ଦୁବାଇରୁ ଭୁବନେଶ୍ୱର ଫେରିଲେ ୧୫୧ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର : ମାର୍ଚ୍ଚ ୨୪ରେ ବିମାନ ସେବା ବନ୍ଦ ହେବା ପରେ ବିଦେଶରୁ ବହୁ ଲୋକ ଫେରି ପାରି ନ ଥିଲେ । ଦୁବାଇରେ ଥିବା ଓଡ଼ିଆ ସମାଜ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ଆଜି ୧୫୧ଜଣ ଭୁବନେଶ୍ୱର ଫେରିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ବି ରହିଛନ୍ତି । ଓଡ଼ିଶାର ୧୨ଟି ଜିଲ୍ଲାର ଲୋକ ଆସିଛନ୍ତି । ଗତକାଲି ରାତି ୯ଟା ୧୫ରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଯାତ୍ରୀମାନେ ଭୁବନେଶ୍ୱରରେ ପହଞ୍ଚିଥିଲେ । କିପରି ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ, ସମସ୍ତ ଯାଞ୍ଚ ପ୍ରକ୍ରିୟା ଠିକ୍ ଭାବେ ହୋଇପାରିବ, ଯାତ୍ରୀମାନେ କିପରି ସୁବିଧାରେ ବାହାରକୁ ଯାଇପାରିବେ ସେଥିପାଇଁ ଆଜି ଅପରାହ୍ଣରେ ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚେଧରୀ, ଡିସିପି ଅନୁପ ସାହୁ, ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ ପ୍ରମୁଖ ବିମାନବନ୍ଦରର ଟର୍ମିନାଲ-୨ ପରିଦର୍ଶନ କରିବା ସହ ସମସ୍ତ ପ୍ରସ୍ତୁତି ଯାଞ୍ଚ କରିଥିଲେ ।

Comments (0)
Add Comment