ବ୍ରହ୍ମପୁର ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

0 104
ବ୍ରହ୍ମପୁର,୦୯/୦୮;ବ୍ରହ୍ମପୁର ବିଜେପି ପକ୍ଷରୁ  ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ। ଶନିବାର ସକାଳ ୯ଟା ବେଳେ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ତ୍ରିରଙ୍ଗା ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଥିଲେ । ପ୍ରଥମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅନ୍ୟ ଅତିଥି ମାନେ ସହରର ରାମଲିଙ୍ଗମ ପୋଖରୀ ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ । ଏହାପରେ ରାମଲିଙ୍ଗମ ପୋଖରୀରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ପିଭିଏନ ରାଓ ପେଟ୍ରୋଲ ପମ୍ପ ଛକରେ ପହଞ୍ଚିଥିଲା । ସେଠାରେ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଆଜି ହେଉଛି ଏକ ପବିତ୍ର ଦିନ । ଆଜିର ଦିନ ୧୯୪୨ ମସିହାରେ ଇଂରାଜୀ ମାନଙ୍କୁ ଭାରତ ଛାଡ଼ି ଯିବା ପାଇଁ ଏକ ନିର୍ଣ୍ଣାୟକ ଆହ୍ବାନ କରାଯାଇଥିଲା ତତ୍କାଳୀନ ରାଷ୍ଟ୍ରୀୟ ନେତୃତ୍ୱଙ୍କ ଦ୍ବାରା । ତେଣୁ ଆଜିର ଦିନକୁ କ୍ରାନ୍ତୀ ଦିବସ ଭାବେ ପାଳନ କରାଯାଉଛି । ଆଉଥରେ ଭାରତକୁ ସାରା ଦେଶରେ ଏକ ନମ୍ବର କରିବା ପାଇଁ ସମସ୍ତଙ୍କୁ ଏକତ୍ରିତ କରିବାକୁ ପଡ଼ିବ । ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ପାଇଁ ତ୍ରିରଙ୍ଗା ଯାତ୍ରାର ଆବଶ୍ୟକତା ରହିଛି । ଭାରତ ନିଜର ଅର୍ଥନୀତିକୁ, ନିଜର ଲୋକଙ୍କୁ, ନିଜର ଯୁବକ ମାନଙ୍କୁ ସୁରକ୍ଷିତ କରିବା ପାଇଁ ଆଉ ଏକ ଆନ୍ଦୋଳନର ଆବଶ୍ୟକ ରହିଛି ଓ ଆଉ ଏକ ସ୍ବଦେଶୀ ଆନ୍ଦୋଳନର ଆବଶ୍ୟକତା ରହିଛି । ତେଣୁ ସମସ୍ତ ଭାରତୀୟଙ୍କ ମଧ୍ୟରେ ଦେଶ ପ୍ରତି ଭଲପାଇବା ବଢ଼ାଇବା ନିମନ୍ତେ ଏହି ତ୍ରିରଙ୍ଗା ଯାତ୍ରା । ତ୍ରିରଙ୍ଗା ଯାତ୍ରାରେ କେବଳ ବିଜେପି କର୍ମୀ ନୁହେଁ ବରଂ ସହରବାସୀ ସ୍ବତଃ ପ୍ରବୃତ୍ତ ଭାବେ ଯୋଗ ଦେଇ ଦେଶ ପ୍ରତି ଥିବା ନିଜର ଭଲପାଇବାକୁ ଦେଖାଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମେତ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶନୀ,ବ୍ରହ୍ମପୁର ବିଧାୟକ କେ . ଅନିଲ କୁମାର, ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ବିଜେପି ବ୍ରହ୍ମପୁର ମଣ୍ଡଳ ସଭାପତି  ସରୋଜ ସାବତ ଓ ବରିଷ୍ଠ ବିଜେପ କର୍ମୀ ସନାତନ ସଂଗ୍ରାମ ସିଂ ସମେତ ଜିଲ୍ଲାର ବହୁ ବିଜେପି କର୍ମୀସାମିଲ ହୋଇଥିଲେ ।
Leave A Reply

Your email address will not be published.