ଅପରେସନ ମହାଦେବର ବୀର ଯବାନଙ୍କୁ ସମ୍ମାନିତ କଲେ ଗୃହମନ୍ତ୍ରୀ

Home Minister honours brave soldiers of Operation Mahadev

0 43

ନୂଆଦିଲ୍ଲୀ,: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଦିନ ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୋଲିସ ଓ ସିଆରପିଏଫର ସେହି ବୀର ଯବାନମାନଙ୍କୁ ସାକ୍ଷାତ କରିଛନ୍ତି ଓ ତାଙ୍କୁ ସମ୍ମାନିତ କରିଛନ୍ତି , ଯେଉଁମାନେ ସମ୍ପ୍ରତି ସଫଳଭାବେ ଅପରେସନ୍ ମହାଦେବ’ ଚାଳନା କରି ପହେଲଗାମ ଆକ୍ରମଣର ଆତଙ୍କବାଦୀମାନଙ୍କୁ ସଫା କରିଛନ୍ତି । ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦେଶବାସୀଙ୍କ ପକ୍ଷରୁ ଏହି ସୁରକ୍ଷା ବଳମାନେ ସମ୍ମାନ ପାଇଛନ୍ତି, ଯେଉଁମାନେ ଦେଶବାସୀଙ୍କ ମନରେ ନିରାପତ୍ତା ଓ ବିଶ୍ୱାସକୁ ଆହୁରି ଶକ୍ତିଶାଳୀ କରିଛନ୍ତି । ଯେତେବେଳେ କଶ୍ମୀରରେ ପର୍ଯ୍ୟଟନ ତାର ଶିଖରକୁ ପହଞ୍ଚିଥିଲା, ସେହି ସମୟରେ ଆତଙ୍କବାଦୀମାନେ ପହେଲଗାମ ଆକ୍ରମଣ ଦ୍ୱାରା ‘କଶ୍ମୀର ମିଶନ୍‌’କୁ ବାତିଲ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଆମ ବୀର ଯବାନମାନେ ଶତ୍ରୁଙ୍କ ମନୋଭାବକୁ ଧ୍ୱଂସ କରିଦେଇଛନ୍ତି ।

Leave A Reply

Your email address will not be published.