ଚମ୍ପା ଘାଟିରେ ଓଲଟିଲା ପିକ୍‌ଅପ :୨୧ ଆହତ

ପାରଳାଖେମୁଣ୍ଡି,ଗଜପତି ଜିଲା ଆର, ଉଦୟଗିରି ଚମ୍ପା ଘାଟିରେ ସୋମବାର ରାତି ପ୍ରାୟ ସାଢେ଼ ୮ଟାରେ ଏକ ପିକ୍‌ଅ ପିକ୍‌ଅପ୍‌ ଭ୍ୟାନ ଓଲଟି ପଡ଼ିବାରୁ ୨୧ ଜଣ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କୁ ଆର୍‌, ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଛାତ୍ରମାନେ ଆର୍‌, ଉଦୟଗିରିରେ ନୂଆ-ଓ କାର୍ଯ୍ୟକ୍ରମ ଅଧୀନରେ ·ଳିଥିବା କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଖେଳ ଶିକ୍ଷକଙ୍କ ସହ ଯାଇଥିଲେ। ସେଠାରୁ ପିକ୍‌ଅପ୍‌ ଭ୍ୟାନରେ ଫେରୁଥିବା ବେଳେ ଘାଟିରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

#AccidentPickup# Scholl overturned #ChampaGhati#21 injured #dumanikhabar #odisha
Comments (0)
Add Comment