ରାଜସ୍ଥାନ ରୁ ଯୁବତୀ କୁ ଉଦ୍ଧାର ଘଟଣା, ପୋଲିସ ଥାନା ରେ ପରିବାର କୁ ହସ୍ତାନ୍ତର କଲେ କୋକସରା ବ୍ଲକ ଉପାଧ୍ୟକ୍ଷ

0 89
ଧର୍ମଗଡ :  ସୋସିଆଲ ମିଡିଆ ରେ ବନ୍ଧୁତା ସ୍ଥାପନ ପରେ ରାଜସ୍ଥାନ ର ଜଣେ ଯୁବକ ଙ୍କ ପ୍ରଲୋଭନ ରେ ଆସି ରାଜସ୍ଥାନ କୁ ନିଯୁକ୍ତି ପାଇଁ ଯାଇଥିବା କୋକସରା ଥାନାଞ୍ଚଲ ର ଜଣେ ଶିକ୍ଷିତା ଯୁବତୀ ଙ୍କୁ ସେଠି ପହଞ୍ଚିବା ପରେ ଯୁବକ ନିର୍ଯ୍ୟାତନା ନେଇ ଅଭିଯୋଗ ପରେ  ଜିଲ୍ଲା ପ୍ରଶାସନ ର ସହଯୋଗ ରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ରାଜସ୍ଥାନ ରାଜ୍ୟ ପ୍ରତାପ ନଗର ଥାନା ରୁ ସୁରକ୍ଷିତ ଭାବେ ଯୁବତୀ ଙ୍କୁ ଉଦ୍ଧାର କରି ଶୁକ୍ରବାର କୋକସରା ପୋଲିସ ଷ୍ଟେସନ ରେ ପହଞ୍ଚି ଯୁବତୀ ଙ୍କୁ ତାଙ୍କ ମା ଭାନୁମତି ବାଗ ଙ୍କୁ ପୋଲିସ ଜିମା ରେ ହସ୍ତାନ୍ତର କରିଥିଲେ। ଜଣେ ଜନ ପ୍ରତିନିଧି ଭାବେ ନିଜର କର୍ତ୍ତବ୍ୟ ଓ ମାନବିକତା ଦେଖାଇ ଅନ୍ୟ ଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନା ମତେ କଳାହାଣ୍ଡି ଜିଲ୍ଲା କୋକସରା ଥାନାଞ୍ଚଲ ର ଜଣେ ଯୁବତୀ ଙ୍କ ସହ ଫେସବୁକ ରେ ସମ୍ପର୍କ ସ୍ଥାପନ କରି ପରବର୍ତ୍ତୀ ସମୟରେ ନିଯୁକ୍ତି ପ୍ରଲୋଭନ ଦେଖାଇ ରାଜସ୍ଥାନ ଉଦୟପୁର ଜିଲ୍ଲା ପ୍ରତାପନଗର ଥାନାଞ୍ଚଲ  ର ଯୁବକ ରତନ  ଶର୍ମା ରାଜସ୍ଥାନ ଆସିବାକୁ କହିଥିଲା।ଯୁବତୀ ନିଜ ଘର ର ଆର୍ଥିକ ସ୍ଥିତିକୁ ଦେଖି ରାଜସ୍ଥାନ ଗଲାପରେ ସେଠାରେ ତାକୁ ଯୁବକ ରତନ ଶର୍ମା ଗୃହବନ୍ଦି ରଖି ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା। କୌଣସି ମତେ ଯୁବତି ବନ୍ଦ କୋଠରୀ ରୁ ଝରକା ଦେଇ ଖସି ତାଙ୍କ ମା ଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ସ୍ଥାନୀୟ ପ୍ରତାପ ନଗର ପୋଲିସ ରେ ପହଞ୍ଚି ଜୀବନ ରକ୍ଷା କରିବା ପାଇଁ କହିଥିଲା। ଯୁବତୀ ନିଜ ଘର କୁ ଖବର ଦେବାପରେ ତାଙ୍କ ମା ଭାନୁମତି ବାଗ ଗତ ୧୫ ତାରିଖରେ କୋକସରା ବ୍ଲକ ଉପାଧ୍ୟକ୍ଷ ଙ୍କୁ ଏ ସମ୍ପର୍କରେ କହିବା ସହ ଝିଅ କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ସହ ଯୋଗାଯୋଗ କରି ଜିଲ୍ଲା ପୋଲିସ ପ୍ରଶାସନ ର ସହଯୋଗ ରେ ରାଜସ୍ଥାନ ପ୍ରତାପ ନଗର ଥାନା ରେ ନିଜର ସହଯୋଗୀ ରବି ନାରାୟଣ ଦାସ ଙ୍କ ସହ ପହଞ୍ଚି ଯୁବତୀ ଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଫ୍ଲାଇଟ ଯୋଗେ ତାଙ୍କୁ ଆଣି ଶୁକ୍ରବାର କୋକସରା ଥାନା ରେ ତାଙ୍କ ପରିବାର ଙ୍କୁ ହସ୍ତାନ୍ତର କରିଛନ୍ତି। ଝିଅ କୁ ପାଇବା ପରେ ମା ଖୁସି ରେ ଆତ୍ମହରା ହେବାସହ ବ୍ଲକ ଉପାଧ୍ୟକ୍ଷ ଙ୍କ ପାଇଁ ମୁଁ ଆଜି ମୋ ଝିଅ କୁ ମରଣ ମୁହଁ ରୁ ଫେରି ପାଇଛି ବୋଳି କୋହ ଭରା କଣ୍ଠ ରେ କହିଛନ୍ତି। କୋକସରା ଉପାଧ୍ୟକ୍ଷ ଙ୍କ ଏହି ମାନବିକତା ସତରେ ଅନ୍ୟ ଜନ ପ୍ରତିନିଧି ଙ୍କ ପାଇଁ ଉଦାହରଣ, ଉପାଧ୍ୟକ୍ଷ ଙ୍କୁ ତାଙ୍କର ଏହି କାର୍ଯ୍ୟ ପାଇଁ ବିଭିନ୍ନ ମହଲ ରୁ ପ୍ରସଂଶା କରାଯାଇଛି।
Leave A Reply

Your email address will not be published.