ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସରେ ସ୍ମୃତି ଚାରଣ କଲେ ବିଜେପି କର୍ମକର୍ତ୍ତା

0 74
ଧର୍ମଗଡ଼ : ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ କୋକସରା ସଦର ମହକୁମା ଠାରେ ଜନ ନାୟକ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ ସ୍ମୃତି ଚାରଣ ସଭା ରେ ଉପସ୍ଥିତ କର୍ମକର୍ତ୍ତା ମାନେ ଡ଼. ମୁଖାର୍ଜୀ ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ ପରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ।କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ ଙ୍କ ସଭାପତିତ୍ୱ ରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର,ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, ବରିଷ୍ଠ ନେତା ନୀଳକଣ୍ଠ ମାଝୀ,ପ୍ରମୁଖ ଡ଼.ମୁଖାର୍ଜୀ ଙ୍କ ସ୍ମୃତି ଚାରଣ ସହ ତାଙ୍କ ଦେଇଥିବା ମାର୍ଗ ଦର୍ଶନ ରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ କୁ ସାଧାରଣ ସମ୍ପାଦକ ମନୋଜ କୁମାର ନାଏକ ପରିଚାଳନା କରିଥିବା ବେଳେ ସମ୍ପାଦକ ଶାରଳା ପ୍ରସାଦ ପ୍ରଧାନୀ,ପଦ୍ମଲୋଚନ ନାଏକ, ଧର୍ମାନନ୍ଦ ନେଗୀ,ରତନ୍ ମାଝୀ, ଭାବଗ୍ରାହୀ ପ୍ରଧାନୀ, ମୁକୁନ୍ଦ ପଟ୍ଟନାୟକ, ବିପିନ ମହାରଣା, ନବିନ କୁମାର ପ୍ରଧାନୀ, ଦୈତାରି ବାରିକ, କ୍ଷିରସିନ୍ଧୁ ନେଗୀ, କ୍ଷେତ୍ରମୋହନ ବାଗ,ଦେବୀସିଂ କେତକୀ, ଗୁପ୍ତେଶ୍ୱର ବାଗ,ବିନୋଦ ବିହାରୀ ରାଉତ,କୈଲାଶ ଚଲାନ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
Leave A Reply

Your email address will not be published.