ତାରାତାରିଣୀ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Welcome to new students at Taratarini College

0 49
ଗଞ୍ଜାମ ଜିଲ୍ଲା : ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟ ରେ ଆଜି ଯୁକ୍ତ ଦୁଇ ନବାଗତ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼କ୍ଟର ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ମହାବିଦ୍ୟାଳୟ ର ମୁଖ୍ୟ ଫାଟକ ସାମ୍ନାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ତଥା ଅଧ୍ୟୟନରତ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଫୁଲ ଚନ୍ଦନ ଲଗାଇ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ କରିଥିଲେ । ଯୁବ ରେଡ କ୍ରସ ଓ ଜାତୀୟ ସେବା ସଂସ୍ଥା ର ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ସ୍ୱାଗତ ସ୍ଲୋଗାନ ଓ ତାଳି ନବାଗତ ଛାତ୍ରଛାତ୍ରୀ ଙ୍କ ପାଇଁ ବେଶ ଆକର୍ଷଣୀୟ ସାଜିଥିଲା । ସ୍ୱାଗତ ସମାରୋହ ପରେ ଏକ ସଭା ଶ୍ରେଣୀକକ୍ଷ ରେ ଉତ୍ସବ ଆୟୋଜିତ କରାଯାଇ ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପରିଚୟ ର ଆଦାନ ପ୍ରଦାନ ହୋଇଥିଲା । ସଭାରେ ଶିକ୍ଷକ ମାନେ କଲେଜର ନୀତିନିୟମ ତଥା ଉପଲବ୍ଧି ଥିବା ବିଜ୍ଞାନଗାରା, ଗ୍ରନ୍ଥାଳୟ, ଯୁବ ରେଡ କ୍ରସ୍, ଜାତୀୟ ସେବା ସଂସ୍ଥା , ବିଭିନ୍ନ ସ୍କୋଲାରସିପ୍ ଆଦି ଉପରେ ସୂଚାରୁ ରୂପେ ଅବଗତ କରାଇବା ସହ ନିଜକୁ କେମିତି ଜଣେ ମେଧାବୀ ଛାତ୍ର ଛାତ୍ରୀ ଭାବେ ଗଢି ତୋଳିବେ ତାହା ପି ପି ଟି ମାଧ୍ୟମ ରେ ପ୍ରେରଣା ଦେଇଥିଲେ । ଏହା ସହିତ ଆଣ୍ଟି ରେଗିଙ୍ଗ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା  | ଶେଷରେ ଏହି ସ୍ୱାଗତ ସମ୍ବର୍ଦ୍ଧନା କୁ ମନେ ରଖିବା ପାଇଁ ଓ ସେବା ପ୍ରତି ନବାଗତ ଛାତ୍ରଛାତ୍ରୀ ଙ୍କୁ ଆକର୍ଷିତ କରିବା ପାଇଁ ଏନ୍ ମୋହନ ନାୟଡୁ ଙ୍କ ନେତୃତ୍ୱ ରେ ଯୁବ ରେଡ କ୍ରସ ଓ ଜାତୀୟ ସେବା ସଂସ୍ଥା ର ମିଳିତ ଭାବେ ସ୍ବେଚ୍ଛାସେବୀ ମାନେ ନବାଗତ ଛାତ୍ରଛାତ୍ରୀ ଙ୍କୁ ନେଇ ବୃ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକର୍ମ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ , ସ୍ବେଚ୍ଛାସେବୀ ଓ ସମସ୍ତ ଛାତ୍ରଛାତ୍ରୀ ଙ୍କ ମିଳିତ ପ୍ରୟାସ ରେ ସୂଚାରୁ ରୂପେ ଅନୁଷ୍ଠିତ ହୋଇଥିଲା ।
Leave A Reply

Your email address will not be published.