ମୋଦିଙ୍କ ଆହ୍ୱାନ, ନବୀନଙ୍କ ସମର୍ଥନ

ସମସ୍ତେ ଏକ ହେବା କରୋନାକୁ ଦେଶରୁ ହଟାଇବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସମସ୍ତଙ୍କୁ ଦୀପ ଜଳାଇବା ପାଇଁ ଆହ୍ବାନ ଦେଇଛନ୍ତି। କାଲି ରାତି ୯ଟାରେ ୯ ମିନିଟ। ସମୂହଦୀପ ଜଳାଇବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସମୂହ ସଂକ୍ରମଣକୁ ଦେଶରୁ ହଟାଇବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏକ ହେବାକୁ ଆହ୍ବାନ ଦେଇଥିବା ବେଳେ ଘର ଝରକା କିମ୍ବା ବାଲକୋନିରୁ କ୍ୟାଣ୍ଡେଲ ଜଳାଇବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନକୁ ଅନେକ ସୋସିଆଲ ମିଡିଆରେ ସମର୍ଥନ ଜଣାଇଛନ୍ତି। ଏହାଦ୍ବାରା ସମୂହ ଉର୍ଜା ସୃଷ୍ଟି ହେବ। ଭାରତବାସୀଙ୍କ ଏକସ୍ବର ଏକାଗ୍ରତା ଓ ନିଷ୍ଠା କାଲି ରାତି ୯ଟାରେ ଘରେ ଘରେ ଦୃଶ୍ୟମାନ ହେବ ବୋଲି ଆଶା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କିଛି ଏହାକୁ ସମାଲୋଚନା ମଧ୍ୟ କରିଛନ୍ତି। ଆଉ ଏହାକୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାରା ଦେଶ ରହିଛି ବୋଲି ଏକ ବାର୍ତ୍ତା ଦେବାକୁ ଯାଇ ସମସ୍ତେ ଏହାକୁ ସମର୍ଥନ କରୁଛନ୍ତି।

ରାତି ୯ଟାରେ ୯ ମିନିଟ। ଏହି ସମୟରେ ନିଜ ଘରର ଲାଇଟ୍‌ ବନ୍ଦ ରଖି ଦୀପ ଜଳାଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିବା ବେଳେ ଶକ୍ତି ବିଭାଗ ମଧ୍ୟ ନିଜ ଆଡୁ ପ୍ରସ୍ତୁତ ଥିବା ସୂଚନା ଦେଇଛି।  ଏହି ସମୟରେ ଟିଭି ଫ୍ରିଜ୍‌ ଡାକ୍ତରଖାନା ଲାଇଟ କିମ୍ବା ଷ୍ଟ୍ରିଟ ଲାଇଟ ବନ୍ଦ କରିବା ଦରକାର ନାହିଁ। ସେହିପରି ଗ୍ରିଡ ପ୍ରସ୍ତୁତ ରହିବାକୁ କେନ୍ଦ୍ର ଶକ୍ତିମନ୍ତ୍ରୀ ସମସ୍ତ ରାଜ୍ୟକୁ ଆଗୁଆ ସୂଚନା ଦେଇଛନ୍ତି। 

Comments (0)
Add Comment