ଜୈସ୍‌-ଏ-ମହମ୍ମଦର ୪ ଆତଙ୍କୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

0 85

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ସ୍ଥାନୀୟ ପୋଲିସ ଓ ସେନା ବାହିନୀ ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଗିରଫ ସମସ୍ତ ଆତଙ୍କବାଦୀ ଜୈସ-ଏ-ମହମ୍ମଦର ବୋଲି ଜଣାପଡିଛି । କିଛିଦିନ ଧରି ଆତଙ୍କବାଦୀ ବିରୋଧୀ ଲଢ଼େଇକୁ ଜୋରଦାର କରିଥିଲେ ସୁରକ୍ଷାକର୍ମୀ । ନିକଟରେ ଅବନ୍ତିପୋରାରେ ହିଜ୍‌ବୁଲ୍ କମାଣ୍ଡର ରିଆଜ ନାଇକୁକୁ ଏନ୍‌କାଉଣ୍ଟରରେ ନିହତ କରିଥିଲେ ସେନାବାହିନୀ । ସୂଚନାଯୋଗ୍ୟ ଯେ, ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଲିଥିଲା । ପୋଲିସ ସୂଚନା ପାଇଁ ସ୍ଥାନୀୟ ଅଞ୍ଚଳରେ ଚଢାଉ କରି ୪ଜଣ ଆତଙ୍କାବାଦୀଙ୍କୁ ଗିରଫ କରିଛି । ଗିରଫ ଆତଙ୍କବାଦୀଙ୍କ ନାମ ହେଉଛି – ଶବୀର ଅହମ୍ମଦ ପାରେ, ଶିରାଜ ଅହମ୍ମଦ ଦାର, ଶାଫତ ଅହମ୍ମଦ ମୀର ଏବଂ ଇଶଫାକ ଅହମ୍ମଦ ଶାହା ।

Leave A Reply

Your email address will not be published.