ଗଞ୍ଜାମ ଜିଲ୍ଲା ଦଣ୍ଡ ନାଚ ମହାସଂଘ ଓ ବ୍ରହ୍ମପୁର ଦଣ୍ଡ ନାଚ କମିଟିର ସଦସ୍ୟ ଙ୍କ ଏସପି ଙ୍କୁ ସାକ୍ଷାତ

Members of Ganjam District Danda Nach Mahasangh and Berhampur Danda Nach Committee met with SP

0 131

ବ୍ରହ୍ମପୁର ଗତ 27 ତାରିଖ ଦିନ ବ୍ରହ୍ମପୁର ଦଣ୍ଡ ନାଚ କମିଟିର ସଦସ୍ୟମାନେ ଏକତ୍ରିତ ହୋଇ ସାମାଜିକ ନାଟକ କୁ ବର୍ଜନ କରିବା ଲାଗି ଅନୁଷ୍ଠିତ ସଭାରେ ନିଷ୍ପତ୍ତି ନେଇଥିଲେ। 28 ତାରିଖ ସୋମବାର ଦିନ ଅପରାହ୍ନ 1 ଘ ସମୟରେ ବ୍ରହ୍ମପୁର ଏସପି ଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ସ୍ମାରକପତ୍ର ରେ କଳା,ସଂସ୍କୃତି ଯେଭଳି ବଞ୍ଚିବ ଓ ସମାଜ ଆଡକୁ ଅଶ୍ଳୀଳତା ଯେଭଳି ନଯିବ,ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ ପ୍ରକାଶ କରିଥିଲେ ଯେ,ଗତ  2025 ଦଣ୍ଡ ନାଚ ସମୟରେ ଆଶ୍ଲିଳତା କୁ ବନ୍ଦ କରିଥିଲେ ଏବଂ ଆସନ୍ତା 2026 ଦଣ୍ଡ ନାଚ ରେ ଯେପରି ଅଶ୍ଲିଳତା ପ୍ରଦର୍ଶନ ନହୁଏ, ବିଭିନ୍ନ ପ୍ରକାର ର ଅରାଜକତା ଭଳି ପରିସ୍ଥିତି ସୃଷ୍ଟି ନହୁଏ ତାହା ଉପରେ ଦୃଷ୍ଟି ଦେବାକୁ ସଂଘକୁ ନିର୍ଦ୍ଦେଶ ଦେବା ସହ ପୋଲିସ ବିଭାଗ ସଜାଗ ରହିବେ ବୋଲି ପ୍ରକାଶ କରିଥିଲେ। କିଛି ଦିନ ତଳେ ବିଭିନ୍ନ ସଂଘ ଏକ ଆଲୋଚନା କୁ ଦଣ୍ଡ ନାଚ ମହାସଂଘ କୁ ନିମନ୍ତ୍ରଣ କରିଥିଲେ ଏବଂ ଉକ୍ତ ଆଲୋଚନା ରେ କୌଣସି ନିଷ୍କର୍ସ ବାହାରି ନଥିଲା। ଯାହା ଫଳରେ ଆସନ୍ତା 2026 ଦଣ୍ଡ ନାଚ ରେ ସାମାଜିକ ନାଟକ, ମେଲୋଡି ପ୍ରଦର୍ଶିତ ହେବ ନାହିଁ  ଏବଂ ଏହା ପରିବର୍ତ୍ତେ ଦଣ୍ଡ ସୁଆଙ୍ଗ ଓ କାଳ୍ପନିକ, ପୌରାଣିକ ନାଟକ ପ୍ରଦର୍ଶିତ କରିବା ଲାଗି କୁହାଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲା ସଭାପତି ଶିବରାମ ପ୍ରଧାନ, ବ୍ରହ୍ମପୁର ମହାନଗର ଦଣ୍ଡ ନାଚ ଶାଖା କମିଟି ଦେବୀ ପ୍ରସାଦ ପଣ୍ଡା, ସମ୍ପାଦକ ପି.ନାନୀ ରାଓ,ସହସମ୍ପାଦକ ଉମାପତି ଆଚାରୀ, ଜୋନ ସଂଯୋଜକ ଅଖିଳ କୁମାର ପଟ୍ଟନାୟକ, ସାନଖେମୁଣ୍ଡି ବ୍ଲକ ସଂଯୋଜକ ନରସିଂହ ସାହୁ, ଆସିକା ସଂଯୋଜକ ଟୁକୁନା ନାହାକ, କୁକୁଡାଖଣ୍ଡି ବ୍ଲକ ସଂଯୋଜକ ରାଜ କୁମାର ନାୟକ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଶରତଚନ୍ଦ୍ର ସାହୁ, ବଦ୍ରି ନାରାୟଣ ନାୟକ,ସୂର୍ଯ୍ୟ କାନ୍ତ ସୁବୁଦ୍ଧି ପ୍ରମୁଖ ସଭା ରେ ଯୋଗ ଦେଈଥିଲେ ଓ ବ୍ରହ୍ମପୁର ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.