ଆଜିଠୁ ଚୀନ୍ ପାଇଁ ଭାରତ ଆରମ୍ଭ କରିବ ପର୍ଯ୍ୟଟନ ଭିସା

India to start tourist visa for China from today

0 125

ନୂଆଦିଲ୍ଲୀ, ୨୩ା୭: ଦୀର୍ଘ ୫ ବର୍ଷର ବ୍ୟାନ ପରେ ଭାରତ ସରକାର ଚାଇନା ନାଗରିକଙ୍କ ପାଇଁ ଦେଶର ଦ୍ୱାରକୁ ଖୋଲିଛନ୍ତି । ଗୁରୁବାର ଠାରୁ ଚାଇନା ନାଗରିକ ଭାରତ ଆସିବାକୁ ପର୍ଯ୍ୟଟନ ଭିସା ପାଇପାରିବେ । ୨୦୨୦ ଗଲୱାନି ଘାଟି ସଂଘର୍ଷ ପରେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଥିଲା । ଏହାପରେ ଚାଇନା ଲୋକଙ୍କୁ ଭିସା ବନ୍ଦ କରି ଦିଆଯାଇଥିଲା । ଏବେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପୁଣି ସୁଧୁରିବା ଆରମ୍ଭ ହୋଇଛି । ସ୍ଥିତିକୁ ଆହୁରି ସ୍ୱାଭାବିକ କରିବା ପାଇଁ ଭାରତ ସରକାର ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ଚାଇନାରେ ଅବସ୍ଥାପିତ ଭାରତୀୟ ଦୂତାବାସ ସୋଶାଲ ମିଡିଆ ପ୍ଲାଟଫର୍ମରେ ଏ ସମ୍ପର୍କରେ ଖବର ଦେବା ସହ ଭିସା ଆବେଦନର ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଛନ୍ତି । ଦୂତାବାସ ପକ୍ଷରୁ କୁହାଯାଇଛି ଯେ ୨୦୨୫ ମସିହା ଜୁଲାଇ ୨୪ରୁ ଚାଇନିଜ ନାଗରିକମାନେ ଭାରତ ପାଇଁ ପର୍ଯ୍ୟଟନ ଭିସା ଆବେଦନ କରିପାରିବେ । ପ୍ରଥମେ ସେମାନଙ୍କୁ ୱେବ ଲିଙ୍କରେ ଥିବା ଆବେଦନ ଫର୍ମକୁ ପୂରଣ କରି ପ୍ରିଣ୍ଟ ବାହାର କରିବାକୁ ପଡ଼ିବ । ଏହାପରେ ୱେବ ଲିଙ୍କରେ ଅଫିସ ଆସିବାକୁ ସମୟ ନେବାକୁ ପଡ଼ିବ । ଭାରତୀୟ ଭିସା ଆପ୍ଲିକେସନ ସେଣ୍ଟରରେ ସେମାନଙ୍କୁ ପାସପୋର୍ଟ, ଭିସା ଆପ୍ଲିକେସନ ଫର୍ମ ଓ ଅନ୍ୟ ଆବଶ୍ୟକ ଦସ୍ତାବିଜକୁ ଧରି ଗୋଟିଏ ଫର୍ମ ଦାଖଲ କରିବାକୁ ପଡ଼ିବ । ଗଲୱାନ ଘାଟିରେ ଭାରତ ଓ ଚାଇନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ଏହାର ଜବାବରେ ଭାରତ ଶତାଧିକ ଚାଇନିଜ ଆପକୁ ବ୍ୟାନ କରିଥିଲା । ଚାଇନା ଲୋକଙ୍କୁ ଭିସା ମନା କରି ଦେଇଥିଲା । ଚାଇନା ସହ ଏକ ପ୍ରକାରର ସମ୍ପର୍କଚ୍ଛିନ୍ନ କରି ଦେଇଥିଲା । ୨୦୨୦ ମହାମାରୀ କରୋନା ପାଇଁ ଭାରତ ସରକାର ସମସ୍ତ ପ୍ରକାରର ପର୍ଯ୍ୟଟନ ଭିସାକୁ ବାତିଲ କରି ଦେଇଥିଲେ ।

Leave A Reply

Your email address will not be published.