ଅସୁରକ୍ଷିତ ସ୍କୁଲ କୋଠା,ନୂତନ ସ୍କୁଲ କୋଠା ନିର୍ମାଣ ଦାବି,ବିଡ଼ିଓ ଙ୍କୁ ଭେଟି ତାଲା ପକାଇବା ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

Unsafe school building, demand construction of new school building, villagers warned to lock it by video

0 90

ଧର୍ମଗଡ, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ବଡ଼ ପୋଡ଼ାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଠା ଦୀର୍ଘବର୍ଷ ହେବ ଜରାଜୀର୍ଣ୍ଣ ଓ ଅସୁରକ୍ଷିତ ଅବସ୍ଥାରେ ରହିଛି।ବିଦ୍ୟାଳୟ ରେ ପିଲାଙ୍କୁ ପାଠ ପଢ଼ାଇବାକୁ ଅଭିଭାବକ ମାନେ ସୁରକ୍ଷିତ ମଣୁ ନାହାଁନ୍ତି। କେତେବେଳେ ଯେ କଣ ଅଘଟଣ ହେବ ତାହା କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ମାନେ ଅନେକ ସମୟରେ ଜିଲ୍ଲା, ବ୍ଲକ ପ୍ରଶାସନ ସମେତ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି ତେବେ ଆଜି ପର୍ଯ୍ୟନ୍ତ ସ୍କୁଲ ର ଭିତ୍ତିଭୂମି ବିକାଶ ଓ ଛାତ୍ରଛାତ୍ରୀ ଙ୍କ ସୁରକ୍ଷା  ଦିଗରେ ପ୍ରଶାସନ କୌଣସି ଆନ୍ତରିକତା ପ୍ରକାଶ କରିନାହିଁ।।ପୂର୍ବରୁ ଅଭିଭାବକ ଓ ଗ୍ରାମବାସୀ ପ୍ରତିବାଦ କରି  ସ୍କୁଲ ରେ ତାଲା ମାରି ପ୍ରତିବାଦ କରିଥିଲେ,ତେବେ ଶିକ୍ଷା ବିଭାଗ ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇ କାମ ସାରି ଦେଇଥିଲେ। ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଓ ସୁରକ୍ଷା ଅନ୍ଧାର ରେ ଗତି କରୁଥିବା ବେଳେ ଗୁରୁବାର ପୋଡ଼ାଗୁଡା ସଚେତନ ନାଗରିକ ଯୁବରାଜ ପ୍ରଧାନୀ, ନରହରି ସୁନା,କ୍ଷିତିରାମ ବାଗ,ରୋମାଞ୍ଚଲ ବାଗ,ଭରତ ବାଗ, ମହେଶ ନାଏକ, ଭୁଜବଲ ମାଝୀ, ଦେବିସିଂ ନାଏକ, ଖଗପତି ନାଏକ, କବିରାଜ ପାଣିଗ୍ରାହୀ, ଟିକେ ମାଝୀ,ଟଙ୍କଧର ନାଏକ ଓ ଅନ୍ୟ ଗ୍ରାମବାସୀ ମାନେ ଏକ ଲିଖିତ ଦାବିପତ୍ର କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରି ସ୍କୁଲ ନିର୍ମାଣ ନେଇ କୌଣସି ନିଷ୍ପତ୍ତି ନନେଲେ ଆଗାମୀ ସପ୍ତାହ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ ରେ ତାଲା ପକାଇ ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.