ଦାୟିତ୍ୱ ନେଲେ ଗଞ୍ଜାମର ନୂଆ ଜିଲାପାଳ, କହିଲେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ

ew Ganjam District Magistrate takes charge, talks about various welfare schemes of the government

0 91

ବ୍ରହ୍ମପୁର : ଗଞ୍ଜାମର ନୂତନ ଜିଲାପାଳ ଭାବେ ଭି.କୀର୍ତ୍ତି ଭାସନ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୮ ବ୍ୟାଚ୍‌ର ଆଇଏଏସ୍‌ ଏହା ପୂର୍ବରୁ କୋରାପୁଟ ଜିଲାପାଳ ଦାୟିତ୍ୱ ନିର୍ବାହ କରିଥିଲେ। ପୂର୍ବରୁ ମଧ୍ୟ ଗଞ୍ଜାମ ଜିଲାରେ ଆଇଏଏସ୍‌ ପ୍ରୋବିସନାଲ ରହିବା ସହ ବ୍ରହ୍ମପୁର ଉପଜିଲାପାଳ ଓ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଥିଲେ।ଗଞ୍ଜାମ ଜିଲାର ପୂର୍ବ ଅନୁଭୂତି ପୁଣି ଅଧିକ ସପୋର୍ଟ କରିବ ବୋଲି କହିଥିଲେ। ଗଞ୍ଜାମ ଜିଲାରେ ଏଣିକି ପ୍ରତି ବ୍ଲକ୍‌ସ୍ତରୀୟ ଜନଶୁଣାଣି ହେବ। ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଓ ସମାୟାନୁବର୍ତ୍ତିତା ଅଲମ୍ବନ ସହ ସରକାରଙ୍କ ବିଭିନ୍ନ ଜଣକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ରହିବ। ଜନସାଧାରଣଙ୍କ ନିକଟରୁ ଆସୁଥିବା ଅଭିଯୋଗଗୁଡିକ ତୁରନ୍ତ ସମାଧାନ କରିବା ପ୍ରାଥମିକତା ରହିବ ବୋଲି କହିଥିଲେ। ବିଭିନ୍ନ ବିକାଶମୂଳକ ଯୋଜନାଗୁଡ଼ିକ ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ସହ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ଉପରେ ଅଧିକ ଫୋକସ ରହିବ। ଜିଲାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଯେପରି ସଠିକ୍‌ ସମୟରେ ଶେଷ ହେବ ସେଥିପ୍ରତି ପ୍ରାଧାନ୍ୟ ଦିଆଯିବ। ଦାୟିତ୍ୱ ଗ୍ରହଣ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ମା’ ତାରାତାରିଣୀ ଦର୍ଶନ ଓ ଆଶୀର୍ବାଦ ନେଇଥିଲେ। କାର୍ଯ୍ୟାଳୟ ପହଞ୍ଚିବା ପରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ। ପୂର୍ବରୁ ଥିବା ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପୁରୀ ଜିଲାପାଳ ଭାବେ ବଦଳି ହୋଇଛି।

Leave A Reply

Your email address will not be published.