ନବୀନଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

PM speaks to Naveen over phone

0 24

ନୂଆଦିଲ୍ଲୀ/ଭୁବନେଶ୍ୱର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଛନ୍ତି । ମୋଦି ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହିତ ନବୀନଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ମୋଦି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦିଲ୍ଲୀ ଆସିଲେ ନବୀନଙ୍କୁ ଭେଟିବାକୁ ବି କହିଛନ୍ତି ପ୍ରଧାନମନ୍ତ୍ରୀ । ଶୁକ୍ରବାର ସନ୍ଧ୍ୟାରେ ନବୀନ ଡିହାଇଡ୍ରେଶନ ଜନିତ ଅସୁସ୍ଥତା ଅନୁଭବ କରିଥିଲେ । ପ୍ରଥମେ ଏକ ଡାକ୍ତରୀ ଦଳ ନବୀନ ନିବାସରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ । ହେଲେ ଅଧିକ ପରୀକ୍ଷାନିରୀକ୍ଷା କରିବା ଲାଗି ହସ୍ପିଟାଲ୍‌ ଆଣିବା ପାଇଁ ପରାମର୍ଶ ଦେବା ପରେ ସେ ସମ୍ ଅଲ୍ଟିମେଟ୍ ହସ୍ପିଟାଲ ଯାଇଥିଲେ । ଉଲ୍ଲେଖଯୋଗ୍ୟ, ଜୁନ୍ ୨୦ରେ ନବୀନ ପଟ୍ଟନାୟକ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ ଅପରେଶନ ପାଇଁ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୨୨ରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ସେଠାରେ ୨୧ ଦିନ ରହିବା ପରେ ସୁସ୍ଥ ହୋଇ ଜୁଲାଇ ୧୨ରେ ଭୁବନେଶ୍ୱର ଫେରିଥିଲେ । ସେବେଠାରୁ ନବୀନ ନିବାସରେ ସେ ରହିବା ସହିତ ଦଳୀୟ ନେତୃବୃନ୍ଦଙ୍କ ସହିତ କମ୍ ସାକ୍ଷାତ ଆଲୋଚନା କରୁଥିବା ଜଣାଯାଇଛି । ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ନେଇ ଦଳର ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ସେ ଖୁବ୍‌ଶୀଘ୍ର ଭଲ ହୋଇଯାଆନ୍ତୁ । ଏହାସହିତ ତାଙ୍କ ପ୍ରତି ରାଜ୍ୟବାସୀଙ୍କ ଆଶୀର୍ବାଦ ରହିଛି ।

Leave A Reply

Your email address will not be published.