କାକଟପୁର : ସାରା ରାଜ୍ୟ ରେ ସାର ପାଇଁ ଚାଷୀ ଙ୍କ ଭିତରେ ଆରମ୍ଭ ହୋଇଛି ମହାଭାରତ, ବର୍ଷ ତମାମ ନିଜ ଚାଷ କ୍ଷେତ ରେ ପରିଶ୍ରମ କରି ଚାଷୀ ଯେତିକି ଲାଭବାନ ହେବା କଥା ବର୍ଷ ଶେଷ କୁ ଯଦି ପ୍ରାକୃତିକ ଦୁର୍ବିପାକ କି ଲଗାଣ ବର୍ଷା ହୁଏ ତାହେଲେ ସେଠି ଚାଷୀ ଭାଇ ସମ୍ପୂର୍ଣ୍ଣ ଭାଙ୍ଗିପଡେ,କିନ୍ତୁ ଏବେ ଚାଷୀ ଭାଇଙ୍କୁ ଘାରିଛି ସାର ଚିନ୍ତା, ହାତରେ ଆଧାର ନକଲ ନେଇ ରାତି ୩ ଘଟିକା ରୁ ଆସି ୧୦ ଘଣ୍ଟାରୁ ୧୨ ଅପେକ୍ଷା କରିବା ପରେ କେତେ ଚାଷୀଙ୍କୁ ନିରାଶା ହେବାକୁ ପଡୁଛି ତ କେତେ ଚାଷୀ ଆବଶ୍ୟକ ଅନୁସାରେ ସାର ନପାଇ ଫେରୁଛନ୍ତି ଗୋଟେ ପଟେ ସରକାର ପର୍ଯ୍ୟାପ୍ତ ପରିମାଣ ରେ ସାର ରହିଛି କହୁଥିବା ବେଳେ କିନ୍ତୁ ବାସ୍ତବ ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା, ଆମେ କହୁଛୁ ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ସମବାୟ ସମିତି କଥା, ଏହି ସୋସାଇଟିରେ ଅଢେଇ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି, କେନ୍ଦ୍ରାପଟି, ସରିପୁର, ମାଣ୍ଡୁକି ର ଚାଷୀ ଏହି ସୋସାଇଟି ଉପରେ ନିର୍ଭର କରୁଥିବା ବେଳେ ଚାଷୀ ମାନଙ୍କୁ ଏଠି ପର୍ଯ୍ୟାପ୍ତ ପରିମାଣ ରେ ସାର ନାହିଁ, ଯେଉଁଠି ଚାଷୀ ମାନଙ୍କୁ ୨୫୦୦ ପ୍ୟାକେଟ ସାର ଆବଶ୍ୟକ ସେଠି ଚାରୋଟି ପର୍ଯ୍ୟାୟରେ ଆସିଛି ୬୪୦ ପ୍ୟାକେଟ ଗୋଟେ ପଟେ ଚାଷ ଜମିରେ ଚାଷ ବେହାଲ ହେଲାଣି, ଯେଉଁଠି ସାରର ଆବଶ୍ୟକ ରହିଛି ସେଠି ସାର ପର୍ଯ୍ୟାପ୍ତ ପରିମାଣ ରେ ନାହିଁ, ଯେଉଁ ଚାଷୀ ୩ ଏକର ବିଲ ଚାଷ କରୁଛି ସେଠି ତାକୁ ଆବଶ୍ୟକ ପଡୁଛି ଅଢେଇ କ୍ୱିଣ୍ଟାଲ
ସାର ମାତ୍ର ରାତି ଅଧରୁ ଆସି ଦିନ ୧୨ ଟାରେ ନେଉଛନ୍ତି ମାତ୍ର ୪୫ କେଜି ସାର ବର୍ତ୍ତମାନ ସରକାର ଏହି ବ୍ୟବସ୍ଥା ଉପରେ ସମାଧାନ ର ରାସ୍ତା ବାହାର ନକଲେ ଆଗାମୀ ଦିନରେ ଚାଷ ବ୍ୟବସ୍ଥା ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହେଇଯିବ ଏହା ଆଶଙ୍କା କରାଯାଉଛି, ଏ ନେଇ ଲିଙ୍ଗରାଜ ଡ଼ାଳୁଆ, ସନ୍ତୋଷ କାଣ୍ଡି, ନାରାୟଣ ପ୍ରଧାନ ପ୍ରମୁଖ ଚାଷୀ ଅଭିଯୋଗ ଉଠାଇଛନ୍ତି, ଆଗାମୀ ଦିନରେ ହୁଏତ ସାର ପାଇଁ ଚାଷି ଆନ୍ଦୋଳନ କୁ ଓଲ୍ହାଇ ପାରନ୍ତି, ଏ ବାବଦରେ ସମବାୟ ସମିତି ସଭାପତି ଅଶ୍ୱିନୀ ରାଉତ ସରକାରଙ୍କୁ ନିବେଦନ କରିଛନ୍ତି ଯେ ତୁରନ୍ତ ଚାଷୀ ମାନଙ୍କ ଆବଶ୍ୟକ ମୁତାବକ ପର୍ଯ୍ୟାପ୍ତ ପରିମାଣର ସାର ଦେଲେ ଆଉ ଚାଷୀ ମାନଙ୍କ ପାଇଁ କୌଣସି ଅସୁବିଧା ହେବନାହିଁ ।
ସାର ପାଇଁ ସୋସାଇଟିରେ ଚାଷୀଙ୍କ ମହାସଂଗ୍ରାମ
Farmers' great struggle in the society for fertilizer
Prev Post