ଯାତ୍ରା କମିଟି ମହାସଂଘର ଗଞ୍ଜାମ ଜିଲ୍ଲା ସ୍ତରିୟ ବୈଠକ ଅନୁଷ୍ଠିତ

Ganjam district level meeting of Yatra Committee Mahasangh held

0 52

ମା ତାରାତାରିଣୀଙ୍କ ପିଠ ନିକଟରେ ଥିବା ଲକ୍ଷ୍ମୀ ପ୍ରିୟା ହୋଟେଲ ବୈଠକ ହଲ ରେ ଓଡିଶା ଯାତ୍ରାକମିଟି ମହାସଂଘର ଗଞ୍ଜାମଜଲ୍ଲାଶାଖା ପକ୍ଷରୁ ଏକ ବୈଠକ ରବିବାର ଅନୁଷ୍ଟିତ ହୋଇଯାଇଛି | ଏଥିରେ ରାଜ୍ଯ ମହାସଂଘର ସଂଯୋଜକ ମାନସରଞ୍ଜନ ରାୟସାମନ୍ତ ଓ ଉପସଭାପତି ମହେନ୍ଦ୍ରକୁମାର ପଟ୍ଟନାୟକ ଯୋଗଦେଇଥିଲେ | ଏହି ଅବସରରେ ଜିଲ୍ଲାର ନୂତନକମିଟି ଚୟନ କରାଯାଇଥିଲା ସଭାପତି ରୁପେ ଯୁଗୋଳ କିଶୋର ପଣ୍ଡା, ଉପ ସଭାପତି ରବିନ୍ଦ୍ରକୁମାର ମହାରଣା,ସଂପାଦକ  ଭଗବାନ ଲେଙ୍କା, ସହସଂପାଦକ  ହରିହର ବିଶ୍ବାଳଙ୍କ ସହ କେ.ବିକ୍ରମ,ସିମାଞ୍ଚଳ ମିଶ୍ର,ପଞ୍ଚାନନ ପ୍ରଧାନ,ପ୍ରାଣକ୍ରୁଷ୍ଣ ସାହୁ, ନିଳାଞ୍ଚଳ ଗୌଡ, ମଧୂସୁଦନ ପଣ୍ଡାଙ୍କୁ କାର୍ଯକାରୀ କମିଟି ରୁପେ ମନୋନିତ କରାଯାଇଛି | ଏହି ଅବସରରେ ଯାତ୍ରା ପାର୍ଟିର ଅହେତୁକମୂଲ୍ଯ ବ୍ରୁଦ୍ଧି ହେତୁ ସାଧାରଣ ଗରିବ ଶ୍ରେଣୀର ଦର୍ଶକ ମାନେ ଯାତ୍ରା ଦେଖିବାର ସୁଯୋଗରୁ ବଞ୍ଚିତ ହେଉଛିନ୍ତି | ଏଣୁ ଯାତ୍ରାମାଲିକ ମାନେ ମୂଲ୍ଯକୁ ହ୍ରାସକରିବା, ଯାତ୍ରାକମିଟିକୁ ଉଚିତ ସମ୍ମାନର ବ୍ଯବହାର ପ୍ରଦର୍ଶନ କରିବା, କମିଟି ଉପରେ ଲଦିଦେଉଥିବା ବୋଝକୁ କମାଇବା, ଯାତ୍ରାରେ ଅଶ୍ବିଳତାକୁ ବନ୍ଦକରିବା, ଯାତ୍ରାକମିଟି ଓ ଯାତ୍ରାମାଲିଙ୍କ ମଧ୍ଯରେ ସୁସମ୍ପର୍କ ବଜାୟରଖିବା ଆଦି ବିଭିନ୍ନ ବିଷୟମାନ ସମ୍ପର୍କରେ ଗୁରୁତରଭାବରେ ଆଲୋଚନା ହୋଇଥିଲା | ଏଥିରେ ଜିଲ୍ଲାର ୧୫ ଗୋଟି ଯାତ୍ରାକମିଟିର ସଦସ୍ଯମାନେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ସହ ଅଶୋକ କୁମାର ମହାଙ୍କୁଡ ଏବଂ ସୁଶାନ୍ତ କୁମାର ଗୌଡ଼ ସହଯୋଗ କରିଥିଲେ |

Leave A Reply

Your email address will not be published.