ବିଜେପିର ବନ୍ଧୁ ମିଳନ ଉତ୍ସବ : ସ୍ୱତନ୍ତ୍ର ବ୍ଲକ ଗଠନ ଦାବ

BJP's Friends' Gathering Ceremony: Demand for formation of special blocks

0 42

ଯାଜପୁର, : ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀର ତିନି ଗୋଟି ଜୋନକୁ ନେଇ ବିଜେପିର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରତିକାନ୍ତ ରାଜବଂଶୀଙ୍କ ତତ୍ୱାବଧାନରେ ରସୁଲପୁର ବ୍ଲକ ସାମନ୍ତରାପୁର ପଂଚାୟତ ଶିଖଚିଲାବାଗ୍‌ ମଠ ପରିସରରେ ଏହି ବନ୍ଧୁ ମିଳନ ଉତ୍ସବର ଆୟୋଜନ ହୋଇଥିଲା । ଏହି ବନ୍ଧୁ ମିଳନ ଉତ୍ସବରେ ରାଜ୍ୟ ବିଜେପି ନେତା ଉମାକାନ୍ତ ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ଉପ-ସଭାପତି ସୌଭାଗ୍ୟ ମିଶ୍ର ଓ କାର୍ଯ୍ୟକରିଣୀ ସଭାପତି ଅନିଲ ରାଉତ ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ଦଳର ଆଭିମୁଖ୍ୟ ଓ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶେଷ କରି ଏହି ବରୀ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ରସୁଲପୁର ବ୍ଳକର ୧୦ଟି ପଂଚାୟତ ଓ ଯାଜପୁର ବ୍ଲକ ୮ଟି ପଂଚାୟତ ରସୁଲପୁର ଓ ଯାଜପୁର ବ୍ଲକ ରହିଛି । ତେବେ ସ୍ୱତନ୍ତ୍ର ବ୍ଲକ ଗଠନ ପାଇଁ ଆଲୋଚନା କରାଯିବା ସହ ନିକଟରେ ଭାଜାପାର ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରଶାନ୍ତ ମହାରଣା, ଦେବାଶିଷ ସିଅ, ନିଗମାନନ୍ଦ ସାହୁ, ଭରତ ପଣ୍ଡା, ପ୍ରଶାନ୍ତ ଦାସ, ସିପୁନ ଘଡାଇ, ଆଦିକନ୍ଦ ରାଉତ, ଅଶୋକ ସାହୁ, ରବିନ୍ଦ୍ର ସ୍ୱାଇଁ, ବେଣୁଧର ଦାସ, ପ୍ରଦୀପ ରାଉତ, ଅଚ୍ୟୁତ ମହାଳିକ, ନିଶିକାନ୍ତ ବିଶ୍ୱାଳ, ଉମାକାନ୍ତ ସାହୁ, ବୃନ୍ଦାବନ ମାହୁନ୍ତ, ବୀରସେନ ରାଉତ, ବିଶ୍ୱ ରଂଜନ, ଦୀପକ ରାଉତ ଓ ଶରତ ଜେନା ପ୍ରମୁଖ ଏହି ବୈଠକରେ ଯୋଗ ଦେଇ ଆଗକୁ ହେବାକୁ ଥିବା ପଂଚାୟତ ନିର୍ବାଚନରେ ସଂଗଠିତ ହୋଇ କାର୍ଯ୍ୟ କରି ଦଳକୁ ସଫଳ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ବ୍ରହ୍ମବରଦା ମଣ୍ଡଳ ସଭାପତି ମିଥୁନ କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.