ଘଟଗାଁ, : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଘଟଗାଁ ରଜା ବନ୍ଧ ସାହି ଜଟିଆ ମହାନ୍ତଙ୍କ ଘର ବାଡ଼ିରେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁକୁ ତଣ୍ଟି ଚିପି ହତ୍ୟା କରି ତାଙ୍କ ଘର ପାଖ ବାଡ଼ିରେ ପୋତା ଯାଇଥିଲା । ଘଟଣାର ପ୍ରଥମ ଅଭିଯୁକ୍ତ ଦୀପକ ରାଉତ ବୁଧବାର ଘଟଣାସ୍ଥଳର ସିନ୍ ରିକ୍ରିଏସନ କରିଛି । ଦ୍ୱିତୀୟ ଅଭିଯୁକ୍ତ ଦୀପକର ମାଉସୀ ପୁଅ ବିନୋଦ ଭୂୟାଁ ସହାୟତାରେ ମିଶି ମାରି ରଜାବନ୍ଧ ସାହିର ଜଟିଆ ମହାନ୍ତଙ୍କ ଘର ବାଡ଼ିରେ ମୃତଦେହକୁ ପୋତା ଯାଇଥିଲା । ବୁଧବାର ମୃତ ଦେହକୁ ଉଦ୍ଧାର କରିବା ସହ ତୃତୀୟ ଅଭିଯୁକ୍ତ ସହଯୋଗୀ ଜଟିଆ ମହାନ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ନିଖୋଜ ଘଟଣାର ୧୧ ଦିନ ପରେ ଘଟଣା ଉନ୍ମୋଚନ ହେଉଛି । ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ ଗତ ୬ ତାରିଖ ଠାରୁ ନିଖୋଜ ହୋଇ ଯାଇଥିଲେ । ଅଭିଯୁକ୍ତ ଦୀପକ ରାଉତ ସହ ଶୁଭମିତ୍ରା ସାହୁ କୋର୍ଟରେ ବାହାଘର ମଧ୍ୟ ହୋଇଥିଲା । ଶୁଭମିତ୍ରା ଠାରୁ ଦୀପକ ରାଉତ ଦଶ ଲକ୍ଷ ଟଙ୍କା ମଧ୍ୟ ନେଇଥିଲା । ଏହି ଟଙ୍କାକୁ ନେଇ କୌଣସି କାରଣରୁ ବିବାଦ ଉପୁଜିଛି, ପୂର୍ବରୁ ମଧ୍ୟ ଦୀପକର ବାହାଘର ହୋଇଥିଲା ଶୁଭମିତ୍ରା ସହ ହେଉଛି ଦ୍ୱିତୀୟ ବାହାଘର । କମିଶନରେଟ ପୋଲିସ ଘଟଗାଁ ରଜା ବନ୍ଧ ସାହି ଜଟିଆ ମହାନ୍ତଙ୍କ ଘର ବାଡିକୁ ଦୀପକ ରାଉତକୁ ଆଣି ଘଟଣାର ରି କ୍ରିଏସନ କରିବା ସହ ପୋଲିସ ଘଟଣାସ୍ଥଳକୁ ଏକ ଜେସିବି ମେସିନ ଆଣି ଖୋଳି ଏକ ଜଳି
ଅଖାରେ ବାନ୍ଧି ପୋତି ହୋଇଥିବା ମୃତଦେହକୁ ବାହାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛି କମିଶନରେଟ ପୋଲିସ । ଏହି ଘଟଣାରେ ଘଟଗାଁ ପୋଲିସ ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ପୋଲିସ ଘଟଣାର ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ ଜାରି ରଖିଛି । ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଭୁବନେଶ୍ୱର କମିଶନରେଟ୍ ମହିଳା ଟ୍ରାଫିକ୍ କନଷ୍ଟେବଳ ନିଖୋଜ ଘଟଣାର ଅଭିଯୁକ୍ତ ନିଖୋଜ ମହିଳାଙ୍କ ପ୍ରେମିକ ଦୀପକ ରାଉତ୍ ପଡିଛି ପୋଲିସ ପଞ୍ଝାରେ । ଖୋଜାଖୋଜି ପରେ ସଫଳତା ମିଳିଥିବା ବେଳେ, ଦୀପକ ରାଉତ ନିକଟରୁ ସତ ଓଗାଳିଛି ପୋଲିସ । ଦୀପକ କହିବା ଅନୁଯାୟୀ, ନିଖୋଜ କନେଷ୍ଟବଳ ଶୁଭମିତ୍ରାଙ୍କୁ ସେ ତଣ୍ଟିଚିପି ହତ୍ୟା କରିବା ପରେ ଏକ କାର୍ ଯୋଗେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କୁସୁନପୁର ରଜାବନ୍ଧ ସାହିକୁ ମାଉସୀ ପୁଅ ସହ ମିଶି
ଘର ବାଡିକୁ ନେଇ ଆସିଥିଲେ । ପରେ, ଜେସିବି ସାହାଯ୍ୟରେ ଗାତ ଖୋଳି ମହିଳା ଟ୍ରାଫିକ କନେଷ୍ଟବଳର ମୃତଦେହକୁ ପୋତି ଦେଇଥିବା ଅଭିଯୁକ୍ତ ସ୍ୱାମୀ ଦୀପକ ରାଉତ କହିଛି । ଦୀପକର ବୟାନ ଅନୁଯାୟୀ, କମିଶନରେଟ୍ ପୋଲିସର ଏକ ଟିମ୍ ଘଟଗାଁ ଅଞ୍ଚଳରେ ଡେରା ପକାଇ କୁସୁନପୁର ଅଞ୍ଚଳରେ ଯାଞ୍ଚ କରି ହତ୍ୟାକାରୀଙ୍କୁ ଗିରଫ କରିଛି । କମିଶନରେଟ ପୋଲିସ ଦୀପକକୁ ଧରି ଭୁବନେଶ୍ୱରରୁ ଆସିବା ବେଳେ ରାସ୍ତାରେ ଦୀପକ ରହିଥିବା ସ୍ଥାନମାନଙ୍କରେ ସିନ୍ ରିକ୍ରିଏସନ୍ କରିଥିବା ଜଣାପଡ଼ିଛି । ତେବେ, ସୁରକ୍ଷା ପାଇଁ ୧ ପ୍ଲାଣ୍ଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ହସ୍ପିଟାଲ ପଠାଯାଇଛି ।
ମହିଳା ଟ୍ରାଫିକ କନେଷ୍ଟବଳ ହତ୍ୟା ଘଟଣାରେ ୩ ଗିରଫ
3 arrested in murder of female traffic constable
Prev Post