କଲେଜ ନିର୍ବାଚନ ବନ୍ଦ ପାଇଁ ଅଭିଭାବକ ମହାସଂଘର ଦାବି

Parents' Association demands to stop college elections

0 28

ଭୁବନେଶ୍ୱର,: କଲେଜମାନଙ୍କରେ ବର୍ତ୍ତମାନ ଗଣ୍ଡଗୋଳିଆ ସ୍ଥିତି ଲାଗିରହିଛି । ଏହି ସମୟରେ ଆଗରୁ ବନ୍ଦ ହୋଇ
ରହିଥିବା କଲେଜ ନିର୍ବାଚନ ପ୍ରକ୍ରିୟା ପୁନଃ·ଲୁ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ସୂଚନା ମିଳୁଛି । ହେଲେ ବର୍ତ୍ତମାନର ପରିସ୍ଥିତି ନିର୍ବାଚନ ପରି·ଳନା ପାଇଁ ଅନୁକୂଳ ନୁହେଁ । ବାଲେଶ୍ୱରର ଏଫଏମ, ବିଜେବି କଲେଜ, ବାଣୀବିହାର ସମେତ କଲେଜଗୁଡ଼ିକରେ ଘଟିଥିବା ହିଂସା ଏବଂ ଆନେ୍ଦାଳନ ଘଟଣା ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଶୟ, ଭୟ ଏବଂ ଅନିଶ୍ଚିତତାର ଭାବନା ସୃଷ୍ଟି କରିଛି । ସେଥିପାଇଁ କଲେଜ ନିର୍ବାଚନ ବନ୍ଦ ପାଇଁ ଓଡିଶା ଅଭିଭାବକ ମହାସଂଘ ଦାବି କରିଛି । ସଂଘ କହିଛି ଯେ, ପ୍ରତିଦିନ ଘଟୁଥିବା କ୍ୟାମ୍ପସ ହିଂସା, ଝିଅମାନଙ୍କ ପ୍ରତି ଅତ୍ୟା·ର ଏବଂରାଜନୈତିକ ଦଳଗୁଡ଼ିକର ପ୍ରଭାବିତ ବ୍ୟୟ ସାପେକ୍ଷ କାର୍ଯ୍ୟକ୍ରମ ପ୍ରମୁଖ ଚିନ୍ତାର ବିଷୟ । ଯାହାର ସମାଧାନ
କରାଯିବା ଆବଶ୍ୟକ । ରାଜନୈତିକ ଦଳ ତାଙ୍କର ଦଳୀୟ ସ୍ୱାର୍ଥ ହାସଲ ପାଇଁ ଛାତ୍ରମାନଙ୍କୁ ବ୍ୟବହାର କରିବା ଏବଂ
ଛାତ୍ର ନେତାଙ୍କ ପରିବର୍ତ୍ତେ ଛାତ୍ର ବିଦ୍ୱେଷ କାରୀ ଓÿ କ୍ୟାମ୍ପସ ଦଲାଲମାନଙ୍କ କବଜାରେ ଅଶାନ୍ତି ସୃଷ୍ଟି କରିବାର ବର୍ତ୍ତମାନର ଧାରା ଚିନ୍ତାଜନକ । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର କଲେଜ ନିର୍ବାଚନ ପୁନଃ ଆରମ୍ଭ କରିବାର ନିଷ୍ପତ୍ତି ବର୍ତ୍ତମାନପାଇଁ ସ୍ଥଗିତ ରଖିବାକୁ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଶୁକ୍ରବାର ଉଚ୍ଚଶିକ୍ଷା ସଚିବଙ୍କୁ ଦାବି ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ନିରନ୍ତର ତଥା ଅବାଧ ଶିକ୍ଷା ଗ୍ରହଣରେ ଅସୁବିଧା ସୃଷ୍ଟି ନକରି ଏବଂ ପିଲାଙ୍କୁ ବିପଦରେ ନ ପକାଇ କଲେଜରେ ସୁସ୍ଥ ବାତାବରଣ ଆସିବା ପର୍ଯ୍ୟନ୍ତ ନିର୍ବାଚନ ସ୍ଥଗିତ ରଖିବାକୁ ମହାସଂଘ
କହିଛି । ଗଣତାନ୍ତ୍ରିକ ଭାବରେ ଛାତ୍ର ନେତୃତ୍ୱ ନିର୍ବାଚିତ ହେବା ଓ ଛାତ୍ରଛାତ୍ରୀ ସମ୍ପୃକ୍ତ ହେବା ଏବଂ କଲେଜଗୁଡ଼ିକରେ ଛାତ୍ର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି ହେଲେ ଅଶାନ୍ତି ଓ ଗୋଳାମାଳିଆ ସ୍ଥିତିରେ ଏହା
ସମାପନ କରିବା ଅନୁଚିତ । ପ୍ରଥମେ କ୍ୟାମ୍ପସରେ ସୁସ୍ଥ ବାତାବରଣ ସୃଷ୍ଟି ହେଉ ତା’ପରେ ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବା ଉଚିତ । ପରିସ୍ଥିତି ଅନୁକୂଳ ହେଲେ ପରେ ନିର୍ବାଚନ ପାଇଁ ଚିନ୍ତା କରାଯିବ ବୋଲି ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି । କଲେଜ ସୁରକ୍ଷିତ, ହିଂସାମୁକ୍ତ ରାଜନୈତିକ ପ୍ରଭାବ ମୁକ୍ତ, କରାଯିବା ପାଇଁ
ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ ବୋଲି ମହାସଂଘ କହିଛି ।

Leave A Reply

Your email address will not be published.