେ ଘୋଷଣା କରିଛି । ଜିଏସପେ ହେଉଛି ଫିଚର ଫୋନଗୁଡ଼ିକ ପାଇଁ ଏନପିସିଆଇର ଉନ୍ନତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥାକୁ ଭିତି କରି ବିକଶିତ କରାଯାଇଥିବା ଏକ ମୋବାଇଲ ଆପ୍ଲିକେସନ (ୟୁପିଆଇ ୧୨୩ପେ) । ଫୋନପେ ସମ୍ପ୍ରତି ଅଧିଗ୍ରହଣ କରାହୋଇଥିବା ଏହି ଜିଏସପେ ଆଇପିକୁ କଷ୍ଟମାଇଜ ତଥା ବିସ୍ତାର କରିବାକୁ ଯୋଜନା କରୁଛି ଏବଂ ଆଗାମୀ କିଛି ମାସ ମଧ୍ୟରେ ଭାରତରେ ନୂତନ ଫିଚର ଫୋନରେ ନିଜର ଫିଚର-ଫୋନ ଆଧାରିତ ୟୁପିଆଇ ପେମେଣ୍ଟ ମୋବାଇଲ ଆପ ଚାଲୁ କରିବାକୁ ଯୋଜନା କରୁଛି । ଫୋନପେ ପି୨ପି ଟ୍ରାନ୍ସଫର, ଅଫଲାଇନ କ୍ୟୁଆର ପେମେଣ୍ଟ ଏବଂ ଅନ୍ୟ କୌଣସି ୟୁପିଆଇ ଗ୍ରାହକଙ୍କଠାରୁ ସେମାନଙ୍କ ମୋବାଇଲ ନମ୍ବର କିମ୍ବା ନିଜସ୍ୱକ୍ୟୁଆର ମାଧ୍ୟମରେ ଟଙ୍କା ଗ୍ରହଣ କରିବା ପରି ସମସ୍ତ ମୌଳିକ ୟୁପିଆଇ ବୈଶିଷ୍ଟ୍ୟଗୁଡ଼ିକ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହାର ଲକ୍ଷ୍ୟ ହେଉଛି ଫିଚର ଫୋନ ଏବଂ ସ୍ମାର୍ଟଫୋନ ୟୁଜରମାନଙ୍କ ମଧ୍ୟରେ ପେମେଣ୍ଟ ପାଇଁ ସମ୍ପୂର୍ଣ୍ଣ ଆନ୍ତଃକାର୍ଯ୍ୟକ୍ଷମତା ସୃଷ୍ଟି କରିବା ଏବଂ ଆଜି ମଧ୍ୟ ଫିଚର ଫୋନ ବ୍ୟବହାର କରୁଥିବା କୋଟି କୋଟି ଭାରତୀୟଙ୍କୁ ଭାରତୀୟ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମରେ ସାମିଲ କରିବା ।
ଏହି ଅଧିଗ୍ରହଣ ବିଷୟରେ ମନ୍ତବ୍ୟ ଦେଇ ଫୋନପେ’ର ସହ-ପ୍ରତିଷ୍ଠାତା ଏବଂ ସିଇଓ ସମୀର ନିଗମ କହିଛନ୍ତି, “ଆମେ ଜିଏସପେ ଟେକ୍ନୋଲୋଜି ଷ୍ଟାକ ଅଧିଗ୍ରହଣ କରିବା ସହିତ ଏହାକୁ ବ୍ୟବହାର କରି ଭାରତର ବ୍ୟାପକ ସଂଖ୍ୟକ ଫିଚର ଫୋନ ୟୁଜରମାନଙ୍କ ପାଖରେ ୟୁପିଆଇ ପେମେଣ୍ଟ ପହଞ୍ଚାଇ ପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ । ଡିଜିଟାଲ ଆର୍ôଥକ ଶିଳ୍ପ ଏବଂ ବୃହତର ଷ୍ଟାର୍ଟଅପ ଇକୋସିଷ୍ଟମରୁ ଏହି ୟୁଜରମାନେ ଚିରଦିନ ବଞ୍ଚିତ ରହିଥିଲେ । ଆମେ ଆଶା କରୁଛୁ ଯେ ଆମେ ଏହି କୋଟି କୋଟି ଫିଚର ଫୋନ ଗ୍ରାହକଙ୍କୁ ଭାରତର ବର୍ଦ୍ଧିତ ଡିଜିଟାଲ ପେମେଣ୍ଟ ବଜାରରେ ଅଂଶଗ୍ରହଣ କରିବା ପାଇଁ ସକ୍ଷମ କରିପାରିବୁ ।”

Leave A Reply

Your email address will not be published.